ଚୀନ ଓପନ: ପ୍ରଥମ ରାଉଣ୍ଡରୁ ସିନ୍ଧୁ ବିଦା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଚୀନର ପୁଜହଉଠାରେ ଚାଲିଥିବା ଚୀନ ଓପନ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ମହିଳା ବିଶ୍ୱ ଚମ୍ପିଆନ୍‌ ପିଭି ସିନ୍ଧୁ ଆଶ୍ଚର୍ଯ୍ୟଜନକ ଭାବରେ ପ୍ରାରମ୍ଭିକ ରାଉଣ୍ଡରୁ ବିଦା ହୋଇଯାଇଛନ୍ତି । ମଙ୍ଗଳବାର ଦିନ ସିନ୍ଧୁଙ୍କର ପ୍ରଥମ ରାଉଣ୍ଡରେ ମୁକାବିଲା ଚାଇନିଜ ତାଇପେର ଖେଳାଳି ପାଇ ୟୁଙ୍କ ସହ ହୋଇଥିଲା । ସିନ୍ଧୁ ୧୩-୨୧, ୨୧-୧୮ ଏବଂ ୧୯-୨୧ ମ୍ୟାଚ୍‌ ହାରିଯାଇଥିଲେ । ବିଶ୍ୱର ୬ ନମ୍ବର ଖେଳାଳି ସିନ୍ଧୁ ବିଶ୍ୱର ୪୨ ନମ୍ବର ଖେଳାଳିଙ୍କ ପାଖରୁ ପରାଜିତ ହେବା ବଡ଼ ଆଶ୍ଚର୍ଯ୍ୟଜନକ କଥା ଥିଲା । ଏହି ମ୍ୟାଚ୍‌ ଚାଲିଥିଲା ୭୪ ମିନିଟ୍‌ । ପୂର୍ବରୁ ସିନ୍ଧୁ କୋରିଆ ଏବଂ ଡେନମାର୍କ ଓପନରୁ ମଧ୍ୟ ବେଶୀ ଆଗକୁ ବଢିପାରିନଥିଲେ । ପୁରୁଷ ସିଙ୍ଗିଲ୍ସରେ ଭାରତର ପ୍ରଣୟ ମଧ୍ୟ ଡେନମାର୍କର ଖେଳାଳି ଗେମେକେଙ୍କ ପାଖରୁ ୧୭-୨୧ ଓ ୧୮-୨୧ରେ ମ୍ୟାଚ୍‌ ହାରିଛନ୍ତି । ତେବେ ମିକ୍ସ ଡବଲ୍ସରେ ସାତ୍ୱିକ ସାଇରାଜ ଏବଂ ଅଶ୍ୱିନଙ୍କ ଯୋଡି ପ୍ରଥମ ରାଉଣ୍ଡରେ କାନାଡାର ଯୋଡିଙ୍କୁ ୨୧-୧୯ ଓ ୨୧-୧୯ରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*