ଚାପରେ ନଇଁଲା ପାକିସ୍ତାନ ଅଭିନନ୍ଦନ ଫେରିବେ ଆଜି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ବୀର ଯୋଦ୍ଧା ୱିଙ୍ଗ କମାନ୍ଦର ଅଭିନନ୍ଦନ ପ୍ରତିଦିନ ଶୁକ୍ରବାର ଫେରିବେ ଦେଶକୁ । ଭାରତ ପକ୍ଷରୁ ସାମରିକ ଓ କୂଟନୈତିକ ସ୍ତରରେ ଏତେ ସଠିକ୍‌ ଚାପ ପକାଯାଇଥିଲା ଯେ ପାକିସ୍ତାନକୁ ଶେଷରେ ନଇଁବାକୁ ପଡ଼ିଛି । ବିନା ଆଲୋଚନା ଓ ବିନା ସର୍ତ୍ତରେ ଭାରତର ଏହି ଲଢ଼ୁଆ ପାଇଲଟ୍‌ଙ୍କୁ ଶୁକ୍ରବାର ଛାଡ଼ି ଦିଆଯିବ ବୋଲି ଘୋଷଣା କରିଛି ପାକିସ୍ତାନ । ସେଠା ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏହା ଘୋଷଣା କରିଛନ୍ତି । ଭାରତ ସରକାର କୌଣସି ପ୍ରକାରର ଆଲୋଚନା ପାଇଁ ରାତି ନହୋଇ ବଡ଼ କଠୋର ମନୋଭାବ ଦେଖାଇଥିଲେ । ଅଭିନନ୍ଦନଙ୍କୁ ଫେରାଇବା କଥାରେ କୌଣସି ସର୍ତ୍ତ କିମ୍ବା କୌଣସି ଆଲୋଚନା ଆଳ ହୋଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିଥିବା କୁହାଯାଉଛି । ଚତୁର୍ଦ୍ଦିଗରୁ ପାକିସ୍ତାନ ଉପରେ ଭାରତ ଚାପ ସୃଷ୍ଟି କରିବାରେ ସକ୍ଷମ ହେବାରୁ ଅଭିନନ୍ଦନଙ୍କୁ ଛାଡ଼ିବା ବ୍ୟତୀତ ପାକିସ୍ତାନ ପାଖରେ ଅନ୍ୟ ବାଟ ନଥିଲା । ଆନ୍ତର୍ଜାତିକ ସ୍ତରରୁ ପାକିସ୍ତାନ ଉପରେ ପକାଯାଇଥିଲା ପ୍ରବଳ ଚାପ । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆମେରିକା ସାଙ୍ଗକୁ ଅନ୍ୟ ପି-୫ ଦେଶମାନଙ୍କ ସହ ଆଲୋଚନା କରିଥିଲେ । ସେହି ଦେଶମାନଙ୍କ ପକ୍ଷରୁ ଜୋରଦାର୍‌ ଚାପ ପାକିସ୍ତାନ ସରକାରଙ୍କ ଉପରେ ପଡ଼ିଥିଲା । ଅନ୍ୟପଟେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆରବ ଦେଶମାନଙ୍କ ମାଧ୍ୟମରେ ମଧ୍ୟ ଚାପ ପକାଇଥିଲେ । ସାରା ବିଶ୍ୱ ଭାରତ ସହିତ ଥିବାର ଦେଖି ପାକିସ୍ତାନକୁ ଶେଷରେ ଝୁଙ୍କିବାକୁ ହୋଇଛି । ଫଳରେ ଦେଶମାତୃକାର ସମ୍ମାନ ରଖିବା ସକାଶେ ପ୍ରଚନ୍ଦ ସାହସ ଦେଖାଇଥିବା ୱିଙ୍ଗ କମାନ୍ଦର ଅଭିନନ୍ଦନ ସକୁଶଳ ଶୁକ୍ରବାର ଦିନ ଘରକୁ ଫେରିବା ନିଶ୍ଚିତ ହୋଇଯାଇଛି । ଭାରତ ସରକାରଙ୍କ ପାଇଁ ଏହା ଏକ ବଡ଼ ବିଜୟ ।

ଶେଷରେ ଭାରତର ଚାପ ଆଗରେ ମୁନ୍ଦ ନୁଅାଁଇଛି ପାକିସ୍ତାନ । ସମ୍ଭବତଃ ସମ୍ଭାବ୍ୟ ଯୁଦ୍ଧ ସ୍ଥିତିର ସାମନା ନକରିପାରିବାର ଭୟ ପାଇଁ ପାକ୍‌ ସରକାର ଅଟକ ଭାରତୀୟ ବାୟୁସେନା ପାଇଲଟଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଗୁରୁବାର ଭାରତ-ପାକ୍‌ ପରିସ୍ଥିତି ସଂପର୍କରେ ଆଲୋଚନା ପାଇଁ ଡକାଇଥିବା ସଂସଦରେ ଯୁଗ୍ମ ଅଧିବେଶନରେ ୱିଙ୍ଗ୍‌ କମାନ୍ଦର ଅଭିନନ୍ଦନ ବର୍ତ୍ତମାନଙ୍କୁ ଭାରତକୁ ହସ୍ତାନ୍ତର ପାଇଁ ନିଷ୍ପତ୍ତି ନେଇଥିବା ସଂପର୍କରେ ଘୋଷଣା କରିଥିଲେ । ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠାର ଉଦ୍ୟମରେ ଅଭିନନ୍ଦନଙ୍କୁ ମୁକ୍ତ କରାଯିବ ବୋଲି ସେ କହିଥିଲେ । ଏହା ପୂର୍ବରୁ ଭାରତ ତକ୍ରାଳ ଭିତ୍ତିରେ ଏବଂ ବିନା ସର୍ତ୍ତରେ ଅଭିନନ୍ଦନଙ୍କୁ ମୁକ୍ତ କରିବାକୁ ପରାମର୍ଶ ଦେଇଥିଲା । ଭାରତ ଏହା ମଧ୍ୟ ସ୍ପଷ୍ଟ କରିଦେଇଥିଲା ଯେ, ଅଭିନନ୍ଦନଙ୍କୁ ମୁକ୍ତ କରିବା ବଦଳରେ ପାକ୍‌ ଯଦି ଆମ ଠାରୁ କିଛି କାମ ହାସଲ କରିବାକୁ ଚାହୁଁଛି, ତାହା ଭୁଲିଯାଉ ବୋଲି ଭାରତ ସ୍ପଷ୍ଟ କରିଦେଇଥିବା ସଂପର୍କରେ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ । ଭାରତ ଏହାର ଅଭିଯାନ ସମୟରେ କେବଳ ଆତଙ୍କୀ ଆ‡ାକୁ ଟାର୍ଗେଟ କରିଥିଲା । ଏହାଦ୍ୱାରା କୌଣସି ସାଧାରଣ ଲୋକର ଜୀବନହାନୀ ଅବା କ୍ଷୟକ୍ଷତି ହୋଇନାହିଁ । ଅପରପକ୍ଷରେ ପାକିସ୍ତାନ କିନ୍ତୁ ଯୁଦ୍ଧଭାବନା ରଖି ଆମ ସେନା ଶିବିର ଉପରେ ଆକ୍ରମଣ କରିଥିଲା । ତେଣୁ କୌଣସି ବି ପରିସ୍ଥିତିରେ ପଡୋଶୀ ଦେଶ ସହ ସାଲିସ୍‌ କରାଯାଇପାରିବ ନାହିଁ ବୋଲି ଭାରତ ପକ୍ଷରୁ ପାକିସ୍ତାନକୁ ଜଣାଇ ଦିଆଯାଇଛି ।
ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଅଭିନନ୍ଦନଙ୍କୁ ମୁକ୍ତ କରାଯିବା ନେଇ ଘୋଷଣା କରିବା ପୂର୍ବରୁ ପାକ୍‌ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁ୍ୟରେଶୀ ମଧ୍ୟ ଭାରତୀୟ ୱିଙ୍ଗ୍‌ କମାନ୍ଦର ଅଭିନନ୍ଦନଙ୍କୁ ମୁକ୍ତ କରାଯିବା ନେଇ ସଙ୍କେତ ଦେଇଥିଲେ । ଯଦି ପାଇଲଟଙ୍କୁ ମୁକ୍ତ କରିବା ଯୋଗୁ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପରିସ୍ଥିତି ଶାନ୍ତ ହୋଇଯାଉଛି, ତେବେ ଆମେ ଏପରି କରିବାକୁ ଉଚିତ୍‌ ମଣିବୁ ବୋଲି ସେ କହିଥିଲେ ।

ପରେ ଇମ୍ରାନ୍‌ ଖାନ୍‌ ଅଟକ ପାଇଲଟଙ୍କୁ ମୁକ୍ତ କରାଯିବ ବୋଲି ଘୋଷଣା କରିବା ସହ ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନାରେ ବସିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରସ୍ତାବ ଦେଇଥିଲେ । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦ ବିରୋଧରେ ବିଶ୍ୱାସନୀୟ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ, ସେଯାଏ ପଡୋଶୀ ଦେଶ ସହ କୌଣସି ଆଲୋଚନା ସମ୍ଭବ ନୁହେଁ ବୋଲି ଜଣାଇ ଦେଇଥିବା ସଂପର୍କରେ ସୂତ୍ରରୁ ପ୍ରକାଶ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ୍‌ ମଧ୍ୟ ସେ ଭାରତ ଓ ପାକିସ୍ତାନଠାରୁ କିଛି ଏକ ଭଲ ଖବର ଶୁଣିବାକୁ ଚାହୁଁଛନ୍ତି ବୋଲି କହିଥିଲେ । ସେମାନେ ଏନେଇ କାର୍ଯ୍ୟ କରୁଛନ୍ତି ଏବଂ ଆମେ ମଧ୍ୟ ସେମାନଙ୍କ ସହ ଆଲୋଚନା ମାଧ୍ୟମରେ ପରିସ୍ଥିତିକୁ ସମ୍ଭାବଳିବା ପାଇଁ ଚେଷ୍ଟା କରୁଛୁ । ତେଣୁ କିଛି ଭଲ ସମ୍ବାଦ ମିଳିବ ଏବଂ ଦୁଇ ଦେଶରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତି ଶେଷ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।
ପ୍ରକାଶ ଥାଉ କି, ପାକିସ୍ତାନ ବୁଧବାର ଏହାର ଆକାଶ ସୀମାରେ ପ୍ରବେଶ କରିଥିବା ଦୁଇ ଭାରତୀୟ ଲଢୁଆ ବିମାନକୁ ମାରି ଖସାଇଦେଇଥିବା ଦାବି କରିଥିଲା । ଏହି ଅଭିଯାନବେଳେ ଆଇଏଏଫ୍ର ୱିଙ୍ଗ୍‌ କମାନ୍ଦର ଅଭିନନ୍ଦନକୁ ଗିରଫ କରାଯାଇଥିବା ସଂପର୍କରେ ପାକିସ୍ତାନ ପକ୍ଷରୁ ସୂଚନା ଦିଆଯାଇଥିଲା । ପରେ ବୈଦେଶିକ ମନ୍ତ୍ରଣାଳୟ ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏବଂ ଜଣେ ପାଇଲଟ ପାକିସ୍ତାନୀ ସେନା କବଳରେ ଥିବା ସଂପର୍କରେ ସୂଚନା ଦେଇଥିଲା । ପାକ୍‌ ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ୍‌ ଗଫୁର, ଅଭିନନ୍ଦନଙ୍କୁ ସେନା ନିୟମ ଅନୁଯାୟୀ ହିଁ ଅଟକ ରଖାଯାଇଛି ବୋଲି କହିଥିଲେ । ପରେ ସୋସିଆଲ ମିଡିଆରେ ଅଭିନନ୍ଦନଙ୍କୁ ପିଟାଯାଉଥିବାର ଏବଂ ଜେରା କରାଯାଉଥିବାର ଫଟୋ ଭାଇରାଲ ହୋଇଥିଲା । ଏହା ପରେ ଭାରତ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା ।
ଅଦମ୍ୟ ସାହସ ଦେଖାଇଥିଲେ ଅଭିନନ୍ଦନ
ୱିଙ୍ଗ କମାନ୍ଦର ପାକିସ୍ତାନ ସେନା ହାତରେ ବନ୍ଦୀ ହେବା ପୂର୍ବରୁ ଅଦମ୍ୟ ସାହସ ଦେଖାଇଥିଲେ । ସେ ହିଁ ପାକିସ୍ତାନୀ ସେନାର ଲଢୁଆ ବିମାନ ଏଫ-୧୬କୁ ଖସାଇଥିଲେ ବୋଲି କୁହାଯାଉଛି । ହେଲେ ତାଙ୍କର ଏହି ଉଦ୍ୟମବେଳେ ପାକ୍‌ ସୀମାରୁ ତାଙ୍କ ବିମାନ ଉପରକୁ ଗ୍ରାଉଣ୍ଟ ଫାୟାରିଂ ହୋଇଥିଲା । ଏଥିରେ ତାଙ୍କ ବିମାନରେ ନିଅାଁ ଲାଗିଯାଇଥିଲା । ସେ ନିଜକୁ ଏଥିରୁ ବଞ୍ଚାଇବାକୁ ପାରାଚୁ୍ୟଟ୍‌ର ସାହାଯ୍ୟ ନେଇଥିଲେ । ହେଲେ ସେ ପାକ୍‌ ଅଧିକୃତ ଅଞ୍ଚଳରେ ଭୁଲରେ ଓହ୍ଲାଇ ପଡିଥିଲେ । ପରେ ସେ କେଉଁଠାରେ ଓହ୍ଲାଇଛନ୍ତି, ତାହା ଜାଣିବାକୁ କିଛି ଲୋକଙ୍କୁ ପଚାରିଥିଲେ । ହେଲେ ସେମାନେ ଏହା ଭାରତ ବୋଲି କହିଥିଲେ । କିନ୍ତୁ ସନେ୍ଦହରେ ସେ ଭାରତ ମାତା କି ଜୟ, ହିନ୍ଦୁସ୍ଥାନ ଜିନ୍ଦାବାଦ ଭଳି ନାରା ଦେଇଥିଲେ । ଏହା ଶୁଣି ଭିଡ ଭିତରୁ ଜଣେ ପାକିସ୍ତାନ ଜିନ୍ଦାବାଦର ନାରା ଦେଇ ତାଙ୍କ ଆଡକୁ ଆଗେଇ ଆସିବା ସହ ତାଙ୍କ ଉପରକୁ ପଥରମାଡ କରିଥିଲେ । ଏହା ଦେଖି ସେ ଲୋକଙ୍କ ଆଡ଼କୁ ବ୍ଲାଙ୍କ ଫାୟାରିଂ କରି ଭୟଭୀତ କରାଇବାର ଉଦ୍ୟମ ସହ ଭାରତୀୟ ସୀମା ଆଡକୁ ଅଧ କିଲୋମିଟର ଯାଏ ଦୌଡିବାକୁ ଲାଗିଲେ । ହେଲେ ଉତ୍ତ୍ୟକ୍ତ ଲୋକେ ତାଙ୍କ ଆଡକୁ ଦୌଡିବା ସହ ଉପରକୁ ପଥର ଫୋପାଡିବା ବନ୍ଦ କରିନଥିଲେ । ଏହି କାରଣରୁ ସେ ନିଜ ପାଖରେ ଥିବା ରିଭଲଭର ସାହାଯ୍ୟରେ ପୁଣି ଫାଙ୍କା ଫାୟାରିଂ କରିଥିଲେ । ହେଲେ ତାଙ୍କର ପିଛା କରିଥିବା ଲୋକଙ୍କ ଉପରକୁ ସେ କୌଣସି ଗୁଳି ଚଳାଇ ନଥିଲେ ।
ଚୋବାଇ ଦେଇଥିଲେ କିଛି କାଗଜ
ସୂଚନା ଅନୁସାରେ ଅଭିନନ୍ଦନ ଯେଉଁଠାରେ ଓହ୍ଲାଇଥିଲେ ତାହା ନିୟନ୍ତ୍ରଣରେଖା ଠାରୁ ପାଖାପାଖି ୭ କିଲୋମିଟର ଦୂର ଥିଲା । ପାକ୍‌ ଅଧିକୃତ କାଶ୍ମୀରର ତାହା ଥିଲା ଭୀମବର ଜିଲା । ଯେତେବେଳେ ଅଭିନନ୍ଦନ ବୁଝିନେଲେ ଯେ ସେ ପାକିସ୍ତାନ ଅଧିକୃତ ଅଞ୍ଚଳରେ ଅଛନ୍ତି ସେ ତୁରନ୍ତ ଜଣେ ବୀର ଯୋଦ୍ଧା ଭାବରେ କ’ଣ କରାଯିବା ଆବଶ୍ୟକ ତାହାକୁ ପାଳନ କରିବା ଆରମ୍ଭ କରିଥିଲେ । ସ୍ଥାନୀୟ ଗାଁଲୋକଙ୍କଠାରୁ ନିଜକୁ ଦୂରେଇ ରଖିବାର ଭରପୂର ପ୍ରୟାସ କରିବା ସାଙ୍ଗକୁ ଆତ୍ମରକ୍ଷା ସକାଶେ ଯାହା କରାଯାଇପାରିବ ସେସବୁ ସେ କରିଥିଲେ । ତାଙ୍କ ପାଖରେ ଥିôବା କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜକୁ ଶତ୍ରୁପକ୍ଷ ହାତରେ ଲାଗିବାକୁ ନଦେବା ଲାଗି ଅଭିନନ୍ଦନ ସେସବୁକୁ ନଷ୍ଟ କରିଥିଲେ । ଏକ ଛୋଟିଆ ପୋଖରୀ ଦେଖି ସେଠାକୁ ଦଉଡ଼ି ଯାଇ କିଛି କାଗଜ ବତୁରାଇ ନଷ୍ଟ କରିଥିଲେ ଓ ଅନ୍ୟ କିଛି କାଗଜ ଚୋବାଇ ଖାଇଦେଇଥିଲେ ବୋଲି ଏବେ କୁହାଯାଉଛି । କେବଳ ସର୍ଭିସ୍‌ ବନ୍ଧୁକ ଏବଂ ବଞ୍ଚିରହିବା ପାଇଁ ଯେଉଁ ପରାମର୍ଶମୂଳକ ପୁସ୍ତକ ଥାଏ ତାହା ନିଜ ପାଖରେ ରଖିଥିଲେ ସେ । ପରେ ସେ ସ୍ଥାନରେ ପାକ୍‌ ଯବାନମାନେ ପହଞ୍ଚି ଲୋକଙ୍କ ପାଖରୁ ତାଙ୍କୁ ନେଇଯାଇଥିଲେ । ପାକିସ୍ତାନ ସେନାର ଏକ କେନ୍ଦ୍ରରେ ଅଭିନନ୍ଦନଙ୍କୁ ନିଆଯାଇ ରଖାଯାଇଥିଲା । ସେଠାରେ ଜଣେ ମେଜରଙ୍କ ସହ ତାଙ୍କର ବାର୍ତ୍ତାଳାପର ଭିଡ଼ିଓ ଯାହା ସାର୍ବଜନୀନ ହୋଇଛି ସେଥିରେ ଅଭିନନ୍ଦନ ସାହସ ଓ ଜଣେ ବୀର ସୈନିକ ଭାବରେ ଯେଉଁ ସିଷ୍ଟାଚାର ଦେଖାଇବା କଥା ତାହା କରିଛନ୍ତି । ଯାହାର ଖୁବ୍‌ ତାରିଫ୍‌ କରାଯାଉଛି । ପାକ୍‌ ସେନାର ମେଜର କେଉଁଠାରୁ ଆସିଛ ଓ କେଉଁ ବିମାନ ଚଳାଉଥିଲ ଓ ତୁମର ମିଶନ କ’ଣ ଥିଲା ତାହା ଜାଣିବାକୁ ବାରମ୍ବାର ପ୍ରଶ୍ନ କରିଥିଲେ ମଧ୍ୟ ଅଭିନନ୍ଦନ ବଡ଼ ଶାନ୍ତ ଭାବରେ ଆପଣଙ୍କୁ ଯାହା ମୁଁ କହିବା କଥା ତାହା କହିସାରିଛି । ଆଉ କିଛି ମୁଁ କହିପାରିବି ନାହିଁ ବୋଲି କହିଥିଲେ । କେଉଁ ବିମାନ ଉଡ଼ାଉଥିଲି ତାହା ମତେ ବତାଇବାର ନୁହେଁ । ଆପଣ ଭଗ୍ନାବଶେଷ ପାଇସାରିଥିବେ । ଜେନେଭା ପ୍ରୋଟକଲ୍‌ ଅନୁସାରେ ଯୁଦ୍ଧବନ୍ଦୀ ଅବସ୍ଥାରେ ଜଣକୁ କେବଳ ନିଜର ସାଙ୍ଗିଆ, ପ୍ରଥମ ନାଁ, ର୍ୟାଙ୍କ, ଜନ୍ମ ତାରିଖ ଓ କେଉଁ ସେନାର ତାହା ବତାଇବାକୁ ହୋଇଥାଏ । ସେହିପରି ଯୁଦ୍ଧବନ୍ଦୀଙ୍କ ଫଟୋ କିମ୍ବା ଭିଡିଓ ସାର୍ବଜନୀନ ହେବା ଉପରେ ପ୍ରତିବନ୍ଧକ ଥିଲେ ମଧ୍ୟ ପାକିସ୍ତାନ ତାହାର ଉଲ୍ଲଂଘନ ଅଭିନନ୍ଦନଙ୍କ କ୍ଷେତ୍ରରେ କରିଥିବା ସ୍ପଷ୍ଟ ହୋଇଯାଏ । ତେବେ ସେହି ଭିଡିଓରେ ପାକ୍‌ ସେନା ପକ୍ଷରୁ ତାଙ୍କୁ ଭଲ ବ୍ୟବହାର ପ୍ରଦାନ କରାଯାଇଥିବା କଥା ଚା’ ପିଉଥିବା ଅବସ୍ଥାରେ ଅଭିନନ୍ଦନ କହୁଥିବାର ଶୁଣିବାକୁ ମିଳେ ।
ବାୟୁସେନା ସହ ପରିବାରର ସମ୍ପର୍କ
ଅଦମ୍ୟ ସାହସ ଦେଖାଇଥିବା ୱିଙ୍ଗ କମାନ୍ଦର ଅଭିନନ୍ଦନ ବର୍ତ୍ତମାନ ବୁଧ ଓ ଗୁରୁବାର ଦୁଇଦିନ ଧରି ସାରା ଦେଶର ଲୋକଙ୍କ ଭିତରେ ଦେଶପ୍ରେମର ଅପୂର୍ବ ଜାଗରଣ ଭରିଦେଇଛନ୍ତି । ପୂରା ଦେଶ ତାଙ୍କର ଫେରିବା ବାଟକୁ ଚାହିଁ ବସିଛି । ଏସବୁ ଭିତରେ ଅଭିନନ୍ଦନଙ୍କ ପରିବାରର ବାୟୁସେନା ସହ ଗଭୀର ସମ୍ପର୍କ ରହିଥିବା ବିଷୟ ଏବେ ସାମ୍ନାକୁ ଆସିଛି । ଅଭିନନ୍ଦନଙ୍କ ବାପା ସିହ୍ମାକୁଟି ବର୍ତ୍ତମାନ ଭାରତୀୟ ବାୟୁସେନାରେ ବେଶ୍‌ ବରିଷ୍ଠ ପଦରେ ରହି ଅବସର ନେଇଛନ୍ତି । ସେ ଏୟାର ମାର୍ଶଲ ପଦବୀରେ ଥିଲେ । ସେ ଭାରତୀୟ ବାୟୁସେନାର ପୂର୍ବ କମାନ୍ଦର ମୁଖ୍ୟ ଭାବେ ମଧ୍ୟ ଦାୟିତ୍ୱ ସମ୍ପନ୍ନ କରିଥିଲେ । ୧୯୭୩ ମସିହାରେ ଭାରତୀୟ ବାୟୁସେନାରେ ସେ ଯୋଗଦାନ କରି ୪ହଜାର ଘଣ୍ଟାରୁ ବେଶୀ ସମୟ ୪୦ଟି ବିଭିନ୍ନ ପ୍ରକାରର ଲଢ଼ୁଆ ବିମାନ ଉଡ଼ାଇଥିଲେ । କାର୍ଗିଲ ଯୁଦ୍ଧ ବେଳେ ସେ ଗ୍ୱାଲିୟର ଏୟାର ବେସ୍‌ର ଚିଫ୍‌ ଅପରେସନ ଅଫିସର ଥିଲେ । ୨୦୧୭ ମସିହାରେ ମଣରତ୍ନମ୍‌ କାର୍ଗିଲ ଯୁଦ୍ଧର ପୃଷ୍ଠଭୂମିରେ ଏକ ତାମିଲ ସିନେମା ନିର୍ମାଣ କରିଥିଲେ । ଅଭିନନ୍ଦନଙ୍କ ବାପା ସେହି ସିନେମାର ପରାମର୍ଶଦାତା ଥିଲେ । ଜଣେ ଭାରତୀୟ ପାଇଲଟ ପାକିସ୍ତାନ ହାତରେ ଧରାପଡ଼ିଯିବାକୁ ନେଇ ସେଇ ସିନେମା ବନିଥିଲା । ଆଉ ସଂଯୋଗର ବିଷୟ ଏବେ ତାଙ୍କ ପୁଅ ପାକ୍‌ ସେନା ହାତରେ ଧରାପଡ଼ିଥିଲେ । କେବଳ ପିତା ନୁହଁନ୍ତି ଅଭିନନ୍ଦନଙ୍କ ପତ୍ନୀ ମଧ୍ୟ ଭାରତୀୟ ବାୟୁ ସେନାରେ କାର୍ଯ୍ୟ କରିସାରିଛନ୍ତି । ତାଙ୍କ ପତ୍ନୀ ତନଭି ମାର୍‌ୱା ସ୍କ୍ୱାଡନ ଲିଡର ପଦବୀରେ ଥାଇ ଅବସର ନେଇଛନ୍ତି । ପ୍ରାୟ ୧୫ ବର୍ଷ ଭାରତୀୟ ବାୟୁସେନାରେ କାର୍ଯ୍ୟ କରିଛନ୍ତି ତନ୍‌ଭି । ବର୍ତ୍ତମାନ ସେ ରିଲାଏନ୍ସ ଜିଓ’ର ଡିଜିଏମ୍‌ ଭାବରେ ବାଙ୍ଗାଲୋରରେ ଅବସ୍ଥିତ । ଅଭିନନ୍ଦନ ଓ ତନ୍‌ଭିଙ୍କର କିଶୋର ପୁଅ ଅଛି ।
ସ୍ୱାଗତ କରିବାକୁ ଚାହିଁଲେ ଅମ୍ରିନ୍ଦର
ଶୁକ୍ରବାର ଅଭିନନ୍ଦନଙ୍କୁ ୱାଘା ସୀମା ଦେଇ ଭାରତକୁ ପାକିସ୍ତାନ ପଠାଇବ ବୋଲି ସୂଚନା ମିଳୁଛି । ତେଣୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମ୍ରିନ୍ଦର ସିଂ ତାଙ୍କୁ ସ୍ୱାଗତ କରିବା ପାଇଁ କେନ୍ଦ୍ର ସରକାର ସୁଯୋଗ ଦିଅନ୍ତୁ ବୋଲି ଚାହିଁଛନ୍ତି । ଅଭିନନ୍ଦନ, ତାଙ୍କ ପିତା ଓ ମୁଁ ଏନ୍‌ଡିଏ ର ପୁରୁଣା ଛାତ୍ର । ତେଣୁ ତାଙ୍କୁ ସ୍ୱାଗତ କରିବା ମୋ’ ପାଇଁ ସମ୍ମାନର କଥା ହେବ । ବର୍ତ୍ତମାନ ମୁଁ ସୀମାବର୍ତ୍ତୀ ଅଞ୍ଚଳ ବୁଲି ଅମୃତସରରେ ଅଛି । ତେଣୁ କେନ୍ଦ୍ର ସରକାର ମୋତେ ତାଙ୍କୁ ସ୍ୱାଗତ କରିବା ପାଇଁ ସୁଯୋଗ ଦିଅନ୍ତୁ ବୋଲି ସୋସିଆଲ୍‌ ମିଡିଆରେ ଅନୁରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ।
ବଲିଉଡ୍‌ ଚଳଚଞ୍ଚଳ
ଦେଶରେ ଯୁଦ୍ଧର ମାହୋଲ ବନିଥିଲା ବେଳେ ବଲିଉଡ୍‌ କିନ୍ତୁ ଏହାକୁ ନେଇ ସିନେମା ବନାଇବାର ମୁଡ୍‌ରେ ଅଛି । ବହୁ ପ୍ରଡୁ୍ୟସର ଏହି ଘଟଣା ସହ ସାମିଲ ଅନେକ ଶବ୍ଦ ଟାଇଟଲ ଭାବରେ ବୁକ୍‌ କରିବା ଆରମ୍ଭ କରିଛନ୍ତି । ଅଭିନନ୍ଦନ, ବାଲାକୋଟ୍‌, ପୁଲୱାମା, ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ୨.୦ ଆଦିର ବୁକିଂ ହୋଇସାରିଛି । ଏପରିକି ପୁଲୱାମା : ଦ ଡେଡ୍‌ଲି ଆଟାକ୍‌ ଭଳି ନାଁ ମଧ୍ୟ ପ୍ରଯୋଜକ ବୁକ୍‌ କରିଛନ୍ତି । ବର୍ତ୍ତମାନର ସାମରିକ ଘଟଣାକ୍ରମକୁ ନେଇ ସ୍କ୍ରିପ୍ଟ ଲେଖା ଆରମ୍ଭ ହୋଇସାରିଛି ବୋଲି ଜଣେ ପ୍ରଯୋଜକ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*