ଘରୋଇ ଉଡାଣ ପାଇଁ ୩ ମାସ ପର୍ଯ୍ୟନ୍ତ ଭଡା ଧାର୍ଯ୍ୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀ ପୁରୀ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ମେ’ ୨୫ରୁ ଆରମ୍ଭ ହେବାକୁ ଥିବା ଘରୋଇ ଉଡାଣ ଏବଂ ଏହାର ଭଡା ବାବଦରେ ସୂଚନା ଦେଇଛନ୍ତି । ବିମାନ ଉଡାଣ ଆରମ୍ଭ ହେବା ଦିନଠାରୁ ଆସନ୍ତା ୩ ମାସ ପର୍ଯ୍ୟନ୍ତ ଭଡା ସ୍ଥିର କରିଦିଆଯାଇଛି ବୋଲି ସେ କହିଛନ୍ତି । ଏୟାରଲାଇନ୍‌ଗୁଡିକ ଯେପରି ଭଡା ନେଇ ନିଜର ମନମାନୀ କରିନପାରିବେ, ସେଥିଲାଗି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଧାର୍ଯ୍ୟ ଭଡା ଅନ୍ତର୍ଗତ ଦିଲ୍ଲୀ-ମୁମ୍ବାଇ ମଧ୍ୟରେ ୯୦-୧୨୦ ମିନିଟର ଉଡାଣର ସର୍ବନିମ୍ନ ଭଡା ୩,୫୦୦ ଟଙ୍କା ଏବଂ ସର୍ବାଧିକ ଭଡା ୧୦ହଜାର ଟଙ୍କା ହେବ ।
ସୂଚନା ଅନୁସାରେ ବିମାନର ରୁଟ୍‌ ସମୟ ଅନୁସାରେ ୭ଟି ବର୍ଗରେ ବଣ୍ଟା ଯାଇଛି । ତାହା ହେଲା-୪୦ ମିନିଟର କମ୍‌ ସମୟ ଲାଗୁଥିବା ଉଡାଣ, ୪୦-୬୦ ମିନିଟ୍‌, ୬୦-୯୦ ମିନିଟ, ୯୦-୧୨୦ ମିନିଟ, ୧୨୦-୧୫୦ ମିନିଟ୍‌, ୧୫୦-୧୮୦ ମିନିଟ୍‌ ଏବଂ ୧୮୦-୨୧୦ ମିନିଟ୍‌ ସମୟ ଲାଗୁଥିବା ଉଡାଣ । ଏହି ସମୟ ଆଧାରରେ ବିମାନ ଭଡା ସ୍ଥିର କରାଯାଇଥିବା ଜଣାପଡିଛି ।
ପୁରୀଙ୍କ ସହ ଉପସ୍ଥିତ ରହିଥିବା ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂହ ଖରୌଲା ସୂଚନା ଦେଇଥିଲେ ଯେ, ବିମାନରେ ୪୦% ସିଟ୍‌ ପ୍ରାଇସ୍‌ ବ୍ୟାନ୍ଦର ମିଡ୍‌ପଏଣ୍ଟରୁ କମ୍‌ ପ୍ରାଇସ୍‌ରେ ବିକାଯିବ । ଏହାର ଉଦାହରଣ ଦେବାକୁ ଯାଇ ସେ କହିଥିଲେ ଯେ, ୩,୫୦୦ ରୁ ୧୦,୦୦୦ ଟଙ୍କାର ମିଡପଏଣ୍ଟ ୬,୭୦୦ ଅଟେ । ଅର୍ଥାତ୍‌ ଏହି ପ୍ରାଇସ୍‌ ବ୍ୟାନ୍ଦରେ ୪୦% ସିଟ ୬,୭୦୦ ଟଙ୍କାରୁ କମ୍‌ ପ୍ରାଇସ୍‌ରେ ବୁକ୍‌ କରାଯାଇପାରିବ ।
ମଝି ସିଟ୍‌ ପାଇଁ ମଧ୍ୟ ହେବ ବୁକିଂ: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ଏକ-ତୃତୀୟାଂଶ ଘରୋଇ ବିମାନର ଚଳାଚଳ ଆରମ୍ଭ କରାଯିବ ବୋଲି କହିଥିଲେ । । ଏହା ଥରେ ଆରମ୍ଭ ହେବା ପରେ ୪-୫ ଦିନ ପର୍ଯ୍ୟନ୍ତ ନୀରିକ୍ଷଣ କରାଯିବ । ଯଦି ସ୍ଥିତି ଠିକ୍‌ଠାକ୍‌ ଲାଗେ, ତେବେ ଆଉ ୧୦-୧୫ ପ୍ରତିଶତ ବିମାନକୁ ଉଡାଣ ପାଇଁ ମଞ୍ଜୁରୀ ଦିଆଯିବ । ସେହିପରି ଯାତ୍ରୀଙ୍କ ମଝି ସିଟ୍‌କୁ ଖାଲି ରଖିଲେ ମଧ୍ୟ ଶାରୀରିକ ଦୂରତ୍ୱର ନିୟମକୁ ଲାଗୁ କରାଯାଇପାରିବ ନାହିଁ, ଏଥିପାଇଁ ଏୟାରଲାଇନ୍ସକୁ ମଝି ସିଟ୍‌କୁ ବୁକ୍‌ କରିବାକୁ ଅନୁମତି ମିଳିବ । କରୋନା ସଙ୍କଟ ପାଇଁ ବିମାନରେ ଅନ୍ୟସବୁ ବ୍ୟବସ୍ଥାମାନ କରାଯିବ ବୋଲି ପୁରୀ ସୂଚନା ଦେଇଥିଲେ ।
ଗତ ମେ’ ୫ଠାରୁ ଆରମ୍ଭ ହୋଇଥିବା ବନେ୍ଦ ଭାରତ ମିଶନ ଅନ୍ତର୍ଗତ ଏପର୍ଯ୍ୟନ୍ତ ବିଦେଶରେ ଫଶି ରହିଥିବା ୨୦ହଜାର ଭାରତୀୟଙ୍କୁ ଦେଶକୁ ଅଣାଯାଇଛି । ଆଗକୁ ମଧ୍ୟ ବିଦେଶରେ କଠିନ ପରିସ୍ଥିତିର ମୁକାବିଲା କରୁଥିବା ଅଧିକସଂଖ୍ୟକ ଭାରତୀୟଙ୍କୁ ଆଣିବାକୁ ପ୍ରୟାସ କରିବୁ ବୋଲି ପୁରୀ ଗଣମାଧ୍ୟମକୁ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*