ଗୋଟିଏ କୋନ୍‌ରେ ୧୨୫ଟି ସ୍କୁପ୍‌,ଆଇସ୍‌କ୍ରୀମ୍‌ ଭରି ବନାଇଲେ ବିଶ୍ୱ ରେକର୍ଡ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ: ରୋମ୍‌

ବହୁବାର ଦେଖିବାକୁ ମିଳେ ଲୋକେ କିଛି ଭିନ୍ନ କରିବାକୁ ଯାଇ ରେକର୍ଡ ବନାଇଥାନ୍ତି । ଏଭଳି ଏକ ଅଦ୍ଭୁତ କାରନାମା କରି ଲୋକଲୋଚନକୁ ଆସିଛନ୍ତି ଜଣେ ବ୍ୟକ୍ତି । ଦିମିତ୍ରୀ ମନିସେରା ନାମକ ଏହି ବ୍ୟକ୍ତିଙ୍କ ନାମ ବର୍ତ୍ତମାନ ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ ସାମିଲ ହୋଇଯାଇଛି । ଖବର ମୁତାବକ, ଦିମିତ୍ରୀ ଗୋଟିଏ କୋନ୍‌ରେ ଗୋଟିଏ କି ଦୁଇଟି ନୁହେଁ ବରଂ ୧୨୫ଟି ସ୍କୁପ୍‌ ଆଇସ୍କ୍ରୀମ୍‌ ଭରି ରେକର୍ଡ ବନାଇଛନ୍ତି । ଗିନିଜ୍‌ ୱାର୍ଲ୍ଡ ରେକର୍ଡ ମୁତାବକ, ୨୦୧୩ରେ ପାନ୍‌ସେରା ଏହି ରେକର୍ଡ ବନାଇଥିଲେ । ସେ ସମୟରେ ସେ ୮୫ଟି ସ୍କୁପ୍‌ ଆଇସ୍କ୍ରୀମ୍‌କୁ ଗୋଟିଏ କୋନ୍‌ରେ ଭରି ବାଲାନ୍ସ କରିଥିଲେ । ତେବେ ଏହାପରେ ତାଙ୍କର ଏହି ରେକର୍ଡକୁ ଆଶ୍ରିତା ଫୁରମାନ ଭାଙ୍ଗି ୧୨୩ଟି ସ୍କୁପ୍‌ ଆଇସ୍କ୍ରୀମ୍‌ ଲଗାଇଥିଲେ । ତେବେ ବର୍ତ୍ତମାନ ଇଟାଲୀରେ ବାସ କରୁଥିବା ଦିମିତ୍ରୀ ୧୨୫ଟି ଆଇସ୍କ୍ରୀମ୍‌କୁ ବାଲାନ୍ସ କରି ସମସ୍ତ ରେକର୍ଡ ଭାଙ୍ଗି ଦେଇଛନ୍ତି । ସୂଚନା ଥାଉ ଯେ, ଗତ କିଛିଦିନ ମଧ୍ୟରେ ତିନୋଟି ୱାର୍ଲ୍ଡ ରେକର୍ଡ ବନାଯାଇଛି । ଦୁବାଇର ଆଥ୍‌ଲେଟ୍‌ ଥିବା ଅଜମତ ଖାନ୍‌ ବାସ୍କେଟବଲକୁ ଡି୍ରବେଲ କରି ୬ ମିନିଟ ୧ ସେକେନ୍ଦରେ ଦ୍ରୁତ ଗତିରେ ଦୌଡ଼ିବାର ରେକର୍ଡ ବନାଇଥିବାବେଳେ ଏନ୍ଦ୍ରିଏନ୍‌ ଲଙ୍ଗ ନାମକ ଜଣେ ମହିଳା ୧୦ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଧରି ଏକ ଗଛକୁ ଆଲିଙ୍ଗନ କରିବାର ରେକର୍ଡ ବନାଇଛନ୍ତି । ସେହିପରି ସେପ୍ଟେମ୍ବରରେ ଶଟକେବର ନାମର ଜଣେ ବ୍ରିଟିଶ୍‌ ମହିଳା ମାତ୍ର ୩ ମିନିଟରେ ୧୦ଟି ଜାମ୍‌ ଡୋନୋଟ୍ସ ଖାଇ ୱାର୍ଲ୍ଡ ରେକର୍ଡରେ ନିଜର ନାମ ସାମିଲ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*