ଚାଲିବନି ବସ୍‌, ୧୪ ଜିଲାରେ ଲକ୍‌ଡାଉନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ମହାମାରୀ କରୋନା ଏବେ ଓଡ଼ିଶାର ବାଟରେ ଘାଟରେ ହାଟରେ ଆପଣଙ୍କୁ ଖୋଜୁଛି । ସଚେତନ ନହେଲେ ଆପଣମାନେ ଏହି ମହାମାରୀ କବଳରୁ ରକ୍ଷା ପାଇପାରିବେ ନାହିଁ । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିବେଦନ ଏବଂ ଲକ୍‌ ଡାଉନ ସତ୍ତ୍ୱେ ଲୋକେ ଯେଭଳି ବାହାରକୁ ଆସୁଛନ୍ତି ଏହା ଆମ ପାଇଁ ବିପଦ ଆଣିପାରେ । ଏଥିପାଇଁ ଅଧିକ ସତର୍କ ହେବାକୁ ରାଜ୍ୟ ସରକାର ସୋମବାର ଦିନ ନିବେଦନ କରିଛନ୍ତି । ରାଜ୍ୟର କରୋନା ସ୍ଥିତି ନେଇ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଓଡ଼ିଶା କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଗଣମାଧ୍ୟମରେ ସୋମବାର ଏହି ସୂଚନା ଦେଇଛନ୍ତି ।
ଓଡ଼ିଶାରେ ଅଦ୍ୟାବଧି ୮୫ଟି ନମୁନା ପରୀକ୍ଷଣ ହୋଇଥିବା ବେଳେ ଏଥିମଧ୍ୟରୁ ସେହି ୨ଟି ପଜେଟିଭ ଅପରିବର୍ତ୍ତିତ ରହିଛି । ଚିକିତ୍ସାଧିନ ଆକ୍ରାନ୍ତମାନେ ଏବେ ସୁସ୍ଥ ଥିବାବେଳେ ଠିକଣାଭାବେ ଖାଉଛନ୍ତି । ରାଜ୍ୟ ସରକାରଙ୍କ ୧୦୪ ଟୋଲ ଫିରେ ଆଜି ସୁଦ୍ଧା ୩୬୬୭ଜଣ ସେମାନଙ୍କ ନାମ ପଞ୍ଜିକରଣ କରିଛନ୍ତି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୫୬ଜଣଙ୍କ ମଧ୍ୟରୁ ୫୩ଜଣଙ୍କୁ ଚିହ୍ନଟ କରାଯାଇଛି । ଅନ୍ୟ ୩ଜଣଙ୍କୁ ଖୋଜା ଚାଲିଛି । ଏପଟେ ସମ୍ବଲପୁର ଜିଲ୍ଳା ଧନୁପାଲି ଅଞ୍ଚଳର ଜଣେ ବ୍ୟକ୍ତି ଉଦ୍‌ବେଗୀ ସ୍ଥାନରୁ ଫେରି କୋଭିଡ-୧୯ରେ ପଞ୍ଜିକରଣ କରିନାହାନ୍ତି । ଏଥିପାଇଁ ତାଙ୍କ ବିରୋଧରେ ଦନ୍ଦବିଧି ଆଇନ ଅନୁସାରେ ମାମଲା ରୁଜୁ କରାଯାଇଛି । ରାଜ୍ୟ ସରକାର ଲକ୍‌ ଡାଉନ ଥିବା ଅଞ୍ଚଳ ଗୁଡ଼ିକରେ ଆଇନ ଉଲଘଂନ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଘର ଭିତରୁ ନବାହାରି କେବଳ ପୁଲିସ ଅନୁମତି ଦ୍ୱାରା ଅତ୍ୟାବଶ୍ୟ କାର୍ଯ୍ୟରେ ବାହାରକୁ ଆସିବାକୁ ସରକାର ନିଦେ୍ର୍ଦଶ ଦେଇଛନ୍ତି ।
୧୪ଜିଲ୍ଲାରେ ଲକ୍‌ ଡାଉନ
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲା ଓ ୯ଟି ସହରରେ ଲକ୍‌ ଡାଉନ ଜାରି କରିଥିଲେ । ସୋମବାର ଏଥିରେ ଅଧିକ ୯ଟି ଜିଲ୍ଲାକୁ ଯୋଡା ଯାଇ ଏହିସବୁ ଅଞ୍ଚଳରେ ସୋମବାର ସକାଳ ୭ଟାରୁ ୨୯ତାରିଖ ପର୍ଯ୍ୟନ୍ତ ଲକ୍‌ ଡାଉନ ବଳବର୍ତ୍ତର ରହିବ ବୋଲି ସରକାର ନିଦେ୍ର୍ଦଶ ଦେଇଛନ୍ତି । ପୂର୍ବରୁ ଗଞ୍ଜାମ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାକୁ ଲକ୍‌ ଡାଉନ ଘୋଷଣା କରାଯାଇଥିବାବେଳେ ସୋମବାର ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡାକୁ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି । ଏଥିସହିତ ରାଉରକେଲା ମହାନଗର ନିଗମରେ ଲକ୍‌ଡାଉନ ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ମଙ୍ଗଳବାର ସକାଳ ୭ଟାରୁ ଏହିସବୁ ଜିଲ୍ଲା ଗୁଡ଼ିକର ସହର ଓ ପଞ୍ଚାୟତ ଅଞ୍ଚଳରେ କଟକଣା ଜାରି ରହିବ । ଏହାଦ୍ୱାରା ୩କୋଟି ଲୋକ ପ୍ରଭାବିତ ହେଉଥିବାବେଳେ ନିଜ ଜୀବନ ସହ ପରିବାର ବଞ୍ଚାଇବାକୁ ଏଭଳି ଲକ୍‌ ଡାଉନକୁ କଡ଼ାକଡ଼ିଭାବେ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଏପ୍ରିଲ ୩୦ପର୍ଯ୍ୟନ୍ତ ଅଙ୍ଗନୱାଡି ବନ୍ଦ, ଘରେ ପହଞ୍ଚିବ ଶୁଖିଲା ଖାଦ୍ୟ
କରୋନା ଭୂତାଣୁର ସଂକ୍ରମଣକୁ ଦୃଷ୍ଟିରେ ରଖି ଅଙ୍ଗନୱାଡି ଗୁଡ଼ିକ ଆସନ୍ତା ଏପ୍ରିଲ ୩୦ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସରକାର ନିଦେ୍ର୍ଦଶ ଦେଇଛନ୍ତି । ଏହି ଅଙ୍ଗନୱାଡି ଗୁଡ଼ିକ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିବାବେଳେ ଏହାର ଅବଧିକୁ ୩୦ଏପ୍ରିଲ ଯାଏଁ ବଢ଼ାଯାଇଛି । ଅଙ୍ଗନୱାଡି କର୍ମୀମାନେ ହିତାଧିକାରୀଙ୍କ ଘରକୁ ଯାଇ ଶୁଖିଲା ଖାଦ୍ୟ ପହଞ୍ଚାଇ ଦେବେ । ପ୍ରତି ସପ୍ତାହରେ ଶିଶୁମାନଙ୍କ ଘରେ ଅନ୍ଦା ପହଞ୍ଚାଇବାକୁ ନିଦେ୍ର୍ଦଶ ଦିଆଯାଇଛି । ଅଙ୍ଗନୱାଡି କେନ୍ଦ୍ରକୁ ହିତାଧିକାରୀ ଥିବା ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ନଆସିବାକୁ ନିଦେ୍ର୍ଦଶ ଦିଆଯାଇଛି । ଅଙ୍ଗନୱାଡି କର୍ମୀମାନେ ଘରକୁ ଘର ପହଞ୍ଚି ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ପୃଷ୍ଟିକର ଶୁଖିଲା ଖାଦ୍ୟ ଯୋଗାଇ ଦେବାକୁ ନିଦେ୍ର୍ଦଶ ଦିଆଯାଇଛି । ଅଙ୍ଗନୱାଡି କର୍ମୀ ଛତୁଆ ପ୍ରସ୍ତୁତ କରୁଥିବା ମହିଳା ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ସାମାଜିକ ଦୂରତ୍ୱ ସହ ପରିସ୍କାର ଓ ପରିଚ୍ଛନ୍ନତା ଉପରେ ପ୍ରୋଟକଲ ମାନିବାକୁ ନିଦେ୍ର୍ଦଶ ଦିଆଯାଇଛି ।

୨୫ ସନ୍ଧ୍ୟା ସୁଦ୍ଧା ଛାତ୍ରାବାସ ଖାଲି କରିବାକୁ ନିର୍ଦ୍ଦେଶ
ଅନୁସୂଚିତ ଜାତି, ଜନଜାତି ଅଧିନରେ କରୋନା ପ୍ରଭାବିତ ଅଞ୍ଚଳର ସମସ୍ତ ଛାତ୍ରାବାସକୁ ୨୫ତାରିଖ ସନ୍ଧ୍ୟାସୁଦ୍ଧା ଖାଲି କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଛାତ୍ରାବାସରେ ରହୁଥିବା ଅନ୍ତେବାସୀଙ୍କ ପିତାମାତା, ସମ୍ପର୍କୀୟ ଓ ପ୍ରତିନିଧିମାନେ ଛାତ୍ରାବାସରେ ପହଞ୍ଚି ପ୍ରଧାନଶିକ୍ଷକଙ୍କ ଉପସ୍ଥିତିରେ ପିଲାମାନଙ୍କୁ ନିଜ ବ୍ୟବସ୍ଥାରେ ଘରକୁ ନେବାକୁ ନିଦେ୍ର୍ଦଶ ଦିଆଯାଇଛି । ଅଗ୍ରୀମ ଷ୍ଟାଇପେଣ୍ଟ ସହିତ ଘର ନିକଟରେ ପହଞ୍ଚିବା ପାଇଁ ଯାନପାସ୍‌ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଯାତ୍ରୀବାହି ବସ୍‌ ଚଳାଚଳ ହେଲା ନିଷିଦ୍ଧ
କରୋନା ସଂକ୍ରମଣ କିଛି ରୋକିବା ପାଇଁ ସରକାର ଗୋଟିକ ପରେ ଗୋଟିଏ ପଦକ୍ଷେପ ନେବାକୁ ନେଉଛନ୍ତି । ସଂକ୍ରମଣ ଯେପରି ଅନ୍ୟ ଆଡକୁ ଯାଇନପାରେ ସେଥିପାଇଁ ୧୪ ଜିଲ୍ଲାରେ ଲକ ଡାଉନ ଲାଗୁ କରାଯାଇଛି । ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯିବା ଲାଗି ନିଷେଦ୍ଧ କରାଯାଇଛି । ରବିବାର ଜନତା କର୍ଫୁ୍ୟ ପାଳନ ପରେ ସୋମବାର ଅନେକ ବ୍ୟକ୍ତି ଟାଉନ ବସ୍‌ ଗୁଡ଼ିକରେ ଯାତାୟତ କରି ସାମାଜିକ ଦୂରତ୍ୱକୁ ରକ୍ଷା କରୁନଥିବା ଦେଖିବାକୁ ମିଳୁଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସୋମବାର ରାତି ୧୨ଟା ଠାରୁ ସାରା ରାଜ୍ୟରେ ମୋ ବସ୍‌ ଚଳାଚଳ ବନ୍ଦ ରଖିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଏଥିସହିତ ମଙ୍ଗଳବାର ପୂର୍ବାହ୍ଣ ୧୧ଟା ଠାରୁ ସାରା ରାଜ୍ୟରେ ଯାତ୍ରୀବାହି ବସ୍‌ ଚଳାଚଳକୁ ବନ୍ଦ କରାଯିବା ପାଇଁ ନିଦେ୍ର୍ଦଶ ଦିଆସରିଛି । କୌଣସି ଯାତ୍ରୀବାହି ବସ୍‌ ଏହି ସମୟରେ ଯାତ୍ରା କରିପାରିବେ ନାହିଁ ବୋଲି କଟକଣା ଲଗାଯାଇଛି ।
ବିଭାଗୀୟ କର୍ମଚାରୀଙ୍କ ଅଫିସ ଆସିବା ଉପରେ ଲାଗିଲା କଟକଣା
ସାମାଜିକ ଦୂରତ୍ୱ ବଯାଇ ରଖିବା ପାଇଁ ରାଜ୍ୟ ସରକାର ଉଭୟ କେନ୍ଦ୍ର ଓ ଘରୋଇ ଉଦ୍ୟଗ ଗୁଡ଼ିକରେ କର୍ମଚାରୀଙ୍କ ଉପସ୍ଥାନ ହ୍ରାସ ପାଇଁ ନିଦେ୍ର୍ଦଶନାମା ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗ ମଧ୍ୟରେ ଆସୁଥିବା ଗୃହ, ସ୍ୱାସ୍ଥ୍ୟ, ସାଧାରଣ ପ୍ରଶାସନ ବିଭାଗକୁ ୫୦ ପ୍ରତିଶତ କର୍ମଚାରୀରେ ପରିଚାଳନା କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଆଶଂକ ଗୁରୁତ୍ୱପୂର୍ଣ୍ଣ ୬ଟି ବିଭାଗର ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟକରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଅତି ଆବଶ୍ୟକ ନଥିବା କେନ୍ଦ୍ର ସରକାରୀ କାର୍ଯ୍ୟାଳୟ, ରାଷ୍ଟ୍ରାୟତ ଉଦ୍ୟଗ, ବୀମା ସଂସ୍ଥା ଗୁଡ଼ିକ ଯଥେଷ୍ଟ କମ୍‌ ସଂଖ୍ୟକ କର୍ମଚାରୀରେ କାର୍ଯ୍ୟକରିବାକୁ କୁହାଯାଇଛି । ଏହି ସବୁ କାର୍ଯ୍ୟାଳୟକୁ କେଉଁ କର୍ମଚାରୀମାନେ ଆସିବେ ସେମାନଙ୍କୁ ପୁଲିସ ଠାରୁ ଅଧିକାରପ୍ରାପ୍ତ ହେବାକୁ ପଡ଼ିବ । ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଅତି ଆବଶ୍ୟକତା ନଥିବା ବିଭାଗର କର୍ମଚାରୀମାନଙ୍କୁ ଅଫିସ ନଆସିବାକୁ ନିଦେ୍ର୍ଦଶ ଦିଆଯାଇଛି ।
କ୍ୱାରାଣ୍ଟାଇନରେ ଥିବା ବ୍ୟକ୍ତିଙ୍କ ଘରେ ଲାଗିବ ଷ୍ଟିକର
ବିଦେଶରୁ ଫେରି କିମ୍ବା ସଂସ୍ପର୍ଶରେ ଆସି ଥନ୍ଦା ଜ୍ୱରରେ ଆକ୍ରାନ୍ତ ହୋଇ ନିଜ ଘରେ ପୃଥକବାସ ବା କ୍ୱାରାଣ୍ଟାଇନ ରହୁଥିବା ବ୍ୟକ୍ତିଙ୍କ ଘର ଉପରେ ଏଣିକି ଏକ ଷ୍ଟିକର ଲଗାଯିବ । ଏହି ବ୍ୟକ୍ତିଙ୍କ ଘର ସମ୍ମୁଖରେ ପୂରଣ ହୋଇଥିବା ଫର୍ମରେ ସମସ୍ତ ତଥ୍ୟ ଥାଇ ଏହାକୁ ଘର ସମ୍ମୁଖରେ ଲଗାଇବାକୁ ନିଦେ୍ର୍ଦଶ ଦିଆଯାଇଛି । ଏହି ବ୍ୟବସ୍ଥା ସୋମବାର ଠାରୁ କାର୍ଯ୍ୟକାରି ହୋଇଛି ।
କରୋନା ପାଣ୍ଠିକୁ ୩ମାସର ଦରମା ଦେଇ ସହଯୋଗ ପାଇଁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ
ମାରାତ୍ମକ କରୋନା ସଂକ୍ରମଣକୁ ମୁକାବିଲା କରିବା ପାଇଁ ଆମକୁ ଯଥେଷ୍ଟ ଧର୍ଯ୍ୟ ଧରିବାକୁ ପଡ଼ିବ । ନିଷ୍ଠାର ସହ ଏହି ମହାମାରୀକୁ ମୁକାବିଲା କରିବା ପାଇଁ ଅର୍ଥର ଯଥେଷ୍ଟ ଆବଶ୍ୟକତା ପଡ଼ିବ । ୩ମାସର ଦରମା ଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବସାଧାରଣଙ୍କୁ ଏହି ମହାମୁକାବିଲାରେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି । କରୋନାର ମୁକାବିଲା ନିମନ୍ତେ ସବୁ କର୍ମଚାରୀଙ୍କ ସହିତ ବୈଦାନ୍ୟ ବ୍ୟକ୍ତିମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସାହାର୍ଯ୍ୟ ପଠାଇବାକୁ ଅନୁରୋଧ କରାଯାଇଛି ।
ଅତ୍ୟାବଶ୍ୟକ ସେବାକାରୀଙ୍କ ଉପରେ ଲାଗିଲା ୩ମାସ ପାଇଁ ଏସମା
ରାଜ୍ୟରେ କରୋନା ସ୍ଥିତିର ମୁକାବିଲାରେ ଲାଗିଥିବା ପୌର ଅଞ୍ଚଳର କର୍ମଚାରୀଙ୍କ ଆନେ୍ଦାଳନ ଉପରେ ରୋକ୍‌ ଲଗାଯାଇଛି । ଆସନ୍ତା ୩ମାସ ପାଇଁ ପାନୀୟ ଜଳ, ସଫେଇ କର୍ମଚାରୀ, ବିଦୁ୍ୟତ କର୍ମଚାରୀମାନେ କୌଣସି ଆନେ୍ଦାଳନ ନକରିବାକୁ ନିଦେ୍ର୍ଦଶ ଦିଆଯାଇଛି । ସରକାରଙ୍କ ପକ୍ଷରୁ ସମସ୍ତ ପୌରସଂସ୍ଥାଗୁଡ଼ିକୁ ନିଦେ୍ର୍ଦଶ ଦିଆଯାଇ କୌଣସିଠାରେ ଏହି ବର୍ଗର କର୍ମଚାରୀମାନେ ନିଜର ଆନେ୍ଦାଳନକୁ ୩ମାସ ପାଇଁ ସ୍ଥଗିତ ରଖିବେ । ଏଥିରେ ଖିଲାପ ହେଲେ ୧୮୯୭ ମହାମାରୀ ଆଇନ ସହିତ ଏସମା ଆଇନକୁ ଲାଗୁ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*