ଚୋରି ହୋଇଯାଇଛି ରାଫେଲ୍‌ ଫାଇଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ରାଫେଲ ଫାଇଟର ଜେଟ୍‌ କିଣା ମାମଲାର କିଛି ଦସ୍ତାବିଜ୍‌ ପ୍ରତିରକ୍ଷା ବିଭାଗରୁ ଚୋରି ହୋଇଯାଇଛି । ଏ ବାବଦରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ବୁଧବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ କୁହାଯାଇଛି । ଗତ ଡିସେମ୍ବର ୧୪ ତାରିଖର ଆଦେଶ ଉପରେ ଦାଖଲ ହୋଇଥିବା ଏକାଧିକ ରିଭୁ୍ୟ ପିଟିସନର ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ ଏହି ଦସ୍ତାବିଜ୍‌ ଚୋରି ହୋଇଯାଇଥିବା ବିଷୟ ସୁପ୍ରିମକୋର୍ଟଙ୍କୁ ବତାଇଥିଲେ । ଆମେ ପ୍ରତିରକ୍ଷା ଖର୍ଦ୍ଦି ଉପରେ ଆଲୋଚନା କରୁଛୁ । ଯାହା ଦେଶର ସୁରକ୍ଷା ସହ ଜଡ଼ିତ । ଏହା ବଡ଼ ସମ୍ବେଦନଶୀଳ ମାମଲା । ଏ ବାବଦରେ ଅଫିସିଆଲ ଗୁପ୍ତ ଆଇନ ଲାଗୁ କରିବା ବିଷୟ କେନ୍ଦ୍ର ସରକାର ବିଚାର କରୁଛନ୍ତି ବୋଲି ଏଜି କହିଥିଲେ । ଆଡଭୋକେଟ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟକୁ କହିଥିଲେ ଦ ହିନ୍ଦୁର ଏନ୍‌ ରାମଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଉପରେ ପର୍ଯ୍ୟବସିତ କରି ଆମେ ସହାୟକ ଆଫିଡେବିଟ୍‌ ଦାଖଲ କରିଛୁ । ଏହା ଉପରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ କହିଥିଲେ ଆମକୁ ଆଉ ସହାୟକ ଜିନିଷ ଆବଶ୍ୟକ ନାହିଁ । ଆପଣ ଯାହା ଦେଇଛନ୍ତିି ଆମେ ତାକୁ ପଢ଼ିଛୁ । ଗତ ଜାନୁଆରୀ ୨ ତାରିଖରେ ରାଫେଲ ଫାଇଟର ଜେଟ୍‌ କିଣା ମାମଲାର ପିଟିସନର ଯଶବନ୍ତ ସିହ୍ନା, ଅରୁଣ ସୌରୀ ଏବଂ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ ରିଭୁ୍ୟ ପିଟିସନ ଦାଖଲ କରିଥିଲେ ଡିସେମ୍ବର ୧୪ର ଆଦେଶକୁ ନେଇ । ସେହି ରାୟକୁ ପ୍ରତ୍ୟାହାର କରିବା ଏବଂ ଓପନ କୋର୍ଟରେ ରିଭୁ୍ୟ ମାମଲାର ଶୁଣାଣି କରିବା ପାଇଁ ସେମାନେ ଆବେଦନ କରିଥିଲେ । ବୁଧବାର ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ କହିଥିଲେ ଯେ, ପ୍ରତିରକ୍ଷା ବିଭାଗରୁ କିଛି ଦସ୍ତାବିଜ୍‌ ଚୋରି ହୋଇଯାଇଛି । ଆଉ ଏହି ଚୋରି ହୋଇଯାଇଥିବା ଦସ୍ତାବିଜ୍‌ ଉପରେ ଭିତ୍ତି କରି ରିପୋର୍ଟ ଛପା ଯାଇଥିବାରୁ ହିନ୍ଦୁ ଖବରକାଗଜ ବିରୋଧରେ ଅଫିସିଆଲ ସିକ୍ରେଟ ଆକ୍ଟ ଲଗାଯିବାର କଥା ମଧ୍ୟ କହିଥିଲେ । ବୁଧବାର ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ କହିଥିଲେ ଯେ, ପ୍ରତିରକ୍ଷା ବିଭାଗରୁ କିଛି ଦସ୍ତାବିଜ୍‌ ଚୋରି ହୋଇଯାଇଛି ।ଆଉ ଏହି ଚୋରି ହୋଇଯାଇଥିବା ଦସ୍ତାବିଜ୍‌ ଉପରେ ଭିତ୍ତି କରି ରିପୋର୍ଟ ଛପା ଯାଇଥିବାରୁ ହିନ୍ଦୁ ଖବରକାଗଜ ବିରୋଧରେ ଅଫିସିଆଲ ସିକ୍ରେଟ ଆକ୍ଟ ଲଗାଯିବାର କଥା ମଧ୍ୟ କହିଥିଲେ । ଦ ହିନ୍ଦୁର ରିପୋର୍ଟ ସୁପ୍ରିମକୋର୍ଟଙ୍କ ପ୍ରତି ଅବମାନନା ବୋଲି ସେ କହିଥିଲେ । ବୁଧବାରର ସୁପ୍ରିମକୋର୍ଟ ଶୁଣାଣି ଉପରେ ନିଜ ପ୍ରତିକ୍ରିୟା ଦେଇଛନ୍ତି ଦ ହିନ୍ଦୁର ଏନ୍‌ ରାମ । ରାଫେଲ ଡିଲ ବାବଦର ଯେଉଁ ଦସ୍ତାବିଜ୍‌ ପ୍ରକାଶିତ ହୋଇଛି ତାହା ଲୋକଙ୍କ ହିତ ଦୃଷ୍ଟିରୁ । ଯେଉଁ ଗୁପ୍ତ ସୁତ୍ରରୁ ଏହା ଦ ହିନ୍ଦୁ ଖବରକାଗଜକୁ ମିଳିଛି ତାହା କାହାକୁ ବତାଯିବ ନାହିଁ । ରାଫେଲ କିଣା ମାମଲାର ପୂର୍ଣ୍ଣାଙ୍ଗ ବିଷୟକୁ ଘୋଡାଇବା ପାଇଁ ଉଦ୍ୟମ କରାଯାଉଥିବାରୁ ଆମେ ସେହି ଦସ୍ତାବିଜ୍‌ ଛାପିଲୁ ବୋଲି କହିଥିଲେ ଦ ହିନ୍ଦୁ ପ୍ରକାଶନ ସଂସ୍ଥାର ଗ୍ରୁପ୍‌ ଅଧ୍ୟକ୍ଷ ଏନ୍‌ ରାମ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*