ଚାଇଲ୍ଡଲାଇନ ସେ ଦୋସ୍ତି କାର୍ଯ୍ୟକ୍ରମ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ଭଦ୍ରକ

ଚାଇଲ୍ଡଲାଇନ ଇନ୍ଦିଆ ଫାଉନେ୍ଦସନ ଦ୍ୱାରା ଆୟୋଜିତ ସୋସାଇଟି ଫର ଉଇକର କମୁ୍ୟନିଟି (ଆସିଆନା) ଦ୍ୱାରା ପରିଚାଳିତ ଚାଇଲ୍ଡଲାଇନ ତରଫରୁ ପୁରୁଣାବଜାରସ୍ଥିତ ଏନସି ହାଇସ୍କୁଲ ସଭାଗୃହରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଚାଇଲ୍ଡ ଲାଇନର ନିଦେ୍ର୍ଦଶିକା ସୋଫିଆ ସେକ୍ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଚାଇଲ୍ଡଲାଇନ୍ ଦୋସ୍ତି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ଉପରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ଯୋଗଦେଇ ଶିଶୁ ସୁରକ୍ଷା ଏକ ସାମୁହିକ ଦାୟିତ୍ୱ ଏବଂ ସମସ୍ତଙ୍କୁ ଆଗାମୀ ଦିନରେ ଶିଶୁଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ଶୋଷଣ ବିରୁଦ୍ଧରେ ସ୍ୱର ଉଠାଇବା ପାଇଁ ଶପଥ ପାଠ କରାଇଥିଲେ । ଏହି ଅବସରରେ ଏକ ବିରାଟ ସଚେତନ ପଦଯାତ୍ରା ବାଙ୍କା ବଜାରରୁ ବାହାରି ପୁରୁଣାବଜାର, ଶଙ୍କରପୁର, ଚନ୍ଦନବଜାର ଓ ଲାହାପଟି ପରିକ୍ରମ କରିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*