ଚିତ୍ରଡ଼ା କଲେଜରେ ବିଶ୍ୱ ମାନବିକ ଅଧିକାର ଦିବସ ପାଳିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ଚିତ୍ରଡ଼ା
ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକର ଚିତ୍ରଡ଼ା କଲେଜରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଏନ୍ଏସ୍ଏସ୍ ବିଭାଗର ଆୟୋଜନରେ ମଙ୍ଗଳବାର ବିଶ୍ୱ ମାନବିକ ଅଧିକାର ଦିବସ ପାଳିତ ହୋଇଛି । କଲେଜ ଅଧ୍ୟକ୍ଷ ଡ. ପ୍ରଭାସ ଚନ୍ଦ୍ର ଗିରିଙ୍କ ଅଧ୍ୟକ୍ଷତାରେ ବାରିପଦାରେ କୋର୍ଟର ସିନିୟର ସିଭିଲ୍ ଜଜ୍ ସ୍ମୃତିରଞ୍ଜନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଦିବସ ସମ୍ପର୍କରେ ବହୁ ଶିକ୍ଷଣୀୟ ତଥା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରି ସବୁବେଳେ ନିଜକୁ ଭଲ ଭାବିବା ପାଇଁ ପରାମର୍ଶ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ରଣଜିତ କୁମାର ସାହୁ, ଆଇନଜୀବି ସୁଶୀଲ କୁମାର ପାତ୍ର ଓ ତାପସ କୁମାର ଦତ୍ତ ସମ୍ମାନୀତ ଅତିଥି ଭାବେ ଭାଷଣ ଦେଇ ମାନବିକ ଅଧିକାର ପାଇଁ ସଚେତନତା ସୂଚନା ଅଧିକାର ଆଇନ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ । କିଛି ଜାଣିବାର ଇଚ୍ଛା ନେଇ ଛାତ୍ରୀ ସଂଯୁକ୍ତା ବଡ଼ନାଏକ, ଅଲିପ୍ସା ଦାସ ଓ ସୁସ୍ମିତା ମହାନ୍ତ ପ୍ରଶ୍ନ ପଚାରି ଜାଣିଥିଲେ । ଅଧ୍ୟାପିକା ଉଷା ଶତପଥୀ କାର୍ଯ୍ୟକ୍ରମ ସୂଚନା ପ୍ରଦାନ କରିଥିବାବେଳେ ପ୍ରାଧ୍ୟାପକ ଡ. ନିଶିକାନ୍ତ ଗିରି ଧନ୍ୟବାଦ ଅର୍ପଣ କରିଥିଲେ । ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀ ସୌଦାମିନୀ ସିଂ, କ୍ରିଷ୍ଣାରାଣୀ ନାଏକ, ନରେନ୍ଦ୍ର ପ୍ରଧାନ, ବୁଦ୍ଧିରାମ ସିଂଙ୍କ ସହ ଅଧ୍ୟାପକ ବିଶ୍ୱଜିତ ମହାନ୍ତ, ନରେନ୍ଦ୍ର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ସଫଳ କରିଥିଲେ । ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*