ଚୀନ ଛାଡୁଥିବା କମ୍ପାନୀଙ୍କୁ ଭାରତ ଆଣିବାର ଯୋଜନା ଚାଲିଛି : ସୀତାରମଣ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ୱାଶିଂଟନ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସରକାର ସେହି ଆନ୍ତର୍ଜାତୀୟ କମ୍ପାନୀମାନଙ୍କ ପାଇଁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ଯେଉଁମାନେ ଚୀନ ନୁହେଁ ବରଂ ଭାରତକୁ ନିଜର ପ୍ରମୁଖ ନିବେଶ ସ୍ଥଳ ଭାବେ ଦେଖୁଛନ୍ତି । ସେ କହିଛନ୍ତି ଯେ, ଏପରି ଅନେକ ଆନ୍ତର୍ଜାତୀୟ କମ୍ପାନୀ ଅଛନ୍ତି ଯେଉଁମାନେ ଚୀନ ଛାଡି ଭାରତରେ ନିଜର ବ୍ୟବସାୟକୁ ସଂପ୍ରସାରଣ ପାଇଁ ଯୋଜନା କରୁଛନ୍ତି । ସୂଚନାଯୋଗ୍ୟ ଯେ, ସରକାର ଭାରତରେ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ପୂର୍ବରୁ କର୍ପୋରେଟ ଟିକସରେ ବଡ ହ୍ରାସ ଘୋଷଣା କରିସାରିଛନ୍ତି ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଭାରତ ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ଯେ ଆମେ ସେହି କମ୍ପାନୀମାନଙ୍କୁ ଭେଟିବୁ ଏବଂ ସେମାନଙ୍କୁ ଏଠାରେ ନିବେଶ ପାଇଁ ଆମନ୍ତ୍ରିତ କରିବୁ । ଆଇଏମ୍‌ଏଫ୍‌ ଏବଂ ବିଶ୍ୱବ୍ୟାଙ୍କର ବାର୍ଷିକ ବୈଠକରେ ଅର୍ଥମନ୍ତ୍ରୀ କହିଛନ୍ତି ଆମେ ନିଶ୍ଚିତ ଏହା କରିବୁ । ଚୀନ ଛାଡୁଥିବା କମ୍ପାନୀଙ୍କୁ ଭାରତ ଆଣିବା ପାଇଁ ଆମ ସରକାର ବ୍ଲୁପି୍ରଣ୍ଟ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଚୀନରେ ଥିବା ଅନେକ ଆମେରିକୀୟ ଏବଂ ୟୁରୋପୀୟ ଦେଶ କମ୍ପାନୀମାନେ ଚୀନରୁ ନିଜ ବ୍ୟବସାୟ ବନ୍ଦ କରିବାର ଯୋଜନାରେ ଅଛନ୍ତି । ମୁଁ ନିଜେ ମଧ୍ୟ ସେମାନଙ୍କ ସହ ସଂପର୍କ ରକ୍ଷା କରି ଭାରତକୁ ଆଣିବାର ପ୍ରସ୍ତାବ ଦେବି ।
ଆଇଏମ୍‌ଏଫ୍‌ କୋଟା ନବଢ଼ାଇବା ଝଟ୍‌କା
ସୀତାରମଣ କହିଛନ୍ତି ଯେ, ଆଇଏମ୍‌ଏଫ୍‌ ଭାରତର କୋଟା ନବଢ଼ାଇବା ପାଇଁ ଯେଉଁ ନିଷ୍ପତ୍ତି ନେଇଛି ତାହା ଆମ ପାଇଁ ଏକ ଝଟ୍‌କା । ତେବେ ମୋର ଦୃଢ଼ ବିଶ୍ୱାସ ଖୁବଶୀଘ୍ର ଆଇଏମ୍‌ଏଫ୍‌ ତାର ନିଷ୍ପତ୍ତିକୁ ବଦଳାଇବ । ଆଇଏମ୍‌ଏଫ୍‌ ପକ୍ଷରୁ କୋଟା ବିତରଣ ଏକ ଚାରିସୂତ୍ରୀ ବ୍ୟବସ୍ଥା ମାଧ୍ୟମରେ ହୋଇଥାଏ । ଏଥିରେ ସଦସ୍ୟ ଦେଶମାନଙ୍କର ଜିଡିପି, ଆର୍ଥିକ ବିବିଧତା ଏବଂ ଅନ୍ୟ ଦିଗକୁ ମଧ୍ୟ ଦୃଷ୍ଟି ଦିଆଯାଇଥାଏ । ମୋର ବିଶ୍ୱାସ ପରବର୍ତ୍ତି ସମୀକ୍ଷା ବୈଠକରେ ଆମକୁ କୋଟା ବୃଦ୍ଧି ସଂପର୍କରେ ସଫଳତା ମିଳିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*