ଚନ୍ଦ୍ରାୟାନ-୨ ପଠାଇଥିବା ଫଟୋ ଜାରି କଲା ଇସ୍ରୋ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଚନ୍ଦ୍ରାୟାନ-୨ ଚନ୍ଦ୍ରର କକ୍ଷ ପଥରେ ରହି ବହୁମୂଲ୍ୟ ତଥ୍ୟ ପ୍ରେରଣ କରିବା ଜାରି ରଖିଛି । ଗୁରୁବାର ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରାୟାନ-୨ ପ୍ରେରଣ କରିଥିବା ଚନ୍ଦ୍ରର ଏକ ଫଟୋ ସେୟାର କରିଛି । ଏହି ଫଟୋକୁ ଚନ୍ଦ୍ରାୟାନ-୨ରେ ଖଞ୍ଚାଯାଇଥିବା ଆଇଆଇଆରଏସ ଉଠାଇଛି । ଚନ୍ଦ୍ରପୃଷ୍ଠରେ ପରିବର୍ତ୍ତିତ ହେଉଥିବା ସୂର୍ଯ୍ୟରଶ୍ମିକୁ ମାପିବା ଏବଂ ସେଠାରେ ଥିବା ଖଣିଜ ସଂପଦର ସନ୍ଧାନ ସକାଶେ ଆଇଆଇଆରଏସର ଡିଜାଇନ୍‌ କରାଯାଇଛି । ଏହି ଫଟୋ ମାଧ୍ୟମରେ ଚନ୍ଦ୍ରପୃଷ୍ଠରେ ପଡୁଥିବା ସୂର୍ଯ୍ୟାଲୋକ ମପାଯାଇପାରିଛି । ସୂଚନାଯୋଗ୍ୟ ଯେ, ଚନ୍ଦ୍ରର ନିଜସ୍ୱ ଆଲୋକ ନାହିଁ, ଏହା ସୂର୍ଯ୍ୟାଲୋକରେ ଆଲୋକିତ । ହେଲେ ଚନ୍ଦ୍ର ପୃଷ୍ଠରେ ପଡୁଥିବା ସୂର୍ଯ୍ୟାଲୋକର ବିକିରଣ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଚନ୍ଦ୍ରପୃଷ୍ଠରେ ଥିବା ଖଣିଜ ସଂପଦ କାରଣରୁ ସୂର୍ଯ୍ୟାଲୋକର ବିକିରଣ ଭିନ୍ନ ଭିନ୍ନ ହୋଇଥାଏ ବୋଲି ଇସ୍ରୋ ବୈଜ୍ଞାନିକମାନେ ମତ ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*