ଚିଟ୍‌ଫଣ୍ଡ ପାଇଁ ରାସ୍ତାରେ ନାଟକ, ଗୋଟିଏ ପ୍ରତିଶ୍ରୁତିରେ ଆନ୍ଦୋଳନ ୱାପସ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

୨୦୧୩ ରୁ ଚିଟ୍‌ଫଣ୍ଡକୁ ନେଇ କେତେ ଯେ ନାଟକ ଓଡ଼ିଶା ଦେଖିସାରିଲାଣି, ତାହାର ହିସାବ ନାହିଁ । କ୍ରାଇମବ୍ରାଞ୍ଚ ବାଲା ସୁପି୍ରମକୋର୍ଟରେ ନାଟକ ଦେଖେଇଥିଲେ । ସରକାର ନିଷ୍ପତି ପରେ ନିଷ୍ପତି ଘୋଷଣା କରି ଚକମା ନାଟକ ଦେଖାଇଲେ । ପୁଞ୍ଜି ଖଟାଇ ରାତାରାତି ବଡ଼ ଲୋକ ହବାର ସ୍ୱପ୍ନ ଦେଖିଥିବା ଲୋକଙ୍କ ପାଇଁ କିଛି ନେତା ଓ ସଂଗଠନ ନାଟକ ବି ଆରମ୍ଭ କରିଦେଇଥିଲେ ରାସ୍ତାରେ । ୬ ବର୍ଷ ହେଲା ଖାଲି ନାଟକ ଚାଲୁଚି ।
ଜଷ୍ଟିସ ପାତ୍ର କମିଶନ ଯାଇ ଜଷ୍ଟିସ୍‌ ଦାସ କମିଶନ ତଦନ୍ତ କରୁଚନ୍ତି । ସରକାର ଥରକୁ ଥର କମିଶନଙ୍କ ତଦନ୍ତ କାଳ ବଢେଇଚାଲିଚନ୍ତି । ଚିଟ୍‌ଫନ୍ଦ କମିଶନ ବି ୬ ଦଫାରେ ଜମାକର୍ତ୍ତାଙ୍କ ତାଲିକା ସରକାରଙ୍କୁ ଦେଇଚାଲିଚନ୍ତି । ଚିଟ୍‌ଫନ୍ଦ ଆନେ୍ଦାଳନର ମଙ୍ଗ ଧରିଥିବା ବାବୁ ଶଙ୍ଖ ଫୁଙ୍କିଲେଣି ୯ ମାସ ହେଲା । ଏବେ ଭୋଟ୍‌ ପାଖେଇ ଆସୁଥିବାରୁ କିଛି ନେତାଙ୍କୁ ମନେପଡିଗଲା ଚିଟ୍‌ଫଣ୍ଡ ଜମାକର୍ତ୍ତାଙ୍କ ଦୁଃଖ । ମାଡିଆସିଲେ ରାସ୍ତା ଉପରକୁ । ଟଙ୍କା ନ ମିଳିବା ଯାଏ ହଟିବୁନି ବୋଲି କେହି କେହି ଚିକ୍ରାର ବି ଛାଡିଲେ । ୩୦୦କୋଟି ଟଙ୍କା ରଖିଚୁ ବୋଲି ୬ ବର୍ଷ ହେଲା ମୁଖିଆ ଭନେ୍ଦଇ ଆସୁଚନ୍ତି । ଏତେ ସମୟ ଅପେକ୍ଷା କରି ବି ଫଳ ହଉନଥିବାରୁ ଆନେ୍ଦାଳନକୁ ଆସିଥିଲେ ନେତାମାନେ । କିନ୍ତୁ ତୃତୀୟ ମହଲାରୁ ଅଇଲା ଡକରା । ପୂର୍ବ ଚିଟ୍‌ଫଣ୍ଡ ନେତା କି ଦିବ୍ୟଜ୍ଞାନ ଦେଲେ କେଜାଣି ଆଲୋଚନାରୁ ଭାରି ସନ୍ତୁଷ୍ଟ ହେଇପଡିଲେ ଆନେ୍ଦାଳନକାରୀ ନେତାମାନେ । ସରକାରଙ୍କ ଉପରେ ଏତେ ଯଦି ବିଶ୍ୱାସ ରାସ୍ତା ଉପରେ ନାଟକ କରିବାକୁ ଆସୁଥିଲା କିଆଁ? ୬ବର୍ଷ ଗଲାଣି ଆଉ ୬ ମାସ ଗଡିଯାଇଥିଲେ ଆକାଶ ଛିଡିପଡିଥାନ୍ତା କି? ଏମିତି ନାଟକ ଦେଖିଦେଖି ଲୋକଙ୍କର ବି ଦିହସୁଆ ହେଇଗଲାଣି । ଜମାକର୍ତ୍ତା ବି ଅଛନ୍ତି ଆଶାରେ । ସରକାରଙ୍କୁ ଦରକାର ଯେମିତି ବି ହଉ ବୈତରଣୀ ପାର୍‌ । ନେତାଙ୍କୁ ବି ଦରକାର ଲୋକଙ୍କୁ ବିଶ୍ୱାସ ଦେବାକୁ ଆମେ ଅଛୁ । ମଝିରେ ମଝିରେ ଆପଣମାନଙ୍କୁ ନେଇ ରାସ୍ତାକୁ ଆସିବୁ । ସବୁକିଛି ଯଦି ସଲାସୁତରାରେ ଚାଲିବ, କାହାକୁ ଦୋଷ ଦେଇ ଲାଭ ବା କ’ଣ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*