ଘରୋଇ ବିଦ୍ୟାଳୟରେ ଓଟିଇଟି ବାଧ୍ୟତାମୂଳକ ନୀତିକୁ ବିରୋଧ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ: ଭୁବନେଶ୍ୱର

କେନ୍ଦ୍ର ସରକାରଙ୍କ ଅଧିନସ୍ଥ ଏନ୍ସିପିଆର୍ଆଇ ଦେଇଥିବା ଓଡ଼ିଶାର ଘରୋଇ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଓଟିଇଟି ବାଧ୍ୟତାମୂଳକ ନୀତିକୁ ପ୍ରତ୍ୟାହାର କରିବାକୁ ଅଲ୍ ଓଡ଼ିଶା ପ୍ରାଇଭେଟ୍ ସ୍କୁଲ ଆସୋସିଏସନ୍ (ଅପୋସା) ଦାବି କରିଛି । ମଙ୍ଗଳବାର ଆସୋସିଏସନ୍ ପକ୍ଷରୁ ଲୋୟର ପିଏମ୍ଜିରେ ରାଲି କରାଯିବା ସହ ବିକ୍ଷୋଭ କରାଯାଇଥିଲା ।
ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାରରୁ ଉଦ୍ଧ୍ୱର୍ ଘରୋଇ ଇଂରାଜୀ ଓ ଓଡ଼ିଆ ମାଧ୍ୟମିକ ବିଦ୍ୟାଳୟର କର୍ତ୍ତୁପକ୍ଷ, ସଂଯୋଜକ ମନ୍ଦଳୀ ଓ କର୍ମକର୍ତ୍ତା ଯୋଗଦେଇ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଶିକ୍ଷାନୀତି ବିରୁଦ୍ଧରେ ଆନେ୍ଦାଳନ କରିଥିଲେ । ଅପୋସା ପକ୍ଷରୁ କୁହାଯାଇଛି ଯେ, ଶିକ୍ଷା ଅଧିକାର ଆଇନ୍ ୨୦୦୯-୧୦ର ସମସ୍ତ ସର୍ତ୍ତ ପୂରଣ କରି ରାଜ୍ୟର ହଜାର ହଜାର ଘରୋଇ ବିଦ୍ୟାଳୟ ସିଓଆର୍ ଅନୁମୋଦନ ପାଇ ସାରିଥିବା ବେଳେ ସରକାରଙ୍କ ଓଟିଇଟିର ପ୍ରସ୍ତାବ ସମସ୍ତଙ୍କୁ ଚକିତ କରିଛି । ସରକାର ଯଦି ଓଟିଇଟି ସମ୍ପର୍କରେ ତୁରନ୍ତ ନୀତିଗତ ନିଷ୍ପତ୍ତି ନ ନିଅନ୍ତି ତେବେ ଆଗାମୀ ଦିନରେ ବ୍ୟାପକ ଆନେ୍ଦାଳନ ହେବ ବୋଲି ଅପୋସାର ମୁଖ୍ୟ ଉପଦେଷ୍ଟା ଅଜିତ୍ କୁମାର ଦାଶ, ସଭାପତି ସତ୍ୟ ନାରାୟଣ ମିଶ୍ର, ଉପ ସଭାପତି ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ସମ୍ପାଦକ ଅବନ୍ତୀ କୁମାର ସୁତାର ଓ ହଜାରରୁ ଉଦ୍ଧ୍ୱର୍ ଶିକ୍ଷକ ନେତା ଯୋଗଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*