ଗ୍ଳାମରସ୍‌ ନାୟିକା ସୁପ୍ରିୟାଙ୍କ ସଂକ୍ଷିପ୍ତ ସିନେ ସଫର୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଓଲିଉଡର ଜଣେ ଗ୍ଳାମରସ୍‌ ନାୟିକା ହେଲେ ସୁପ୍ରିିୟା । ସେ ୨୦୧୬ରେ ରିଲିଜ୍‌ ହୋଇଥିବା ତରଙ୍ଗ ସିନେ ପ୍ରଡକ୍ସନ୍‌ସର ଫିଲ୍ମ ‘ଲଭ୍‌ ପାଇଁ କୁଛ୍‌ ଭି କରେଗା’ରେ ପ୍ରଥମ ଥର ପାଇଁ ନାୟିକା ବନିଥିଲେ । ଏହି ଫିଲ୍ମରେ ବାବୁସାନ୍‌ଙ୍କ ନାୟିକା ଭାବେ ସୁପ୍ରିୟାଙ୍କୁ ଦେଖିବାକୁ ମିଳିଥିଲା । ଏଥିରେ ଅନ୍ୟମାନଙ୍କ ଭିତରେ ମିହିର ଦାସ ଓ ଜୀବନ ପନ୍ଦା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । ପ୍ରଥମ ସିନେମାରେ ବାବୁସାନ୍‌-ସୁପ୍ରିୟାଙ୍କ ଯୋଡ଼ି ଜମିଯାଇଥିଲା । ‘ଲଭ୍‌ ପାଇଁ କୁଛ୍‌ ଭି କରେଗା’ର ନିଦେ୍ର୍ଦଶନା ଦେଇଥିଲେ ଅଶୋକ ପତି । ତା’ପରେ ସୁପ୍ରିୟା୨୦୧୮ରେ ରିଲିଜ୍‌ ହୋଇଥିବା ଅନ୍ୟ ଏକ ଓଡ଼ିଆ ସିନେମା ‘ଓନ୍‌ଲି ପ୍ୟାର୍‌’ ଜରିଆରେ ଓଲିଡ୍‌କୁ କମ୍‌ବ୍ୟାକ୍‌ କରିଥିଲେ । ତାପସ ସରଘରିଆଙ୍କ ନିଦେ୍ର୍ଦଶିତ ଏହି ଓଡ଼ିଆ ସିନେମାରେ ପୁଣି ଥରେ ବାବୁସାନ୍‌ଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିଥିଲେ ସୁପ୍ରିୟା ଦୁଇଟି ଯାକ ଫିଲ୍ମରେ ସୁପ୍ରିୟାଙ୍କୁ ଗ୍ଳାମରସ ଆନ୍ଦ ବୋଲ୍ଡ ରୋଲରେ ଦେଖିବାକୁ ପାଇଥିଲେ । ସ୍ମାର୍ଟ ଓ ଷ୍ଟାଇଲିସ ସୁପ୍ରିୟାଙ୍କୁ ମିଳିଥିଲା ତୃତୀୟ ଓଡ଼ିଆ ସିନେମା । ହେଲେ ଏଥର କିନ୍ତୁ ବାବୁସାନ୍‌ଙ୍କ ସାଥ୍‌ ମିଳିନଥିଲା । ସୁପ୍ରିୟାଙ୍କର ନାୟକ ଥିଲେ ଅନୁଭବ । ସୁପ୍ରିୟାଙ୍କୁ ଯେଉଁ ସିନେମାରେ ଅନୁଭବଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା, ତା’ର ଟାଇଟଲ ହେଲା ‘ବୀଜୁବାବୁ’ । ଏହା ୨୦୧୯ରେ ମୁକ୍ତିଲାଭ କରିଥିଲା । ବାବୁସାନ୍‌-ସୁପ୍ରିୟାଙ୍କ ଯୋଡ଼ି ଭଲ କିନ୍ତୁ ଅନୁଭବ-ସୁପ୍ରିୟାଙ୍କ ଯୋଡ଼ି ଦର୍ଶକଙ୍କୁ ସେତେଟା ଆକର୍ଷିତ କରିପାରିନଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*