‘ଚୁପ୍‌କେ ଚୁପ୍‌କେ’ର ରିମେକ୍‌ରେ ରାଜକୁମାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ହିନ୍ଦୀ ସିନେମାରେ ବର୍ତ୍ତମାନ ରିମେକ୍‌ର ଟ୍ରେନ୍ଦ ଚାଲିଛି । ଫିଲ୍ମ ମେକର୍‌ ବିଗତ ଦିନର ସୁପରହିଟ୍‌ ଫିଲ୍ମଗୁଡ଼ିକୁ କିଛି ନୂଆ ମସଲା ଦେଇ ରିମେକ୍‌ କରିବାକୁ ମନ ବଳାଇଛନ୍ତି । ବହୁବାର କିଛି ଫିଲ୍ମ ହିଟ୍‌ ସାବ୍ୟସ୍ତ ହେଉଛି ତ କିଛି ଫ୍ଲପ୍‌ ହେଉଛି । ଶୁଣିବାକୁ ମିଳିଛି ଯେ, ୧୯୭୮ରେ ରିଲିଜ୍‌ ହୋଇଥିବା ନିଦେ୍ର୍ଦଶକ ଋଷିକେଶ ମୁଖର୍ଜୀଙ୍କ ଫିଲ୍ମ ‘ଚୁପ୍‌କେ ଚୁପ୍‌କେ’ ଫିଲ୍ମର ରିମେକ୍‌ ହେବାକୁଯାଉଛି । ଏଥିରେ ମୁଖ୍ୟ ଭୂମିକାରେ ଧର୍ମେନ୍ଦ୍ର, ଅମିତାଭ୍‌ ବଚ୍ଚନ, ଶର୍ମିଲା ଟାଗୋର ଏବଂ ଜୟା ବଚ୍ଚନ ଅଭିନୟ କରିଥିଲେ । ଏବେ ଭୂଷଣ କୁମାର ଏବଂ ଲବ୍‌ ରଞ୍ଜନ ମିଶି ଏହି ଫିଲ୍ମର ରିମେକ୍‌ ଦାୟିତ୍ୱ ନିଜ ହାତକୁ ନେଇଛନ୍ତି । ଅଭିନେତା ରାଜକୁମାର ରାଓଙ୍କୁ ଧର୍ମେନ୍ଦ୍ରଙ୍କ ଭୂମିକା ତୁଲାଉଥିବା ଦେଖିବାକୁ ମିଳିବ । ଏ ବାବଦରେ ରାଜକୁମାର କହିଛନ୍ତି ଯେ, ଧର୍ମେନ୍ଦ୍ରଙ୍କ ଭୂମିକାରେ ଅଭିନୟ କରିବା ଲାଗି ସୁଯୋଗ ମିଳୁଥିବାରେ ସେ ନିଜକୁ ଧନ୍ୟ ମନେ କରୁଛନ୍ତି । ଏହି ଭୂମିକା ନିଭାଇବା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍‌ ଅଟେ । ସୂଚନା ଥାଉ ଯେ, ‘ଚୁପ୍‌କେ ଚୁପ୍‌କେ’ରେ ଧର୍ମେନ୍ଦ୍ର ଡ୍ରାଇଭର ପ୍ୟାରେ ମୋହନ ଏବଂ ପ୍ରୋଫେସର୍‌ ପରିମଳ ତ୍ରିପାଠୀଙ୍କ ରୋଲ ପ୍ଲେ କରିଥିଲେ । ଠିକ୍‌ ସେହିଭଳି ରାଜକୁମାରଙ୍କର ମଧ୍ୟ ଏଥିରେ ଦୁଇଟି ଭୂମିକା ରହିଛି । ଏହାବ୍ୟତୀତ ‘ସୋନୁ କେ ଟିଟୁ କି ସ୍ୱିଟି’ ଫେମ୍‌ ଆକ୍ଟ୍ରିସ୍‌ ନୁସ୍‌ରତ୍‌ ଭରୁଚା ତାଙ୍କ ବିପକ୍ଷରେ ଅଭିନୟ କରିବେ । ଏହି ଫିଲ୍ମରେ ଅମିତାଭ୍‌ଙ୍କ ସ୍ଥାନରେ ଅଭିନୟ କରିବା ଲାଗି ଅଭିନେତାଙ୍କ ସନ୍ଧାନ ଜାରି ରହିଥିବା ଜଣାପଡ଼ିଛି ।
ରାଜକୁମାରଙ୍କ ଆଗାମୀ ପ୍ରେଜେକ୍ଟ ମଧ୍ୟରେ ରହିଛି ‘ମେଡ୍‌ ଇନ୍‌ ଚାଇନା’ ଯାହା ଦୀପାବଳି ଅବସରରେ ମୁକ୍ତିଲାଭ କରିବ । ଏଥିରେ ତାଙ୍କ ଅପୋଜିଟ୍‌ ମୌନୀ ରୟ ନଜର ଆସିବେ । ଏହାପୂର୍ବରୁ ଚଳିତ ବର୍ଷ ତାଙ୍କର ଦୁଇଟି ଫିଲ୍ମ ରିଲିଜ୍‌ ହୋଇଥିଲା । ଗୋଟିଏ ହେଉଛି ‘ଏକ୍‌ ଲଡ୍‌କୀ କୋ ଦେଖା ତୋ ଐସା ଲଗା’ ଏବଂ ଦ୍ୱିତୀୟଟି ‘ଜଜ୍‌ମେଣ୍ଟାଲ ହେ କ୍ୟା’ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*