ଗୋଟିଏକୁ ଛାଡ଼ି ବାକି ସବୁ ପଡ଼ୋଶୀ ଖୁବ୍‌ ଭଲ : ଜୟଶଙ୍କର

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ପାକିସ୍ତାନକୁ ସିଧାସଳଖ ଇଙ୍ଗିତ କରି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଶୁକ୍ରବାର ଦିନ କହିଛନ୍ତି କେବଳ ଗୋଟିଏକୁ ଛାଡ଼ି ବାକି ଭାରତର ସମସ୍ତ ପଡ଼ୋଶୀ ଆଞ୍ଚଳିକ ସହଯୋଗ ସକାଶେ ଖୁବ୍‌ ଭଲ ଅଛନ୍ତି । ଅର୍ଥନୈତିକ ବ୍ୟାପାରର ଏକ ବୈଠକରେ ସାମିଲ ହେଲା ବେଳେ ବୈଦେଶିକ ମନ୍ତ୍ରୀ କହିଥିଲେ ତାଙ୍କର ସଦ୍ୟ ଆମେରିକା ଗସ୍ତ ବେଳେ ଧାରା ୩୭୦ ଉଚ୍ଛେଦ ବିଷୟ ଆଲୋଚନା ପାଇଁ ଆସିଥିଲା । କାଶ୍ମୀର ପ୍ରସଙ୍ଗକୁ ନେଇ ଆମେରିକାରେ ମୁଁ ବ୍ୟାପକ ଭାବରେ ଆଲୋଚନା କରିଛି । ଏହାର ଇତିହାସ, ପଛ ଘଟଣା ଏବଂ ଆମେ କାହିଁକି ଏବେ ଏପରି କଲୁ ସେ ସମସ୍ତ ବିଷୟ ଲୋକମାନଙ୍କ ସହ ମୁଁ ଆଲୋଚନା ବେଳେ ବତାଇଥିଲି । ପ୍ରାୟ ସମସ୍ତେ ଧାରା ୩୭୦ ଏକ ସାମୟିକ ଆଇନ୍‌ ଥିଲା ବୋଲି ଜାଣିନଥିଲେ । ସେହିପରି ଭାରତର ବହୁ ଜାତୀୟ ଆଇନ୍‌ ଜାମ୍ମୁ ଓ କାଶ୍ମୀରରେ ଲାଗୁ ହୋଇପାରୁନଥିଲା ବୋଲି ମଧ୍ୟ ଜାଣିନଥିଲେ । ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହ ଭାରତର ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ବାବଦ ବିଷୟ ଉଠାଇ ଜୟଶଙ୍କର କହିଥିଲେ ମୁଁ କହିବି ପୂରା ପଡ଼ୋଶୀ କେବଳ ଗୋଟିକକୁ ଆଞ୍ଚଳିକ ସହଯୋଗର କଥାରେ ଖୁବ୍‌ ଭଲ ରହିଛନ୍ତି । ଯଦି ଆମେ କାଶ୍ମୀର ପ୍ରସଙ୍ଗକୁ ଦୂରେଇ ରଖି ଦେଖିବା ତା’ହେଲେ ଆଜି ସମସ୍ତେ ଆମ ସହ ବାଣିଜ୍ୟ, ବ୍ୟବସାୟ, ଯୋଗାଯୋଗ ଏବଂ ସହଯୋଗ ସ୍ଥାପନ ପ୍ରସଙ୍ଗକୁ ବଢ଼ାଇବାକୁ ଚାହୁଁଛନ୍ତି । ସମସ୍ତେ ଜାଣନ୍ତି ସହଯୋଗ ଯୋଗୁଁ ସମୃଦ୍ଧି ଘଟୁଛି । ପାକିସ୍ତାନ ନାଁ ନନେଇ ସେ ଠାରରେ କହିଥିଲେ ଯେ ସେମାନଙ୍କୁ ନିଜ ମନୋବୃତ୍ତିରୁ ବାହାରକୁ ଆସିବାକୁ ପଡ଼ିବ । ବର୍ତ୍ତମାନର ବିଶ୍ୱ ଅଧିକ ଜାତୀୟତାବାଦୀ ହୋଇଯାଉଛି । ଅର୍ଥନୈତିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ଜାତୀୟତାବାଦର ବଡ଼ ପ୍ରଭାବ ପଡ଼ିବା ଆରମ୍ଭ କରିଛି ବୋଲି କହିଥିଲେ ଜୟଶଙ୍କର । ତେବେ ସେସବୁ ଭିତରେ ଭାରତ ଏକ ନିଆରା ଦେଶ । ଜାତୀୟତାବାଦ ସହ ଆନ୍ତର୍ଜାତିକବାଦ ପ୍ରତି ମଧ୍ୟ ଆମଣ ଲକ୍ଷ୍ୟ ରହିଛି । ପୂରା ବିଶ୍ୱ ସହ ସମ୍ପର୍କ ସୁଦୃଢ଼ ପାଇଁ ଆମର ପ୍ରୟାସ ରହିଛି । ଆମ ଜାତୀୟତାବାଦ ତେଣୁ କେବେବି ନକରାତ୍ମକ ନୁହେଁ ବୋଲି କହିଥିଲେ ଜୟଶଙ୍କର ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*