ଗୁରୁବାର ସୁଦ୍ଧା ହରିଆନା କ୍ୟାବିନେଟ୍‌ ସମ୍ପ୍ରସାରଣ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଚନ୍ଦିଗଡ଼

ହରିଆନାର ଭାଜପା-ଜଜପା ସରକାରର କ୍ୟାବିନେଟ୍‌ ସମ୍ପ୍ରସାରଣ ନେଇ ଏବେ ପ୍ରସ୍ତୁତି ଜୋର ଧରିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟର ଏବଂ ଉପ-ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା କ୍ୟାବିନେଟ୍‌ ସମ୍ପ୍ରସାରଣ ନେଇ କରିଛନ୍ତି ବୈଠକ । ମଙ୍ଗଳବାର ସକାଳେ ଦୁଷ୍ୟନ୍ତ ମନୋହରଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । କିଛି ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ବୈଠକ ପରେ ଦୁଷ୍ୟନ୍ତ କହିଛନ୍ତି ଯେ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମନ୍ତ୍ରିମନ୍ଦଳର ସମ୍ପ୍ରସାରଣ କରାଯିବ ।
ବୈଠକ ଶେଷ ହେବା ପରେ ଦୁଷ୍ୟନ୍ତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମନ୍ଦଳ ନେଇ ଆଲୋଚନା ହୋଇଥିଲା । କେଉଁ କେଉଁ ବିଭାଗରେ କାହାକୁ ମନ୍ତ୍ରିପଦ ଦିଆଯିବ ସେ ନେଇ ଆଲୋଚନା ହୋଇଥିଲା ବେଳେ ଜଜପାରୁ କେତେଜଣ ମନ୍ତ୍ରୀ ହେବେ ତାହା ଆମ ଆଭ୍ୟନ୍ତରୀଣ ମାମଲା । କେତେଜଣ ସ୍ୱାଧୀନ ବିଧାୟକଙ୍କୁ ମନ୍ତ୍ରିପଦ ମିଳିବ ଏହା ଦୁଇଦଳ ମିଶି ସ୍ଥିର କରିବ । ମିଳିଥିବା ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୬ କିମ୍ବା ୭ ଜଣଙ୍କୁ ମନ୍ତ୍ରୀ ବନାଇବ । ୪ ଜଣ ଭାଜପା କୋଟାରୁ, ୨ ଜଣ ଜଜପା ଏବଂ ଜଣେ ସ୍ୱାଧୀନ ବିଧାୟକଙ୍କୁ ପଦ ମିଳିପାରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*