ଛଟ୍‌ ପୂଜା:ନୀତୀଶଙ୍କ ଘରେ ଉତ୍ସାହ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ:ପାଟନା

ସମୟ ଏବଂ ପରିସ୍ଥିତି ସବୁବେଳେ ସମାନ ନଥାଏ । ଆସ୍ଥାର ଏହି ମହାପର୍ବ ଛଟ୍‌କୁକ ନେଇ ଏକଦା ବଡ଼ ଚର୍ଚ୍ଚାରେ ରହୁଥିଲେ ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ହେଲେ ଏଥର ରାବ୍ରି ଦେବୀଙ୍କ ବାସଭବନ ସମ୍ପୂର୍ଣ୍ଣ ଶୂନ୍‌ଶାନ୍‌ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବାସଭବନରେ ଏହି ପର୍ବକୁ ନେଇ ଖୁସିର ମାହୋଲ ।
ରାଜଦ ଅଧ୍ୟକ୍ଷ ଲାଲୁ ପ୍ରସାଦ ଏବଂ ପତ୍ନୀ ରାବି୍ର ଦେବୀ ଛଟ୍‌ ପର୍ବ ପ୍ରସ୍ତୁତି ଦୀପାବଳି ପରଠାରୁ ଆରମ୍ଭ କରିଦେଉଥିଲେ । ନେତା ଓ କର୍ମକର୍ତ୍ତାଙ୍କୁ ଘରକୁ ଡାକି ପ୍ରସାଦ ଦେଉଥିଲେ, ଲୋକଙ୍କୁ ଦେଉଥିଲେ ଉପହାର । ହେଲେ ବର୍ତ୍ତମାନ ବଦଳିଯାଇଛି ସମୟ । ଚାରା ଦୁର୍ନୀତି ମାମଲାରେ ରାଞ୍ଚô ଜେଲରେ ଲାଲୁ । ସ୍ୱାସ୍ଥ୍ୟଗତ କାରଣରୁ ସେ ରିମ୍ସରେ ଭର୍ତ୍ତି ହୋଇଛନ୍ତି । ଲାଲୁଙ୍କ ପୁଅ ତେଜପ୍ରତାପ ଯାଦବ ମଥୁରା ଗସ୍ତରେ । ତେଜସ୍ୱୀ କେତେବେଳେ ବିହାରରେ ତ କେତେବେଳେ ଅନ୍ୟ ରାଜ୍ୟରେ । ଅଧିକ ସମୟ ସେ ବାହାର ରାଜ୍ୟରେ ରହୁଛନ୍ତି । ବୋହୂ ଐଶ୍ଚର୍ଯ୍ୟା ମଧ୍ୟ ଭଲ ମାନସିକ ସ୍ଥିତିରେ ନାହାନ୍ତି । ରାବ୍ରି ଦେବୀଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ସେ ଏଥର ବ୍ରତ ରଖିନାହାନ୍ତି । ତେଣୁ ଛଟ୍‌ ପର୍ବର ଧୁମ୍‌, ଉତ୍ସାହ ନାହିଁ ଲାଲୁ ପରିବାରର ବାସଭବନରେ ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ବାସଭବନରେ ଆରମ୍ଭ ହୋଇଗଲାଣି ଉତ୍ସାହର ଧାରା । ନୀତୀଶଙ୍କ ଭାଉଜ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ପହଞ୍ଚô ସାରିଲେଣି ଘରେ । ଶୁକ୍ରବାର ରାତିରେ ନୀତୀଶଙ୍କ ବାସଭବନରେ ସଂଖ୍ୟାଧିକ ଲୋକଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ରାଜ୍ୟପାଳ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ଶନିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଭିତରେ ଥିବା ପୋଖରୀରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ପୂଜା କରାଯାଇଥିଲା । ଖାଲି ମୁଖ୍ୟମନ୍ତ୍ରୀ ନୁହେଁ ବିହାର ବିଧାନସଭାର ଅଧ୍ୟକ୍ଷ ବିଜୟ କୁମାର ଚୌଧୁରୀ ଏବଂ ଅନ୍ୟ ମନ୍ତ୍ରୀ ଓ ନେତାଙ୍କ ଘରେ ମଧ୍ୟ ଛଟ୍‌ ପୂଜା ଉତ୍ସାହର ସହ ପାଳନ କରାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*