ଚୀନ୍‌ ଓପନ : ସେମି ଫାଇନାଲରେ ସାତ୍ତ୍ୱିକ୍‌-ଚିରାଗ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଫୁଜହଉ(ଚୀନ୍‌)

ଏଠାରେ ଚାଲିଥିବା ବିଶ୍ୱ ଟୁର୍‌ ସୁପର -୭୫୦ ଚୀନ୍‌ ଓପନ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକ୍‌ ସାଇରାଜ୍‌ ଏବଂ ଚିରାଗ୍‌ ସେଠୀ ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ଶୁକ୍ରବାର ଦିନ ସେମାନେ ପାଇଛନ୍ତି ଏହି ସଫଳତା । ଏହି ପ୍ରତିଯୋଗିତାରେ କୌଣସି ସିଡ୍‌ ପାଇନଥିବା ଏହି ଭାରତୀୟ ଯୋଡ଼ି ଘରୋଇ ଖେଳାଳି ଲି’ ଏବଂ ଲ୍ୟୁଙ୍କ ଯୋଡ଼ିଙ୍କୁ ୨୧-୧୯ ଏବଂ ୨୧-୧୫ରେ ସିଧାସଳଖ ୨-୦ରେ ପରାଜିତ କରିଥିଲେ । ଏହି କ୍ୱାର୍ଟର ଫାଇନାଲ ଲଢ଼େଇ ୪୩ ମିନିଟ୍‌ ଧରି ଚାଲିଥିଲା । ସେମି ଫାଇନାଲରେ ଶନିବାର ଦିନ ଭାରତୀୟ ଯୋଡ଼ିଙ୍କର ମୁକାବିଲା ବିଶ୍ୱର ୧ ନଂ ଯୋଡ଼ି ଇଣ୍ଡୋନେସିଆର ମାର୍କସ୍‌ ଏବଂ କେଭିନ୍‌ଙ୍କ ସହ ହେବ । ଗତ ମାସରେ ଭାରତୀୟ ଯୋଡ଼ି ଏହି ଇଣ୍ଡୋନେସିଆ ଯୋଡ଼ି ପାଖରୁ ଫ୍ରେଞ୍ଚ ଓପନର ଫାଇନାଲରେ ପରାଜିତ ହୋଇଥିଲେ । ତେଣୁ ସେମାନଙ୍କ ଲାଗି ବଦଲା ନେବାର ସୁଯୋଗ ଏଠାରେ ପ୍ରସ୍ତୁତ ହୋଇଯାଇଛି । ଶୁକ୍ରବାର ଦିନ ଭାରତୀୟ ଯୋଡ଼ି ଅତ୍ୟନ୍ତ ପ୍ରଭାବ ବିସ୍ତାର କରି ଖେଳିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*