ଗୋଟିଏ ବାର୍ ଗୋଟିଏ ଭୋଟ୍ ପ୍ରସଙ୍ଗ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କର : ହାଇକୋର୍ଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କଟକ
ଗୋଟିଏ ବାର ଗୋଟିଏ ଭୋଟ ପ୍ରସଙ୍ଗରେ ହାଇକୋର୍ଟ ମୁଖ୍ୟ ବିଚାରପତି କେ ଏସ ଝାଭେରୀ ଓ ବିଚାରପତି କେ ଆର ମହାପାତ୍ରଙ୍କୁ ନେଇ ଗଠିତ ଖନ୍ଦପୀଠ ଶୁଣାଣି କରି ସୁପ୍ରିମକୋର୍ଟ୍ଙ୍କ ନିଦେ୍ର୍ଦଶକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ବାର କାଉନସିଲକୁ ନିଦେ୍ର୍ଦଶ ଦେଇ ଏହି ମାମଲାର ଅନ୍ତ ଘଟାଇଛନ୍ତି । ମାମଲାର ବିବରଣୀ ଅନୁଯାୟୀ, ରାଜ୍ୟରେ ଗୋଟିଏ ବାର ଆସୋସିଏସନ ଅଧିନରେ ଜଣେ ଆଇନଜୀବୀ ଓକିଲାତି କରୁଥିବା ବେଳେ ଅନ୍ୟ ବାର ନିର୍ବାଚନରେ ଅଂଶ ଗ୍ରହଣ କରି ମତ ସାବ୍ୟସ୍ତ କରୁଥିଲେ । ଏହାକୁ ଚାଲେଞ୍ଜ କରି ଆଇନଜୀବୀ ଶିବନାରାୟଣ ବିଶ୍ୱାଳ ହାଇକୋର୍ଟରେ ମାମଲା ଦାୟର କରି ଗୋଟିଏ ବାର ଗୋଟଏ ଭୋଟ ବ୍ୟବସ୍ଥା ଲାଗୁ କରିବା ପାଇଁ ପ୍ରାର୍ଥନା କରିଥିଲେ । କୋର୍ଟ ଏହି ମାମଲାର ଶୁଣାଣି କରି ସମସ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରିଥିବା ବେଳେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରାଯାଇ ୨୦୧୮ ମଇ ୧୨ରେ ପରିଷଦ ପକ୍ଷରୁଏକ ବୈଠକ ରେ ଗୋଟିଏ ବାର ଗୋଟିଏ ଭୋଟ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଦର୍ଶାଯାଇଥିଲା । ୨୦୧୯ ମାର୍ଚ୍ଚ ସୁଦ୍ଧା ଏହା କାର୍ଯ୍ୟକାରୀ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡ. ଅଶୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*