ଗୋଚର ଜମି ଜବରଦଖଲ ଅଭିଯୋଗ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ଭଞ୍ଜନଗର

ସହରାଞ୍ଚଳ ବନୀକରଣ ପାଇଁ ଚାରାରୋପଣ କରାଯିବାକୁ ସ୍ଥିର କରାଗଲା । ରାଜସ୍ୱ ବିଭାଗର ଅନୁମତି ପ୍ରକାରେ ସ୍ଥାନ ନିରୂପଣ ହେଲା । ଅନୁମତି ମଧ୍ୟ ମିଳିଲା । ପ୍ରାୟ ୭ ଏକରରୁ ଊଦ୍ଧ୍ୱର୍ ଗୋଚର ଜମିରେ ଚାରାରୋପଣ ହେବା ପାଇଁ ପ୍ରାୟ ଦୁଇ ହଜାର ଗାତ ଖୋଳା ଆରମ୍ଭ ହୋଇଥିଲା । ଠିକ୍‌ ଏହି ସମୟରେ ଗାତ ଖୋଳା ଓ ଚାରାରୋପଣ କାର୍ଯ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏହି ଘଟଣାଟି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର-ବେଲଗୁଣ୍ଠା ମୁଖ୍ୟ ରାସ୍ତା କଡ଼ ତଥା ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ତନରଡ଼ା ଗ୍ରାମ ନିକଟ ଗୋଚର ଜମିରେ ବନ ବିଭାଗ ପକ୍ଷରୁ ଜୁଲାଇ ୧ରୁ ୭ ତାରିଖ ମଧ୍ୟରେ ବନ ମହୋତ୍ସବ ଚାରାରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଥିଲା । ହେଲେ ବେଲଗୁଣ୍ଠା ବ୍ଳକ ତନରଡ଼ା-ଗୋଶାଳା ନିକଟ ଗୋଚର ଜମିରେ ସହରାଞ୍ଚଳ ବନୀକରଣ ଯୋଜନାରେ ଚାରାରୋପଣ ପାଇଁ ଜଗନ୍ନାଥପ୍ରସାଦ ବନାଞ୍ଚଳ ପକ୍ଷରୁ ପ୍ରଥମେ ବେଲଗୁଣ୍ଠା ରାଜସ୍ୱ ବିଭାଗ ଅଧିକାରୀ ତଥା ତହସିଲ୍ଦାରଙ୍କଠାରୁ ଅନୁମତି ପାଇବା ପରେ ଚିହ୍ନଟ ପ୍ରାୟ ୭ ଏକରରୁ ଊଦ୍ଧ୍ୱର୍ରୁ ଗୋଚର ଜମିରେ ଚାରା ରୋପଣ ପାଇଁ ସ୍ଥିର କରାଗଲା ।
ଉକ୍ତ ଜମି ସଫା କରି ଗାତ ଖୋଳା ଆରମ୍ଭ ହେଲା । ଠିକ ଏହି ସମୟରେ ନିକଟରେ ହୋଇଥିବା ଆଇଆରବି-୮ ବାଟାଲିୟାନ୍ର କିଛି ଅଫିସର ଗାତ ଖୋଳି ଗଛ ଲଗାଇବାକୁ ବିରୋଧ କରିଥିଲେ । ଫଳରେ ବେଲଗୁଣ୍ଠା ତହସିଲଦାରଙ୍କ ନିକଟରେ ସୂଚନା ପହଞ୍ଚôଥିଲା । ତହସିଲଦାରଙ୍କୁ ଆଇଆରବି ବାଟାଲିୟାନ୍ର ଅଫିସରମାନେ ବିଭିନ୍ନ ଯୁକ୍ତି କରିଥିବା କଥା ନଜରକୁ ଆସିଲା । ଆଇଆରବି ବାଟାଲିୟାନ୍ ଅଧିକାରୀମାନେ ଉପର ମହଲରେ ଅଭିଯୋଗ କରିବା ପାଇଁ ଯୁକ୍ତି କଲେ । ସେମାନଙ୍କର କହିବା ଅନୁଯାୟୀ ଆଇଆରବି ଯବାନଙ୍କ ବାଟାଲିୟାନ୍ ରହୁଥିବା ୧୦୦ ମିଟର ପରିଧି ମଧ୍ୟରେ ଜନବସତି କିମ୍ବା ଜନସମାଗମ ରହିବ ନାହିଁ । ଅନ୍ୟ ପକ୍ଷରେ ଯବାନମାନେ ଉକ୍ତ ଅଞ୍ଚଳରେ ପ୍ୟାରେଡ଼ ଅଭ୍ୟାସ ଓ ଖେଳକୁଦ କରୁଥିଲେ । ତେଣୁ ସେଠାରେ ଗଛ ଲଗାଯାଇ ପାରିବ ନାହିଁ । ସେହିପରି ସ୍ଥାନୀୟ ଅଞ୍ଚଳକାରୀ ମଧ୍ୟ ଏହି ଗଛ ଲଗାଇବା କାର୍ଯ୍ୟକ୍ରମକୁ ସମର୍ଥନ କରୁନଥିବା ଆଲୋଚନା ହେଉଛି । ଯାହା ଫଳରେ ଏହି ଘଟଣା ଥାନାରେ ପହଞ୍ଚôଲାଣି । ମଙ୍ଗଳବାର ଦିନ ବେଲଗୁଣ୍ଠା ଫାନ୍ଦି ପୁଲିସ ପକ୍ଷରୁ ବନ ବିଭାଗକୁ ସୂଚନା ଦିଆଗଲା ଗାତ ଖୋଳା କାର୍ଯ୍ୟ ବନ୍ଦ କରିବା ପାଇଁ । ତେଣୁ ବାଧ୍ୟ ହୋଇ ଗାତ ଖୋଳା ଓ ଚାରାରୋପଣ କାର୍ଯ୍ୟ ଅଧାରେ ବନ୍ଦ ରହିଛି ବୋଲି ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାସ ସୂଚନା ଦେଇଛନ୍ତି ।
ଏବେ ସାଧାରଣ ତଥା ପରିବେଶବିତ୍‌ଙ୍କ ମଧ୍ୟରେ ଏଭଳି ଘଟଣାକୁ ନେଇ ବିଭିନ୍ନ ପ୍ରତିକିୟା ସାଧାରଣରେ ଆଲୋଚନା ହେଉଛି । ପରିବେଶ ସୁରକ୍ଷା ପାଇଁ ଗଛ ଲଗାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ତେବେ ଏସବୁ ସତ୍ୱେ ଆଇଆରବି ବାଟାଲିୟାନ୍ ଅଫିସରଙ୍କ ପକ୍ଷରୁ ଏହାକୁ ବିରୋଧ କରାଯିବା ପଛର ରହସ୍ୟ କ’ଣ? ବାଟାଲିୟାନ ପକ୍ଷରୁ ପ୍ୟାରେଡ଼ ଓ ଖେଳ ହେଉଛି ଉକ୍ତ ସ୍ଥାନରେ । ଅନ୍ୟ ପକ୍ଷରେ ୧୦୦ ମିଟର ପରିଧି ଭିତରେ କୌଣସି ଜନସମାଗମ ହୋଇପାରିବ ନାହିଁ ବୋଲି ବାଟାଲିୟନ୍ ପକ୍ଷରୁ କୁହାଯାଉଛି । ଆଇଆରବି ବାଟାଲିୟାନ କ’ଣ ୧୦୦ମିଟର ପରିଧି ଭିତରେ ଜନସମାଗମଠାରୁ ଏବେ ମୁକ୍ତ ରହିଛି କି? ଯଦି ଅଛି ତା’ ହେଲେ ଅଭିଯୋଗ ସତ ଅଛି । ଯଦି ନାହିଁ ତା ହେଲେ ଗଛ ଲଗାଇବା ପାଇଁ ଆଇଆରବି ବାଟାଲିୟାନ୍ର ବିରୋଧ ଏକ ପ୍ରାୟୋଜିତ ବିରୋଧ କି? ସ୍ଥାନୀୟ ତହସିଲଦାର ଗଛ ଲଗାଇବା ପାଇଁ ବନ ବିଭାଗକୁ ଅନୁମତି ଦେବା ପୂର୍ବରୁ ସରକାରୀ ନିୟମ ପ୍ରକାରେ ସବୁ ନିୟମକୁ ଦୃଷ୍ଟିରେ ରଖି ଅନୁମତି ଦେଉଛନ୍ତି କି? ଯଦି ଦେଉଛନ୍ତି ତା ହେଲେ ଆଇଆରବି ବାଟାଲିୟାନ୍ମାନେ ବନ ବିଭାଗ ଓ ରାଜସ୍ୱ ବିଭାଗକୁ ବିରୋଧ କରୁଛନ୍ତି କାହିଁକି? ସ୍ଥାନୀୟ ଅଞ୍ଚଳବାସୀଙ୍କ ଯୁକ୍ତି ନ୍ୟାୟ ସଂଗତ ଅଛି କି ? ଶେଷରେ ବଡ଼ ପ୍ରଶ୍ନ ଉଠୁଛି ବନ ବିଭାଗ ସହରାଞ୍ଚଳ ବନୀକରଣ ଯୋଜନାରେ ଏହି ସ୍ଥାନକୁ ଚିହ୍ନଟ କରିବା ପଛରେ ଆଉ କିଛି ରହସ୍ୟ ଅଛି କି ? ଏମିତି ଅନେକ ପ୍ରଶ୍ନକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*