ଚଳନ୍ତା କାରକୁ ଗୁଳିମାଡ, ଚାଳକ ଗୁରୁତର

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡିଆ : ଟାଙ୍ଗୀ/ଚୌଦ୍ୱାର

ଚୌଦ୍ୱାର ଥାନା ଅନ୍ତର୍ଗତ ୫୫ନଂ ଜାତୀୟ ରାଜପଥର ନୂଆପାଟଣା ରାଇସ ମିଲ ନିକଟରେ ଏକ ଚଳନ୍ତା କାରରକୁ ଅଟକାଇ ବାଇକରେ ଆସିଥିବା ୪ ଜଣ ଡକାୟତ ଗୁଳିମାଡ କରି ମହିଳାଙ୍କ ଠାରୁ ସୁନା ଗହଣା, ଟଙ୍କା ଲୁଟି ନେଇଛନ୍ତି । ଢେଙ୍କାନାଳ ବନଖନ୍ଦ ଅଧିକାରୀ ମାନସ କୁମାର ସିଂ ତାଙ୍କ ପରିବାର ସହିତ ଓ.ଡି.୦୬.ଜି.୧୭୮୬ କାରରେ ଯାଯପୁରରେ କାମ ସାରି ପୁରୀରୁ ମଧୁସୁଦନ ସେତୁ ଦେଇ ଢେଙ୍କାନାଳ ଫେରୁଥିଲେ । ଏହି ସମୟରେ ନୂଆପାଟଣା ଠାରେ ପୂର୍ବରୁ ପିଛାକରି ବାଇକରେ ଆସୁଥିବା ୪ ଜଣ ଡକାୟତ ରାସ୍ତାରେ ଥିବା ଏକ ହମ୍ପସ ନିକଟରେ କାରର ବେଗ କମିଯିବାରୁ ଅଟକାଇ ଥିଲେ । ଦୁଇଜଣ କାର ଭିତରୁ ମହିଳାଙ୍କ ବେକରୁ ସୁନା ହାର ସହିତ ଭ୍ୟାନିଟ ବ୍ୟାଗରେ ଥିବା ଟଙ୍କା ଛଡାଇ ନେଇଥିଲେ । ଏହି ସମୟରେ ଗାଡିର ଚାଲକ ତଥା ମାନସଙ୍କର ଭାଇ ଲାଲା ଲଳିତ ମୋହନ ସିଂ ବିରୋଧ କରିବାରୁ ଡକାୟତମାନେ ଲଳିତଙ୍କ ମୁନ୍ଦକୁ ଗୁଳି ମାରି ଥିଲେ । ଗୁଳିଟି ଲଲିତଙ୍କ ମୁନ୍ଦରେ ବାଜିଥିଲା । ଫଳରେ ସେହି ଗାଡିରେ ଟଳିପଡିଥିଲେ । ଡକାୟତମାନେ ସେଠାରୁ ଚମ୍ପଟ ମାରିଥିଲେ । ଖବର ପାଇ ଘଟଣା ସ୍ଥଳରେ ଚୌଦ୍ୱାର ଓ ଗୁରୁଡିଝାଟିଆ ପୁଲିସ ପହଂଚିଥିଲା । ରକ୍ତ ଜୁଡୁବୁଡୁ ଲଳିତଙ୍କୁ ସଙ୍ଗେ ସଙ୍ଗେ କଟକ ମେଡିକାଲୁ ନେଇଯାଇଥିଲେ । ଚୌଦ୍ୱାର ପୁଲିସ ଏହି ଘଟଣାର ତଦନ୍ତ ଚଳାଇଥିବା ଥାନାଅଧିକାରୀ ପଦ୍ମନାଭ ପ୍ରଧାନ ସୂଚନା ଦେଇଛନ୍ତି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*