ଘୁଷୁରୀ ଓ ମାଙ୍କଡ଼ର ମିଳନରୁ ନୂଆ ପ୍ରଜାତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ବେଜିଂ

ଚୀନର ଏକ ମିଡିଆ ରିପୋର୍ଟ ଅନୁସାରେ ଏଠାକାର ବୈଜ୍ଞାନିକମାନେ ନିଜ ପ୍ରୟୋଗ ଶାଳାରେ ବିଶ୍ୱର ପ୍ରଥମ ଘୁଷୁରୀ-ମାଙ୍କଡ଼ ହାଇବି୍ରଡ ଜନ୍ମ କରିବାରେ ସଫଳ ହୋଇଛନ୍ତି । ତେବେ ଜନ୍ମର ଗୋଟିଏ ସପ୍ତାହ ମଧ୍ୟରେ ଏମାନଙ୍କର ମୃତୁ୍ୟ ହୋଇଥିଲା ।
ଦୁଇବର୍ଷ ତଳେ ସ୍ପେନର ବୈଜ୍ଞାନିକ ଘୁଷୁରୀ-ମଣିଷ ହାଇବି୍ରଡ୍‌ ବନାଇବାର ଚେଷ୍ଟା କରିଥିଲା ବେଳେ ଚୀନର ବୈଜ୍ଞାନିକମାନେ ଏହି ଧାରାକୁ ଆଗକୁ ନେଇ ଏହି ଉଦ୍ୟମ କରିଛନ୍ତି । କୁହାଯାଇଛି ଯେ, ମାଙ୍କଡର ସିମେନକୁ ୪ ହଜାରରୁ ଅଧିକ ଘୁଷୁରୀ ଭୃଣରେ ଭର୍ତ୍ତି କରାଯାଇଥିଲା । ଏହି କ୍ରମରେ ୧୦ଟି ଘୁଷୁରୀ ଛୁଆ ଜନ୍ମ ହୋଇଥିଲା ବେଳେ ସେଥିରୁ ଦୁଇଟି ହାଇବି୍ରଡ୍‌ ଥିଲେ । ସେମାନଙ୍କର ହୃଦୟ, ମୁହଁ ଏବଂ ରଙ୍ଗ ମାଙ୍କଡ଼ ସହ ମିଶୁଥିଲା । ତେବେ ୭ ଦିନ ମଧ୍ୟରେ ଏହି ହାଇବି୍ରଡ୍‌ ପ୍ରଜାତିର ମୃତୁ୍ୟ ଘଟିଥିଲା ବେଳେ ବୈଜ୍ଞାନିକମାନେ ଆଗକୁ ଏହି ଗବେଷଣା ଜାରି ରଖିବେ ବୋଲି କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*