ଗୁଣ୍ଡାଙ୍କୁ ପିଟିଲେ କିଆରା ଆଡ୍‌ଭାଣୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଫିଲ୍ମ ‘କବୀର ସିଂ’ରେ ଶାହିଦ୍‌ କପୁରଙ୍କ ଅପୋଜିଟ୍‌ ଦମ୍‌ଦାର ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ କିଆରା ଆଡ୍‌ଭାନୀ । ହେଲେ ତାଙ୍କୁ ନେଇ ଏବେ ଶୁଣିବାକୁ ମିଳିଛି ଏକ ଭିନ୍ନ ଖବର । ନିଜର ଅଭିନୟ ଜରିଆରେ ଦର୍ଶକଙ୍କ ମନ ଜିଣିଥିବା ଅଭିନେତ୍ରୀ କିଆରା ଆଡ୍‌ଭାଣୀ ଏଇ କିଛିଦିନ ହେଲା ନିଜର ଅପ୍‌କମିଂ ଫିଲ୍ମ ‘ଇନ୍ଦୁ କି ଜୱାନୀ’କୁ ନେଇ ବ୍ୟସ୍ତ ଅଛନ୍ତି । ଏଇ କିଛି ଦିନ ତଳେ କିଆରାଙ୍କ ଅଭିନୀତ ‘ଇନ୍ଦୁ କି ଜୱାନୀ’ର କିଛି ଅଂଶର ସୁଟି ପାଇଁ ସେ ଲକ୍ଷ୍ନୌ ଯାଇଥିଲେ, ଯେଉଁଠି ତାଙ୍କୁ ଗୁନ୍ଦାଙ୍କୁ ପିଟୁଥିବା ଦେଖିବାକୁ ମିଳିଥିଲା । ଅସଲ କଥା ହେଉଛି, କିଆରା ଫିଲ୍ମର ସୁଟିଂ ପାଇଁ ଲକ୍ଷ୍ନୌର ଗୋମତୀ ନଗରସ୍ଥିତ ଏକ ମଲ୍‌ରେ ସୁଟିଂ କରୁଥିଲେ । ସୀନ୍‌ ମୁତାବକ, ମଲ୍‌ରୁ ସପିଂ ଶେଷ କରି ବାହାରକୁ ଆସୁଥିବାବେଳେ କିଆରା ଗୁନ୍ଦାମାନଙ୍କ ଦ୍ୱାରା ଅସଦାଚରଣର ଶିକାର ହେଉଥିବା ଦେଖିବାକୁ ମିଳୁଛି । କିନ୍ତୁ କିଆରା ପରିସ୍ଥିତିକୁ ନ ଡରି ବରଂ ଗୁନ୍ଦାଙ୍କୁ ଉଚିତ୍‌ ଶିକ୍ଷା ଦେଉଥିବା ଥିଲା ସୀନ୍‌ର କାହାଣୀ । ଏହି ସୀନ୍‌କୁ ଦେଖିବା ପାଇଁ ସେଠାରେ ପ୍ରବଳ ଭିଡ଼ ଜମିବାରୁ ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ଭିଡ଼କୁ ସମ୍ଭାଳିଥିଲେ । କିଆରାଙ୍କ ଫିଲ୍ମ ‘ଇନ୍ଦୁ କି ଜୱାନୀ’ରେ ସେ ଜଣେ ଏଭଳି ଯୁବତୀଙ୍କ ଚରିତ୍ରରେ ଦେଖାଯାଉଛନ୍ତି ଯିଏ କି ଡେଟିଂ ଆପ୍‌ ବ୍ୟବହାର କରୁଛନ୍ତି ଏବଂ ପରେ ଏହାର ପ୍ରଭାବ କ’ଣ ପଡ଼ୁଛି ତାଙ୍କ ଜୀବନରେ ତାହା ଏହି ଫିଲ୍ମରେ ଦେଖାଯାଉଛି । ଏଭଳି ଏକ ନିଆରା ଚିରିତ୍ରରେ କିଆରାଙ୍କୁ ଦେଖିବାକୁ ପାଇବେ ଦର୍ଶକେ । କିଆରାଙ୍କ ହାତରେ ବର୍ତ୍ତମାନ ରହିଛି ‘ଗୁଡ୍‌ନୁ୍ୟଜ୍‌’, ‘ଲକ୍ଷ୍ମୀ ବମ୍‌’, ‘ସେହେନ୍‌ଶାହ’, ‘ଭୁଲ୍‌ ଭୂଲୈୟା-୨’ ଏବଂ ‘ଇନ୍ଦୁ କି ଜୱାନୀ’ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*