ଚୀନକୁ ସାମସଙ୍ଗର ଝଟ୍‌କା : ବନ୍ଦ କଲା ସ୍ମାର୍ଟଫୋନ କାରଖାନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ସିଓଲ

ଆମେରିକା ସହ ବାଣିଜି୍ୟକ ଲଢ଼େଇ କାରଣରୁ ମାନ୍ଦା ଆର୍ଥିକ ସ୍ଥିତି ଦେଇ ଗତି କରୁଥିବା ଚୀନକୁ କୋରିଆର ଅଗ୍ରଣୀ ଇଲୋକ୍ଟ୍ରୋନିକ୍ସ କମ୍ପାନୀ ସାମସଙ୍ଗ ଦେଇଛି ବଡ ଝଟ୍‌କା । କମ୍ପାନୀ ଚୀନରୁ ନିଜ ସ୍ମାର୍ଟ ଫୋନ ନିର୍ମାଣ ୟୁନିଟ୍‌କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚୀନରେ ଶ୍ରମ ଶକ୍ତିର ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ପଦକ୍ଷେପ ନେଇଛି । ଭାରତରେ ନିଜ କାରବାରକୁ ସଂପ୍ରସାରଣ କରୁଥିବା ସାମସଙ୍ଗ ଶୁକ୍ରବାର ଇ-ମେଲ ମାଧ୍ୟମରେ ଜାରି ଏକ ବୟାନରେ କହିଛି ଯେ, ଚୀନ୍‌ ସ୍ଥିତ ଆମର ଦ୍ୱିତୀୟ କାରଖାନାରୁ ମଧ୍ୟ ସ୍ମାର୍ଟ ଫୋନ ନିର୍ମାଣକୁ ବନ୍ଦ କରାଯାଇଛି ।
ପୂର୍ବରୁ ସାମସଙ୍ଗ ଗତବର୍ଷ ନିଆନ୍‌ଜିନ୍‌ସ୍ଥିତ ନିଜର ଏକ କାରଖାନାକୁ ବନ୍ଦ କରିଥିଲା । ସେତେବେଳେ କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ, କାରଖାନାର କ୍ଷମତା ବୃଦ୍ଧି ପାଇଁ ଏହି ପଦକ୍ଷେପ ନିଆଯାଉଛି । ସୂଚନା ଅନୁସାରେ, ବାଣିଜି୍ୟକ ଲଢ଼େଇ କାରଣରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଚୀନରେ ଥିବା ବିଶ୍ୱସ୍ତରୀୟ କମ୍ପାନୀମାନେ ବହୁ ପୂର୍ବରୁ ଏଠାରୁ କାରବାର ବନ୍ଦ କରି ଅନ୍ୟ ଦେଶକୁ ଯିବାର ଯୋଜନା ଆରମ୍ଭ କରିସାରିଛନ୍ତି । ଭାରତ କର୍ପୋରେଟ ଟିକସ ହ୍ରାସ କରି ଏହି କମ୍ପାନୀମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବାର ଚେଷ୍ଟାରେ ଅଛି । ଏଥିସହ ସରକାର ମଧ୍ୟ କମ୍ପାନୀମାନଙ୍କ ପାଇଁ ବିଭିନ୍ନ ପ୍ରୋତ୍ସାହନ ପ୍ୟାକେଜର ଘୋଷଣା କରିବାର ନିଷ୍ପତ୍ତି ମଧ୍ୟ ନେଇଛନ୍ତି । ଏହି ପ୍ରୋତ୍ସାହନ ମଧ୍ୟରେ ରହିଛି ଶସ୍ତା ଋଣ, ପ୍ଳାଣ୍ଟ ଏବଂ ଯନ୍ତ୍ରାଂଶ ନିମନ୍ତେ କ୍ରେଡିଟ୍‌ ଗ୍ୟାରେଣ୍ଟି ଇତ୍ୟାଦି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*