ଚୀନ୍‌ ପାରା ବ୍ୟାଡମିଣ୍ଟନ: ଡବଲ ସେମିରେ ପ୍ରମୋଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ଭୁବନେଶ୍ୱର

ଚୀନ୍‌ର ଟାଙ୍ଗିକି ଠାରେ ଥିବା ଦିବ୍ୟାଙ୍ଗ କ୍ରୀଡ଼ା ତାଲିମ କେନ୍ଦ୍ରରେ ଚାଲିଥିବା ଚୀନ୍‌ ଓପନ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାର ୨ଟି ବର୍ଗର ସେମି ଫାଇନାଲକୁ ଉଠିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ । ଶନିବାର ଦିନ ସେ ସିଙ୍ଗଲ୍ସ ସହ ଡବଲ୍ସ ସେମି ଫାଇନାଲରେ ମଧ୍ୟ ଖେଳିବେ । ଶୁକ୍ରବାର ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରମୋଦ ଭଗତ ଭାରତର ନିତେଶ କୁମାରଙ୍କ ବିପକ୍ଷରେ ବିଜୟ ଲାଭ କରିଛନ୍ତି । ତେବେ ନିତେଶ ୨୩-୨୫ ଓ ୨୧-୧୬ ଥିବା ସ୍ଥିତିରେ ଆହତ ହେବାରୁ ଆଗକୁ ଆଉ ମ୍ୟାଚ୍‌ ଖେଳି ନଥିଲେ । ଫଳରେ ପ୍ରମୋଦ ସେମିରେ ପ୍ରବେଶ କରିଛନ୍ତି । ଶନିବାର ଦିନ ସେମିରେ ଜାପାନର ଫୁଜିହାରାଙ୍କ ବିପକ୍ଷରେ ସେ ଲଢ଼େଇ କରିବେ । ଡବଲ୍ସ କ୍ୱାର୍ଟରରେ ପ୍ରମୋଦ ଓ ମନୋଜଙ୍କ ଯୋଡ଼ି ବାଏ ପାଇ ସେମିକୁ ଉଠିଛନ୍ତି । ଶନିବାର ସେମାନେ ଚୀନ୍‌ର ଯୋଡ଼ିଙ୍କ ବିପକ୍ଷରେ ମ୍ୟାଚ୍‌ ଖେଳିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*