ଚାଷ ଜମିକୁ ନାହିଁ ରାସ୍ତା କେନ୍ଦ୍ରମନ୍ତ୍ରୀଙ୍କୁ ଗ୍ରାମବାସୀଙ୍କ ଗୁହାରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ସିମୁଳିଆ

ସିମୁଳିଆ ବ୍ଲକର ବହୁତ ରାସ୍ତା ଭାଙ୍ଗି ରୁଜି ଗଲାଣି । ପ୍ରାୟ ଜାଗାରେ ରାସ୍ତାର ଅବସ୍ଥା ନ କହିବା ଭଲ । ସିମୁଳିଆ ବ୍ଲକର ଜାମ୍ମୁଝାଡି ପଞ୍ଚାୟତର ଗ୍ରାମବାସୀ ଏ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାଯାଇଛି । ବିବରଣୀରୁ ପ୍ରକାଶ ଯେ ସିମୁଳିଆ ବ୍ଲକର ଜାମ୍ମୁଝାଡି ପଞ୍ଚାୟତର ଜାମ୍ମୁଝାଡି, ଗୌଡପଡା ଓ ରାଧାବଲ୍ଲଭପୁର ଗ୍ରାମବାସୀମାନେ ଓ ଚାଷୀମାନଙ୍କର ଚାଷ ଜମି ସବୁ ବାରଗଡିଆ ନଦୀ ଆର ପାରିରେ ଅଛି । ଚାଷ ଜମିକୁ ଯିବା ପାଇଁ ରାସ୍ତା ନ ଥିବାରୁ ଉକ୍ତ ତିନି ଗ୍ରାମର ଚାଷୀମାନେ ଖଟନଗର ଓ ନହରପଦା ଗ୍ରାମ ପାରି ହୋଇ ପ୍ରାୟ ୫ରୁ ୬ କିଲୋମିଟର ରାସ୍ତା ଅତିକ୍ରମ କରି ନିଜ ନିଜର ଚାଷ ଜମିକୁ ଯାଉଛନ୍ତି । କିଛି ବ୍ୟକ୍ତି ନିଜର ସ୍ୱାର୍ଥ ପାଇଁ ନଦୀ ମଧ୍ୟରେ ସ୍ଥାନେ ସ୍ଥାନେ ବନ୍ଧ ବାନ୍ଧି ମାଛ ଧରିବା ପାଇଁ ନଦୀ ପାଣିକୁ ଅଟକାଇ ଦେଉଛନ୍ତି । ଯାହାଫଳରେ ବର୍ଷା ଦିନେ ନଦୀରେ ବନ୍ୟା ପାଣି ନିଷ୍କାସିତ ହୋଇ ନ ପାରି ପାଖ ଚାଷ ଜମିରେ ମାଡି ଯାଇ ଧାନ ଫସଲ ସବୁ ନଷ୍ଟ ହୋଇଯାଉଛି । ଉକ୍ତ ତିନି ଗ୍ରାମର ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାଷ ଠିକ ଭାବେ ନ ହୋଇପାରିବାରୁ ନିଜ ପରିବାର ନିମନ୍ତେ ଖାଦ୍ୟ ଯୋଗାଇ ପାରୁ ନ ଥିବାର ଚାଷୀମାନେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ଜଣାଇ ଏହାର ପ୍ରତିକାର ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*