ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ନେଇ ଫିଲ୍ମ ନିର୍ମାଣ କରିବେ କଙ୍ଗନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବଲିଉଡରେ ଏଇ କିଛିଦିନ ହେବ ଐତିହାସିକ ପୃଷ୍ଠଭୂମିକୁ ନେଇ ଫିଲ୍ମ ନିର୍ମାଣ କରାଯାଉଛି । ଏହାର ଜ୍ଜ୍ୱଳନ୍ତ ଉଦାହରଣ ହେଉଛି ଏଇ ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ତାଣାଜୀ: ଦ ଅନ୍‌ସଙ୍ଗ ୱାରିୟର’ । ସେହିଭଳି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିଥିଲା । ଅଭିନେତ୍ରୀ କଙ୍ଗନା ପୁଣିଥରେ ଏଭଳି ଏକ ଫିଲ୍ମ ପ୍ରସ୍ତୁତ କରିବା ଲାଗି ଅଣ୍ଟା ଭିଡିଛନ୍ତି । ତେବେ କଙ୍ଗନା ବର୍ତ୍ତମାନ ନିଜର ରିଲିଜ୍‌ ଅପେକ୍ଷାରେ ଥିବା ଫିଲ୍ମ ‘ପଙ୍ଗା’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । କିଛିଦିନ ତଳେ ଅଭିନେତ୍ରୀ ବିହାରର ରାଜଧାନୀ ପାଟଣାରେ ପହଞ୍ଚôଥିଲେ । ଏଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କଙ୍ଗନା ନିଜର ଇଚ୍ଛା ଜାହିର କରିଛନ୍ତି । ‘ମଣିକର୍ଣ୍ଣିକା’ ଫିଲ୍ମରେ ରାଣୀ ଲକ୍ଷ୍ମୀବାଇଙ୍କ ଭୂମିକାରେ ଅଭିନୟ କରିଥିବା କଙ୍ଗନାଙ୍କୁ ଯେତେବେଳେ ଐତିହାସିକ ବ୍ୟକ୍ତିତ୍ୱଙ୍କ ଉପରେ କୌଣସି ଫିଲ୍ମ ନିର୍ମାଣ କରିବାକୁ ଚାହୁଁଥିବା ନେଇ ପ୍ରଶ୍ନ କରାଯିବାରୁ ସେ ଏହାର ଉତ୍ତରରେ ନିଜର ଇଚ୍ଛା ଜାହିର କରିଛନ୍ତି । ସେ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ଉପରେ ଫିଲ୍ମ ନିର୍ମାଣ କରିବାକୁ ଇଚ୍ଛୁକ ଥିବା କହିଥିଲେ । ସୂଚନା ଥାଉ ଯେ, ମୁମ୍ବାଇରେ ମଣିକର୍ଣ୍ଣକା ନାମରେ ଏକ ପ୍ରଡକ୍ସନ୍‌ ହାଉସ୍‌ ଖୋଲିଛନ୍ତି କଙ୍ଗନା ଏବଂ ଏହି ପ୍ରଡକ୍ସନ୍‌ ହାଉସ୍‌ ଅନ୍ଦରରେ କଙ୍ଗନା ନିଜର ପ୍ରଥମ ଫିଲ୍ମ ‘ଅଯୋଧ୍ୟା’ ନିର୍ମାଣ କରୁଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*