ଗ୍ରୀନ ସିଲ୍ଡ ତି୍ରକୋଣୀୟ କ୍ରିକେଟ ରାମେଶ୍ୱରଠୁ ହାରିଲା ଟାଉନକ୍ଳବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ଗଡେଶ୍ୱର କ୍ରୀଡ଼ା ସଂଘ ପକ୍ଷରୁ ଆୟୋଜିତ ହେଉଥିବା ଗ୍ରୀନ ସିଲ୍ଡ ତି୍ରକୋଣୀୟ ପ୍ରତିଯୋଗିତାରେ ଗୁରୁବାର ଦିନ ରାମେଶ୍ୱର ପାଖରୁ ପରାଜିତ ହୋଇଛି ଟାଉନ କ୍ଳବ । ପ୍ରଥମେ ବ୍ୟାଟିଂ କରିଥିବା ରାମେଶ୍ୱର ସ୍ପୋର୍ଟିଂ ୪୦ ଓଭରରେ ୧୩୮ରନ କରିଥିଲା ୯ୱିକେଟ ହରାଇ । ଆଶୁତୋଷ ସାହୁ ସର୍ବାଧିକ ୫୮ରନ କରିଥିଲେ ୭୨ଟି ବଲରୁ । ସେଥିରେ ୧ ଛକା ଓ ୪ଟି ଚୌକା ସାମିଲ ଥିଲା । ଟାଉନ କ୍ଳବ ପକ୍ଷରୁ ସାଗର ମୁଳିଆ ୪୧ରନ ଦେଇ ୪ୱିକେଟ ପାଇଥିଲେ । ୧୩୯ରନର ବିଜୟ ଲକ୍ଷ୍ୟ ନେଇ ପଛରେ ବ୍ୟାଟିଂ କରିଥିବା ଟାଉନ କ୍ଳବ ୩୫.୩ ଓଭରରେ ୧୦୧ରନ କରି ଅଲଆଉଟ୍‌ ହୋଇଥିଲା । ଫଳରେ ରାମେଶ୍ୱର ୩୭ ରନରେ ମ୍ୟାଚ ଜିତିଛି । ରାମେଶ୍ୱରର ଶୁଭ୍ରକାନ୍ତ ପରିଡ଼ା ୨୮ରନ ଦେଇ ୫ୱିକେଟ ନେଇ ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ନେଇଥିଲେ । ତାଙ୍କୁ ମ୍ୟାନ ଅଫ୍‌ ଦ ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*