ଚଣ୍ଡିଖୋଲ ଆରଟିଓ କାର୍ଯ୍ୟାଳୟ ନିକଟରୁ ଜବରଦଖଲ ଉଚ୍ଛେଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଚଣ୍ଡିଖୋଲ

ରାଜ୍ୟ ସରକାଙ୍କ ସୁପାରିସକ୍ରମେ ସମସ୍ତ ଆରଟିଓ କାର୍ଯ୍ୟାଳୟ ନିକଟରୁ ବେଆଇନ ଭାବେ ବସିଥିବା ଦଲାଲଙ୍କ ପ୍ରକୋଷ୍ଠ ସହ ଅନ୍ୟସବୁ ଅବରୋଧକୁ ହଟାଇବା ପାଇଁ ନିଦେ୍ର୍ଦଶ ଜାରି କରାଯାଇଥିଲା । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଦଲାଲ ହଟାଓ ଅଭିଯାନ ପରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଚନ୍ଦିଖୋଲ ଆରଟିଓ କାର୍ଯ୍ୟାଳୟ ନିକଟରେ ଥିବା ସରକାରୀ ଜମିରେ ଜବରଦଖଲ କରିଥିବା ଦଲାଲଙ୍କ କାର୍ଯ୍ୟାଳୟ ସହ ଅନ୍ୟସମସ୍ତ ଛୋଟ ଛୋଟ ବ୍ୟବସାୟୀଙ୍କ ସଂସ୍ଥା ଗଢି ଉଠିଥିଲା । ଗୁରୁବାର ଦିନ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ଆରକ୍ଷୀ ଅଧିକ୍ଷକ ଚରଣ ସିଂହ ମିନା, ଡିଏସପି କେଦାରନାଥ ସାହୁ, ବଡଚଣା ଥାନା ଅଧିକାରୀ ଦୀପକ କୁମାର ଜେନା, ଚନ୍ଦିଖୋଲ ପାନ୍ଦି ଅଧିକାରୀ ସୁଶୀଲ କୁମାର ନାୟକ, ଦର୍ପଣ ଅତିରିକ୍ତ ତହସିଲଦାର ଓ ମୋଟରଯାନ ନିୟନ୍ତ୍ରକ ଅଧିକାରୀଙ୍କ ସହିତ ସମ୍ପୁକ୍ତ ବିଭାଗର କର୍ମଚାରୀ ଓ ପୋଲିସ ଫୋର୍ସ ଉପସ୍ଥିତିରେ ଜବରଦଖଲ ଉଚ୍ଚେଦ କରାଯାଇଥିଲା । ଉଚ୍ଛେଦ ଫଳରେ ଦଲାଲଙ୍କ ପ୍ରକୋଷ୍ଠ ସହ ଛୋଟ ଛୋଟ ବ୍ୟବସାୟ କରିଥିବା ଲୋକମାନଙ୍କ ଦୈନିକ ଗୁଜୁରାଣ ହରାଇବାକୁ ପଡ଼ିଲା । ସରକାରୀ ନିଦେ୍ର୍ଦଶନାମା ଅନୁଯାୟୀ କାର୍ଯ୍ୟାଳୟ ନିକଟରୁ ୧୫୦ ମିଟର ଅବଧି ମଧ୍ୟରେ ସରକାରୀ ଜମିକୁ ଅବରୋଧ କରିଥିବା ସମସ୍ତ ନିର୍ମାଣଧିନ ଗୃହକୁ ଉଚ୍ଛେଦ ପାଇଁ ବ୍ୟବସ୍ଥା ରହିଅଛି । କିନ୍ତୁ ଏଠାରେ ଜଣେ ବ୍ୟକ୍ତିଙ୍କ ଗ୍ୟାରେଜ ଆଉ କେତେକ ସ୍ଥାୟୀ ଗୃହରେ ଚାଲିଥିବା ବ୍ୟବସାୟୀକ ପ୍ରତିଷ୍ଟାନ ଉଚ୍ଛେଦ ପ୍ରକ୍ରିୟାରୁ ବାଦ ହେବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଶାସନିକ ସ୍ତରରେ ଏଭଳି ବ୍ୟବସ୍ଥାକୁ ସାଧାରଣରେ ନିନ୍ଦା କରାଯିବା ସହ ଉଚ୍ଛେଦ ପ୍ରକ୍ରିୟା ସମସ୍ତଙ୍କ ପାଇଁ ସମାନ ଆଧାରରେ କରାଯିବାକୁ ସାଧାରଣରେ ଦାବି ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*