ଘରୋଇକରଣ ପ୍ରସଙ୍ଗରେ ପୀୟୁଷଙ୍କ ସୂଚନା ରେଳବାଇ ଭାରତ ଏବଂ ଭାରତୀୟଙ୍କ ସମ୍ପତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ରେଳବାଇର ଘରୋଇକରଣକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଥିଲାବେଳେ ଏ ସମ୍ପର୍କରେ ବଡ ବୟାନ ଦେଇଛନ୍ତି ରେଳମନ୍ତ୍ରୀ ପୀୟୁଷ ଗୋଏଲ । ସେ କହିଛନ୍ତି ଯେ, ରେଲୱେ ଭାରତ ଏବଂ ଭାରତୀୟଙ୍କ ସମ୍ପତି ଅଟେ । ଆଗକୁ ମଧ୍ୟ ଏହା ରହିବ । ରେଳବାଇର ଘରୋଇକରଣ ସମ୍ଭାବନାକୁ ଖାରଜ କରି ସେ କହିଛନ୍ତି ଯେ, ସରକାର ରେଳବାଇକୁ ଘରୋଇକରଣ କରୁନାହାନ୍ତି । ଯାତ୍ରୀଙ୍କୁ ଅତ୍ୟାଧୁନିକ ସେବା ସୁବିଧା ଯୋଗାଇ ଦେବା ପାଇଁ ଘରୋଇ କମ୍ପାନୀମାନଙ୍କ ଠାରୁ ବାଣିିଜି୍ୟକ ଏବଂ ଅନ୍‌ବୋର୍ଡ ସେବାର ଆଉଟ୍‌ସୋର୍ସିଂ କରାଯାଉଛି ।
ରାଜ୍ୟସଭାରେ ପ୍ରଶ୍ନକାଳ ସମୟରେ ଏକ ପ୍ରଶ୍ନର ଉତ୍ତରରେ ଗୋଏଲ କହିଛନ୍ତି ଯେ, ରେଳବାଇକୁ ଚଳାଇବା ପାଇଁ ଆସନ୍ତା ୧୨ବର୍ଷ ନିମନ୍ତେ ଆନୁମାନିକ ୫୦ଲକ୍ଷ କୋଟି ଟଙ୍କାର ପୁଞ୍ଜି ସରକାର ଏକୁଟିଆ ଯୋଗାଡ଼ କରିପାରିବେ ନାହିଁ । ତେଣୁ ଏଭଳି ପଦକ୍ଷେପ ନିଆଯାଉଛି । ଗୋଏଲ କହିଛନ୍ତି ଯେ, ଆମର ଲକ୍ଷ୍ୟ ହେଉଛି ଯାତ୍ରୀଙ୍କୁ ଉକ୍ରୃଷ୍ଟ ସେବା ସୁବିଧା ଯୋଗାଇବା । ବଜେଟ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ପ୍ରତିଦିନ ସଂସଦର ସଦସ୍ୟମାନେ ମୋ ନିକଟକୁ ଭଲ ରେଳଲାଇନ ଏବଂ ଭଲ ସେବାର ଦାବି ନେଇ ଆସୁଛନ୍ତି । ଆଗାମୀ ୧୨ବର୍ଷ ପାଇଁ ୫୦ଲକ୍ଷ କୋଟି ଆବଶ୍ୟକ । ଏହା ସମସ୍ତେ ଭଲ ଭାବେ ଜାଣନ୍ତି । ଯାତ୍ରୀ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ନୂଆ ଟ୍ରେନ ଏବଂ ଅଧିକ ନିବେଶ ସମ୍ପର୍କରେ ସେ କହିଛନ୍ତି ଯେ, ଯଦି ଘରୋଇ କମ୍ପାନୀମାନେ ରେଳବାଇରେ ନିବେଶ କରିବାକୁ ଇଚ୍ଛୁକ ଏବଂ ବର୍ତ୍ତମାନର ଧାରାକୁ ଆଗକୁ ନେବାକୁ ଚାହାନ୍ତି ତେବେ ଏହାଦ୍ୱାରା ଉପଭୋକ୍ତା ଏବଂ ଯାତ୍ରୀଙ୍କୁ ଫାଇଦା ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*