ଚର୍ଚ୍ଚାରେ ପୁଷ୍ପମ ଏବଂ ବ୍ଲାକ୍‌ ଡ୍ରେସ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ପାଟନା
ବିହାର ରାଜନୀତିରେ ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି ପୁଷ୍ପମ ପି୍ରୟା ଚୌଧୁରୀ । ସବୁବେଳେ କଳା ପୋଷାକରେ ସେ ନଜର ଆସୁଛନ୍ତି । କାହିଁକି କଳା ପୋଷାକ ସେ ପିନ୍ଧୁଛନ୍ତି ତାହାର ଉତ୍ତର ମଧ୍ୟ ଦେଇଛନ୍ତି । ମାର୍ଚ୍ଚ ୨୦୨୦ରେ ନିଜକୁ ବିହାରର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରି ପୁଷ୍ପମ ନିଜ ଦଳ ଫ୍ଲୁରଲ୍ସ ପକ୍ଷରୁ ବିଭିନ୍ନ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିସାରିଛନ୍ତି ।
ରାଜନୀତିରେ ନୂଆ ପ୍ରୟୋଗକୁ ନେଇ ମଧ୍ୟ ଚର୍ଚ୍ଚାରେ ପୁଷ୍ପମ । ନାମାଙ୍କନ ପତ୍ର ଦାଖଲ ସମୟରେ ସେ ଜାତି ସ୍ଥାନରେ ପଲିଟିସିଆନ୍‌ ଏବଂ ଧର୍ମ ସ୍ଥାନରେ ବିହାରୀ ଲେଖିଥିଲେ । ତାଙ୍କ ଯୁକ୍ତି ହେଉଛି ରାଜନୀତି ଜାତି ଏବଂ ଧର୍ମ ଆଧାରରେ ନୁହେଁ ବରଂ ବିକାଶ ଆଧାରରେ ହେବା ଦରକାର । ଲନ୍ଦନରୁ ଅର୍ଥନୀତିରେ ଶିକ୍ଷା ଗ୍ରହଣ କରି ଫେରିଥିବା ପୁଷ୍ପମଙ୍କ ଜନ୍ମ ଦରଭଙ୍ଗାରେ । ତାଙ୍କ ବାପା ବିନୋଦ ଚୌଧୁରୀ ଏକଦା ବିହାର ମୁଖ୍ୟମନ୍ତ୍ରୀ ନୀତୀଶଙ୍କ କୁମାରଙ୍କ ଅତି ଘନିଷ୍ଠ ଏବଂ ଜଦୟୁ ବିଧାନପରିଷଦର ସଦସ୍ୟ ମଧ୍ୟ ରହିଛନ୍ତି ।
ତେବେ କାହିଁକି ସବୁବେଳେ ବ୍ଲାକ୍‌ ଡ୍ରେସ୍‌ ପିନ୍ଧୁଛନ୍ତି ର ପ୍ରଶ୍ନରେ ପୁଷ୍ପମଙ୍କ ଜବାବ ହେଉଛି ମୁଁ କଳା ପୋଷାକ ଏଥିପାଇଁ ପିନେ୍ଧ, କାରଣ ଦେଶର ଅନ୍ୟ ନେତାମାନେ ଉଜ୍ୱଳ ପୋଷାକ ପିନ୍ଧନ୍ତି । ଏଥିସହ ଭାରତୀୟ ସମ୍ବିଧାନରେ ନେତାଙ୍କ ପାଇଁ କୌଣସି ଡ୍ରେସ୍‌ କୋଡ୍‌ ନଥିବା ମଧ୍ୟ କହିଛନ୍ତି ସେ । ବର୍ତ୍ତମାନ ପୁଷ୍ପମ ମଧୁବନି ଜିଲାର ବିସ୍ଫି ବିଧାନସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*