ଗ୍ରୀନ୍‌ ସିଲ୍ଡ ଫାଇନାଲ: ଲଢ଼ିବେ ରାମେଶ୍ୱର ଓ ଗ୍ରୀନ୍‌ସ ଏକାଡେମୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ଭୁବନେଶ୍ୱର

ସ୍ଥାନୀୟ ଗାଡକଣ ଠାରେ ଚାଲିଥିବା ଗ୍ରୀନ୍‌ ସିଲ୍ଡ ତ୍ରିମୁଖୀ କ୍ରିକେଟ ପ୍ରତିଯୋଗିତାର ଫାଇନାଲକୁ ଉଠିଛନ୍ତି ଗ୍ରୀନ୍ସ ଏକାଡେମୀ ଏବଂ ରାମେଶ୍ୱର ସ୍ପୋଟିଂ । ଶୁକ୍ରବାର ଦିନ ଶେଷ ଲିଗ୍‌ ମ୍ୟାଚରେ ଟାଉନ କ୍ଳବକୁ ୬ ୱିକେଟରେ ହରାଇ ଗ୍ରୀନ୍ସ ଏକାଡେମୀ ଫାଇନାଲରେ ପ୍ରବେଶ କରିଛି । ରବିବାର ଦିନ ରାମେଶ୍ୱର ଓ ଏକାଡେମୀ ମଧ୍ୟରେ ହେବ ଟ୍ରଫି ପାଇଁ ମ୍ୟାଚ୍‌ । ଟାଉନ୍‌ କ୍ଳବ ଶୁକ୍ରବାର ପ୍ରଥମେ ବ୍ୟାଟିଂ କରି ୪୦ ଓଭରରେ ୯ ୱିକେଟ ହରାଇ ୧୯୧ ରନ୍‌ କରିଥିଲା । ଶୁଭଙ୍କର ଦାଶ ସର୍ବାଧିକ ୫୧ ରନ୍‌ କରିଥିଲେ । ୧୯୨ ରନର ପିଛା କରିଥିବା ଏକାଡେମୀ ୩୮.୨ ଓଭରରେ ୪ ୱିକେଟ ହରାଇ ଜିତି ନେଇଥିଲା । ଦଳର ଦେବବ୍ରତ ପ୍ରଧାନ ଅପରାଜିତ ୮୧ ଏବଂ ଭବ୍ୟଜ୍ୟୋତି ୫୭ ରନ୍‌ କରି ଦଳକୁ ଜିତାଇ ଦେଇଥିଲେ । ଦେବବ୍ରତଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*