ଘରୋଇ ଡାକ୍ତରଖାନାରେ ଚିକିତ୍ସା ସରକାରୀ ଡାକ୍ତରଖାନା ଚିକିତ୍ସା ତୁଳନାରେ ୭ଗୁଣା ମହଙ୍ଗା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଦେଶର ଘରୋଇ ଡାକ୍ତରଖାନାରେ ଚିକିତ୍ସା ଖର୍ଚ୍ଚ ସରକାରୀ ଡାକ୍ତରଖାନା ତୁଳନାରେ ୭ଗୁଣା ମହଙ୍ଗା ଅଟେ । ରାଷ୍ଟ୍ରୀୟ ପରିସଂଖ୍ୟା କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ବିଷୟ ପଦାକୁ ଆସିଛି । ତେବେ ଚିକିତ୍ସା ମଧ୍ୟରୁ ପ୍ରସବ ସମୟରେ କେତେ ଅର୍ଥ ଖର୍ଚ୍ଚ ହେଉଛି ତାହା ଏହି ତଥ୍ୟରେ ସାମିଲ କରାଯାଇନାହିଁ ।
ଜୁଲାଇ – ଜୁନ୍‌ ୨୦୧୭-୧୮ ଅବଧିକୁ ନେଇ ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇଥିବାବେଳେ ଏଥିରେ କୁହାଯାଇଛି ଯେ, ପ୍ରତି ପରିବାର ପିଛା ସରକାରୀ ଡାକ୍ତରଖାନାରେ ଚିକିତ୍ସା କରିବାର ହାରାହାରି ଖର୍ଚ୍ଚ ବାର୍ଷିକ ୪, ୪୫୨ଟଙ୍କା ରହିଛି । ହେଲେ ଘରୋଇ ଡାକ୍ତରଖାନାରେ ଏହି ଖର୍ଚ୍ଚ ୩୧,୮୪୫ଟଙ୍କା ରହିଛି । ସହରାଞ୍ଚଳରେ ସରକାରୀ ଡାକ୍ତରଖାନାରେ ହାରାହାରି ଖର୍ଚ୍ଚ ୪୮୩୭, ଗ୍ରାମାଞ୍ଚଳରେ ୪୨୯୦ଟଙ୍କା ରହିଛି । ସେହିପରି ଘରୋଇ ଡାକ୍ତରଖାନାରେ ଏହି ଖର୍ଚ୍ଚ ଯଥାକ୍ରମେ ୩୮,୮୨୨ ଏବଂ ୨୭, ୩୪୭ଟଙ୍କା ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*