ଗ୍ରାମ୍ୟ ଉନ୍ନୟନ ସଡ଼କ ବିପର୍ଯ୍ୟସ୍ତ, ନିର୍ମାଣ ଦାବି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଭଦ୍ରକ

ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନରେ ଥିବା ଆନନ୍ଦବଜାର-ଚୁନିଦା ସଡକର ସ୍ଥିତି ଏବେ ସଂଗୀନ ହୋଇପଡିଛି । ଦୀର୍ଘ ଦିନର ମରାମତି ଅଭାବଜନିତ ସମସ୍ୟା ଯୋଗୁଁ ଏହି ରାସ୍ତାଟି ଏବେ ପଥଚାରୀଙ୍କ ପାଇଁ ମରଣଯନ୍ତା ପାଲଟିଛି । ଭଦ୍ରକ-ଆଖନ୍ଦଳମଣି ରାଜ୍ୟ ରାଜ୍ୟପଥର ଆନନ୍ଦବଜାର ଠାରୁ ପଶ୍ଚିମକୁ ରହିଛି ଚୁନିଦା ରାସ୍ତା । ଆନନ୍ଦ ବଜାରଠାରୁ ଭଦ୍ରକ-ସାତଭଉଣୀ-ଧାମନଗର ରାସ୍ତା ସହିତ ସଂଯୋଗ କରୁଥିବା ୫ କି.ମି ଦୂରତାର ଏହି ରାସ୍ତା ଏବେ ମରାମତିର ଅଭାବରୁ ଗମନାଗମନ ଅନୁପଯୋଗୀ ହୋଇପଡିଛି । ଆନନ୍ଦବଜାର ଠାରୁ ମଙ୍ଗଳାପଦା ହାଇସ୍କୁଲ ପର୍ଯ୍ୟନ୍ତ ୩ କିଲୋମିଟର ରାସ୍ତା ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଏହି ରାସ୍ତାଟିର ଆନନ୍ଦବଜାର, ଗଂଜାମାଳ, ପୋଡପୋଡା ଶାସନ, ଅଜମତପୁର, ବରଗଡା, କଷଟି ଓ ମଙ୍ଗଳାପଦା ଭଳି ସ୍ଥାନରେ ପିଚୁ ଉଠିଯାଇ ଖାଲଖମାମାନ ସୃଷ୍ଟି ହୋଇଛି । ଏହି ରାସ୍ତା ଦେଇ ଭଦ୍ରକ ଏବଂ ଧାମନଗର ବ୍ଲକ୍ର ଜନସାଧାରଣ ପ୍ରତ୍ୟେକ ଦିନ ଗମନାଗମନର ମାଧ୍ୟମ ରୂପେ ବ୍ୟବହାର କରିଛନ୍ତି । ଚୁନିଦା ଡିହସାହି, ବାବୁରିଗାଁ, ଇଚ୍ଛାପୁର ଭଳି ଅଞ୍ଚଳବାସୀ ଭଦ୍ରକ ଯିବା ପାଇଁ ଦୈନିକ ଏହି ରାସ୍ତାକୁ ସେମାନଙ୍କର ମୁଖ୍ୟ ତଥା ଏକମାତ୍ର ରାସ୍ତା ରୂପେ ବ୍ୟବହାର କରୁଥିବା ସ୍ଥଳେ ଏହାର ଏଭଳି ଦୂରାବସ୍ଥା ଯୋଗୁଁ ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣାମାନ ଘଟୁଛି । ଦୀର୍ଘ ବର୍ଷ ଧରି ଏହି ସଡ଼କର ମରାମତି କାର୍ଯ୍ୟ କରାଯାଇନଥିବାରୁ ଏହା କ୍ରମଶଃ ଖରାପ ହେଉଥିବାର ଲକ୍ଷ୍ୟ କରାଯାଉଛି ।
ଏଥିଯୋଗୁଁ ଆନନ୍ଦବଜାର, ଅର୍ଣ୍ଣପାଳ, ଅସୁରାଳି, ସହିଦନଗର ଓ ମଙ୍ଗଳପଦା ଭଳି ସ୍ଥାନରେ ଥିବା ଶିକ୍ଷାନୁଷ୍ଠାନକୁ ଯାଉଥିବା ଛାତ୍ରଛାତ୍ରୀମାନେ ଯାତାୟତରେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*