ଚା’ନପିଇଲେ କାମ କରୁନି ଘୋଡ଼ା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଲଣ୍ଡନ
ସାଧାରଣତଃ ସକାଳୁ ସକାଳୁ ଚା’ ନପିଇଲେ ମୁଣ୍ଡ କାମ କରିନଥାଏ ଅନେକଙ୍କର । ହେଲେ ଆପଣ କ’ଣ ବିଶ୍ୱାସ କରିପାରୁଛନ୍ତି ଯେ, ଘୋଡ଼ାମାନେ ମଧ୍ୟ ଚା’ ଅଭ୍ୟାସରେ ପଡିଥାନ୍ତି?
ଲଣ୍ଡନର ମର୍ସିସାଇଡ୍‌ ପୁଲିସ୍‌ ନିକଟରେ ଏପରି ଏକ ଘୋଡ଼ା ଅଛି । ଏହି ଘୋଡ଼ାର ଚା’ ପିଇବା ନିଶା ଏପରି ଯେ, ଚା’ ନପିଇଲା ପର୍ଯ୍ୟନ୍ତ ସେ କୌଣସି କାମ କରେନାହିଁ । ଏପରିକି ଶୋଇବାରୁ ମଧ୍ୟ ଉଠେନାହିଁ । ଏହାକୁ ଦୃଷ୍ଟିରେ ରଖି ଘୋଡ଼ାର ସୁରକ୍ଷାରେ ଥିବା କର୍ମଚାରୀମାନେ ସକାଳୁ ସକାଳୁ ଘୋଡାକୁ କପେ ଚା’ ଦିଅନ୍ତି । ୨୦ବର୍ଷର ଏହି ଘୋଡ଼ାର ନାମ ଜ୍ୟାକ୍‌ ଅଟେ । ଘୋଡ଼ାର ଏହି ଅଭ୍ୟାସ ସମ୍ପର୍କରେ ସବୁ ପୁଲିସ୍‌ କର୍ମଚାରୀ ଅବଗତ । ୧୫ ବର୍ଷ ଧରି ଜ୍ୟାକ୍‌ ଏହି ଅଭ୍ୟାସରେ ପଡିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*