ଚାଲିଛି ଯୋଜନା: କୁନି ଝିଅ ଉର୍ମିଳାର ପାଠପଢା ହେବ ବନ୍ଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ସିମୁଳିଆ

ସରକାରୀ ସ୍କୁଲ ମାନଙ୍କରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଯୋଜନାମାନ କରାଯାଇ ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟା କିପରି ବୃଦ୍ଧି କରାଯାଇପାରିବ ସେଥିପ୍ରତି ଧ୍ୟାନ ଦିଆ ଯାଉଥିବାବେଳେ ହେଲେ ସରକାରୀ ବାବୁ ମାନଙ୍କର ନିଦ ଭାଙ୍ଗୁନି । ୨ମାସରୁ ଉଦ୍ଧ୍ୱର୍ ହେବ ବିଦ୍ୟାଳୟର ଦୁଇ ଦୁଇଟି ଛାତ୍ର ଓ ଛାତ୍ରୀ ବିଦ୍ୟାଳୟକୁ ଆସୁ ନାହାନ୍ତି । ପିଲାମାନେ ବିଦ୍ୟାଳୟକୁ କାହିଁକି ଆସୁ ନାହାନ୍ତି ତାର ଖୋଜ ଖବର କିଛି ରଖି ନାହାନ୍ତି । ସରକାରୀ ତହବିଲରୁ ମୋଟା ଅଙ୍କର ଦରମା ନେଇ ପିଲା ପଡିଲେ କେତେ କିଛି ଯାଏ ଆସେ ନାହିଁ ଭଳି ସଦୃଶ୍ୟ ଦେଖିବାକୁ ମିଳିଛି ସିମୁଳିଆ ବ୍ଲକ ପୁରଷୋତ୍ତମପୁର ପଞ୍ଚାୟତର ବମତିଆ ରାଧାମୋହନପୁର ପ୍ରାଥମିକ ବିଦ୍ୟାଳୟରେ ।
ସିମୁଳିଆ ବ୍ଲକ ବମତିଆର ରାଧାମୋହନପୁର ପ୍ରାଥମିକ ବିଦ୍ୟାଳୟରେ ମୋଟ ୫ଟି ଶ୍ରେଣୀରେ ୨୨ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି । ସେଥି ମଧ୍ୟରୁ ଦୁଇଟି ପିଲା ଦୁଇ ମାସ ଧରି ବିଦ୍ୟାଳୟକୁ ଆସୁ ନ ଥିବାର ଦେଖାଦେଇଛି ।
ମିନତୀ ସାହୁଙ୍କ ବ୍ଲକ ଶିକ୍ଷାଧିକାରୀଙ୍କଠାରେ ଅଭିଯୋଗ ଅନୁଯାୟୀ ତାଙ୍କ ଝିଅ ଉର୍ମିଳା (୯)ବର୍ଷ ରାଧାମୋହନପୁର ପ୍ରାଥମିକ ବିଦ୍ୟାଳୟରେ ୪ର୍ଥ ଶ୍ରେଣୀରେ ପାଠ ପଢେ । ସେହି ସ୍କୁଲର ଶିକ୍ଷକ ସୁବାସ ଚନ୍ଦ୍ର ଦାସ ଅକ୍ଟୋବର ୧ତାରିଖ ଦିନ ମଧ୍ୟାହ୍ନ ଭୋଜନ ସମୟରେ ନିଜେ ଖାଇଥିବା ଅଇଣ୍ଠା ବାସନ ଉର୍ମିଳାକୁ ନଳକୂଅରେ ଧୋଇବାକୁ ପଠାଇଥିଲେ । ବାସନରେ ଖାଦ୍ୟ ଦେଖି କୁକୁର ଗୁଡିକ ଉର୍ମିଳାକୁ ଝାମ୍ପ ମାରି ଡାହାଣ ହାତର ବୁଢା ଆଙ୍ଗୁଳିକୁ କାମୁଡି ଥିଲା । ଭୟରେ ସାରଙ୍କୁ ନ କହି ଘରକୁ ଚାଲିଯାଇଥିଲା । ଘରେ ମା’କୁ କୁକୁର କାମୁଡିବା କଥା କହି ଯନ୍ତ୍ରଣା ହେଉଥିବାର କହିଥିଲା । ସେଦିନ ମାଆ ବିଦ୍ୟାଳୟର ପ୍ରଧାନଶିକ୍ଷକ ଧମେନ୍ଦ୍ର ସିଂକୁ ଝିଅକୁ କୁକୁର କାମୁଡିବା କଥା କହିଥିଲେ । ପରଦିନ ମେଡିକାଲକୁ ନେଇ କୁକୁର ଈଞ୍ଜେକ୍ସନ ଦେଇଥିଲେ ମାତ୍ର ଆଉ ସେହି ବିଦ୍ୟାଳୟକୁ ପିଲାମାନଙ୍କୁ ଛାଡିବାକୁ ସ୍କୁଲ ଶିକ୍ଷକକୁ ମନା କରିଦେଇଥିଲେ । ସେହିଦିନଠାରୁ ଦୁଇ ମାସ ହେବ ଝିଅ ଉର୍ମିଳା ଓ ପଞ୍ଚମ ଶ୍ରେଣୀରେ ପଢୁଥିବା ପୁଅ ରତିକାନ୍ତ ଆଜି ପର୍ଯ୍ୟନ୍ତ ସ୍କୁଲକୁ ଆସୁ ନାହାନ୍ତି । ଯାହା ଫଳରେ ଦୁଇ ମାସ ଧରି ତାଙ୍କର ଶିକ୍ଷାର ଡୋରୀ ବନ୍ଦ ହୋଇଯାଇଛି । ପିଲାମାନଙ୍କର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି । ଏ ବାବଦରେ ପ୍ରଧାନଶିକ୍ଷକଙ୍କୁ ଧର୍ମେନ୍ଦ୍ର ସିଂ ପଚାରିବାରୁ ସେ ଓ ସିଆରସି ଗୌରାଙ୍ଗ ସୁତାର ପିଲାର ବାପା ମାଆ ପାଖକୁ ଯାଇ ବୁଝାସୁଝା କରିଥିଲେ । ମାତ୍ର ସେମାନେ ପିଲାକୁ ବିଦ୍ୟାଳୟକୁ ଛାଡିବାକୁ ମନା କରିଦେଇଥିବାର ପ୍ରକାଶ କରିଥିଲେ । ଏ ସଂପର୍କରେ ସିମୁଳିଆ ବିଇଓ ଡ.ମାୟାଧର ସାହୁଙ୍କୁ ପଚାରିବାରୁ ଘଟଣା ସଂପର୍କରେ ଅବଗତ ଅଛନ୍ତି ଆଗାମୀ ଦିନରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*