ଗୋଟିଏ ପ୍ୟାକେଟ୍‌ କଣ୍ଡୋମ ମୂଲ୍ୟ ୫୭ ହଜାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : କାରାକସ

ବଡ଼ ଆର୍ଥିକ ସଂକଟ ଦେଇ ଏବେ ଗତିକରୁଛି ଭେନଜୁଏଲା । ମୁଦ୍ରାସ୍ପିତ ହାର ବୃଦ୍ଧି କାରଣରୁ ଖାଇବା ପିଇବା ସାମଗ୍ରୀର ମୂଲ୍ୟ ଆକାଶ ଛୁଇଁଲାଣି । ଲୋକେ ବର୍ତ୍ତମାନ ବଡ଼ ଅସୁବିଧାରେ ପଡିଛନ୍ତି । ପରିସ୍ଥିତି ଏବେ ଏପରି ଯେ ଶାରୀରିକ ସମ୍ପର୍କ ରଖିବା ପୂର୍ବରୁ ଲୋକଙ୍କୁ ବାରମ୍ବାର ଭାବିବାକୁ ପଡୁଛି । ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ ଯେ, ବୋଧହୁଏ ସରକାର ଶାରୀରିକ ସମ୍ପର୍କ ଉପରେ କଟକଣା ଲଗାଇଛନ୍ତି? ହେଲେ ଏହା ନୁହେଁ ।
ଭେନଜୁଏଲା ହେଉଛି ଏପରି ଏକ ଦେଶ ଯେଉଁଠାରେ ଗର୍ଭପାତ କରାଇବା ଆଇନଅନୁଯାୟୀ ଅପରାଧ ଅଟେ । ଯଦି କେହି ଏପରି କରୁଥିବାର ଜଣାପଡେ ତେବେ ସେମାନଙ୍କୁ କଠୋର ଦନ୍ଦ ଭୋଗିବାକୁ ପଡେ । ଏହାକୁ ଦୃଷ୍ଟିରେ ରଖି ଏଠାକାର ଲୋକେ ବିଶେଷ କରି ଯୁବଗୋଷ୍ଠୀ ସୁରକ୍ଷିତ ଧାରାରେ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ ହୋଇଥାନ୍ତି । ଆର୍ଥିକ ସ୍ଥିତି କାରଣରୁ ବର୍ତ୍ତମାନ ଦେଶରେ ଗର୍ଭନିରୋଧକ ଔଷଧ, କନେ୍ଦାମ ଆଦିର ମୂଲ୍ୟ ସୁନା ମୂଲ୍ୟ ସହ ସମାନ ହେଲାଣି । ଗୋଟିଏ ପ୍ୟାକେଟ କନେ୍ଦାମ କିଣିବା ପାଇଁ ଭାରତୀୟ ମୁଦ୍ରାରେ ଦେବାକୁ ପଡୁଛି ୫୭ହଜାରରୁ ଅଧିକ ଟଙ୍କା । ଏହାସତ୍ୱେ ଲୋକେ ନିଜର ଇଚ୍ଛା ପୂରଣ ପାଇଁ ବିଦେଶୀ ବ୍ରାନ୍ଦର ଏହି ସାମଗ୍ରୀକୁ କିଣିବା ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଛାଉନାହାଁନ୍ତି । ବଜାରରେ ଲୋକାଲ ବ୍ରାନ୍ଦର ସାମଗ୍ରୀ ଉପଲବ୍ଧ ହେଉଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ । ତେଣୁ ଭଲ ବ୍ରାନ୍ଦ ପାଇଁ ଅଧିକ ପଇସା ଦେବା ସହ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଠିଆ ହେବାକୁ ବାଧ୍ୟ ହେଉଛନ୍ତି ଯୁବଗୋଷ୍ଠୀ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*