ଚନ୍ଦ୍ରଭାଗା କୁଳରେ ବୋଇତ ବନ୍ଦାଣ ଉତ୍ସବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : କୋଣାର୍କ

ଓଡିଶାର ପା୍ରଚୀନ ନୌବାଣିଜ୍ୟ ପରମ୍ପରାର ସ୍ମାରକୀ ଭାବେ ଓ ଓଡିଆ ଜାତିର ସଂସ୍କୃତି ଓ ସାଧବ ପୁଅର ବାଣିଜ୍ୟକୁ ବଜାୟ ରଖିବା ପାଇଁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ଚନ୍ଦ୍ରଭାଗା କୁଳରେ ବୋଇତ ବନ୍ଦାଣ ଉତ୍ସବ ୨୦୧୯ ସୋମବାର ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠିତ ହୋଇଛି । କାର୍ତ୍ତିକ ପୁର୍ଣ୍ଣିମାର ପୂର୍ବରାତି ଦିନ ଚନ୍ଦ୍ରଭାଗା ବଜାର କମିଟି, ଫଟୋଗ୍ରାଫର ଆସୋସିଏସନ ଓ ଗଣେଶ କମିଟି ସହଯୋଗରେ ଏହି ଉତ୍ସବ ପାଳନ କରାଯାଉଛି ।
ଏହି ଉତ୍ସବରେ ରାଜ୍ୟ କୀଡା ଓ ଯୁବ ବ୍ୟାପାର ମନ୍ତୀ ଇଂ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲାପରିଷଦ ଅଧକ୍ଷ ଜ୍ୟେତିର୍ମୟୀ ଦଳାଇ, ଯାଦବ ମହାସଙ୍ଘର ସଭାପତି ଗୋପାଳ ବେହେରା, ଅସ୍ତରଙ୍ଗ ବ୍ଲକର ଅଧକ୍ଷ ସ୍ୱାଧୀନ କୁମାର ନାୟକ ଓ ବୋଇତ ବନ୍ଦାଣ କମିଟିର ସଭାପତି ଅଜୟ କୁମାର ବେହେରା ଅତିଥି ରୁପେ ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଚନ୍ଦ୍ରଭାଗାରେ ଏଭଳି ଏକ କାର୍ଯ୍ୟକ୍ରମ ଚାଲୁରହୁଥିବାରୁ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ମନ୍ତୀ ଶୀ୍ର ବେହେରା ଭୂୟଶୀଂ ପ୍ରଶଂସା କରିଥିଲେ । ଆସିଥିବା ବିଭିନ୍ନ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଯାହା ଉପସ୍ଥିତ ଥିବା ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ରାତିତମାମ ବାନ୍ଧି ରଖିଥିଲା । ମଙ୍ଗଳବାର ପ୍ରତୁ୍ୟଷରୁ ଏକ ସୁସଜ୍ଜିତ ବୋଇତକୁ କୁନିକୁନି କଳାକାର ମାନେ ସାଧବ ବେଶରେ ସଜ୍ଜାଯାଇ ବନ୍ଦାପନା କରିବା ପରେ ତାହାକୁ ସମୁଦ୍ରରେ ଛଡ଼ାଯାଇଥିଲା । ତାହା ପରେ ଶ୍ରଦ୍ଧାଳୁ ମାନେ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ କରି ବିଭିନ୍ନ କିସମର ଡଙ୍ଗା ଭସାଇଥିଲେ । କୋଣାର୍କ ଓ ମେରାଇନ ଥାନାର ମିଳିତ ସହଯୋଗରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*