ଗୃହକୁ ଅଧାରୁ ବନ୍ଦ ପାଇଁ ଉଦ୍ୟମ କରାଯାଉଛି : ପ୍ରଦୀପ୍ତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଓଡ଼ିଶା ବିଧାନସଭାରେ ବିଧିବିଧାନ ଅନୁଯାୟୀ ପ୍ରତି କ୍ୟାଲେନ୍ଦର ବର୍ଷରେ ୬୦ ଦିନ ଗୃହ ଅନୁଷ୍ଠିତ ହେବା ବିଧେୟ । ମାତ୍ର ଗତ କିଛି ଦିନ ଧରି ଏହି ପରମ୍ପରାର ବ୍ୟତିକ୍ରମ କରାଯାଉଥିବାରୁ ରାଜ୍ୟର ଅସଂଖ୍ୟ ସମସ୍ୟା ଉପରେ ଆଲୋଚନା ହୋଇପାରୁନାହିଁ । ଚଳିତ ଅଧିବେଶନକୁ କାଣ୍ଟଛାଣ୍ଟ କରିବା ପାଇଁ ସରକାର ମସୁଧା କରୁଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଅଭିଯୋଗ କରିଛନ୍ତି । ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଗୃହ କାର୍ଯ୍ୟ ପରିଚାଳନା ବେଳେ ବିରୋଧୀ ଦଳ ପ୍ରତି ପକ୍ଷପାତିତା କରାଯାଉଛି । ଅନେକ ଗୁଡ଼ିଏ ଆଲୋଚନା ଗୃହରେ କରିବାକୁ ଚାହୁଁଥିବା ବେଳେ ସେଥିପାଇଁ ସୁଯୋଗ ମିଳୁନାହିଁ । ନଭେମ୍ବର ୧୩ରୁ ଆରମ୍ଭ ହୋଇଥିବା ଅଧିବେଶନ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ବସିବାକୁ ଥିବା ବେଳେ ଏବେ ଗୃହରେ କାର୍ଯ୍ୟକ୍ରମ ନଥିବା କହି ସରକାର ଅଧିବେଶନ ସମାପ୍ତି ପାଇଁ ଉଦ୍ୟମ କରୁଛନ୍ତି ।
ରାଜ୍ୟର ବିଭିନ୍ନ ବର୍ଗ ପକ୍ଷରୁ ସେମାନଙ୍କ ବହୁବିଧ ସମସ୍ୟା ନେଇ ପିଏମଜି ଛକରେ ଆନେ୍ଦାଳନ କରୁଛନ୍ତି । ସେମାନଙ୍କର ସମ୍ପର୍କରେ ଗୃହରେ ଆଲୋଚନା ହେଲା ନାହିଁ । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ଆଲୋଚନା ପାଇଁ ସୁଯୋଗ ଦିଆଯାଉ ନାହିଁ । ନାରୀ ନିର୍ଯାତନା ସହିତ ଦଳୀତ ଓ ଜନଜାତିଙ୍କ ଉପରେ ଅତ୍ୟାଚାର ବଢିଯାଉଛି । ଚଳିତ ଅଧିବେଶନ ପାଇଁ ହଜାରରୁ ଅଧିକ ପ୍ରଶ୍ନ ଥିଲେ ମଧ୍ୟ ବହୁ ପୂର୍ବରୁ ବନ୍ଦ ପାଇଁ ଉଦ୍ୟମ ହେବା ଦୁର୍ଭାଗ୍ୟଜନକ । ଚାଷୀଙ୍କ ଧାନ କିଣା ସମସ୍ୟା ଏଯାଏଁ ସମାଧାନ ହେଲା ନାହିଁ । ମନ୍ତ୍ରୀମାନେ ଚାଷୀଙ୍କ ପାଖରେ ଠିକ ସନେ୍ଦଶ ପହଞ୍ଚାଉନାହାନ୍ତି । ସାମଗ୍ରିକ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହେଉଛନ୍ତି । ଆଲୋଚନା ପୂର୍ବରୁ ସରକାର ଭୟଭୀତ ରହି ଅଧିବେଶନ ଅଧାରୁ ବନ୍ଦ ରଖିବାକୁ ଉଦ୍ୟମ କରାଯିବା ଗଣତନ୍ତ୍ର ପ୍ରତି କୁଠାରଘାତ ବୋଲି ବିରୋଧୀ ଦଳ ନେତା କହିଥିଲେ । ଶାସକ ବିଧାୟକ ଅମର ପ୍ରସାଦ ଶତପଥୀ ବିରୋଧୀ ଦଳ ନେତାଙ୍କ ଅଭିଯୋଗ ଉପରେ ବୈଧାନିକ ପ୍ରଶ୍ନ ଜରିଆରେ ସ୍ପଷ୍ଟୀକରଣ ରଖିଥିଲେ । ଗୃହ କେତେ ଦିନ ଚାଲିବ । ଆଲୋଚନା ପାଇଁ କାର୍ଯ୍ୟକ୍ରମ ରହିଛି କି ନା ତାହା ଉପରେ ବିଚାର ବିମର୍ଶ କରି ବାଚସ୍ପତି ନିଷ୍ପତ୍ତି ନେଇପାରିବେ । ବିଧାନସଭା ଅଧିବେଶନ ଅଧାରୁ ବନ୍ଦ ହେଉଛି ବୋଲି ଯେଉଁ ଅଭିଯୋଗ ହେଉଛି ତାହାର କୌଣସି ଯଥାର୍ଥତା ନାହିଁ ବୋଲି ଅମର ଗୃହରେ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*