ଗୁଡ୍‌ୱିନ୍‌ ଜୁଏଲର୍ସ ମାମଲା ଖୁବଶୀଘ୍ର ଲୁକ୍‌ଆଉଟ୍‌ ନୋଟିସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଥାନେ

ନିବେଶକଙ୍କ କୋଟି କୋଟି ଟଙ୍କା ନେଇ ଫେରାର ହୋଇଥିବା ମାମଲାରେ ପୁଲିସ ଗୁଡ୍‌ୱିନ୍‌ ଜୁଏଲର୍ସର ମାଲିକଙ୍କ ବିରୋଧରେ ମକଦ୍ଦମା ଜାରି କରିଛି ଏବଂ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି । ଖୁବଶୀଘ୍ର ଲୁକ୍‌ଆଉଟ୍‌ ନୋଟିସ ଜାରି ହୋଇପାରେ ।
ପୁଲିସ ପକ୍ଷରୁ କୁହାଯାଇଛି ଯେ, ଏହି ଷ୍ଟୋରର ମାଲିକ କେରଳର ହୋଇଥିବାବେଳେ ସେ ତାଙ୍କ ପରିବାର ସହ ଫେରାର ଅଛନ୍ତି । ଦୁଇ ମାଲିକ ସୁନୀଲ ଏବଂ ସୁଧୀଶଙ୍କ ମୁମ୍ବାଇ ଏବଂ ପୁନେରେ ୧୩ଟି ଆଉଟ୍‌ ଲେଟ୍‌ ରହିଛି । ସୁନୀଲ କୁମାର କମ୍ପାନୀର ଅଧ୍ୟକ୍ଷ ଥିଲାବେଳେ ସୁଧୀଶ କୁମାର ପରିଚାଳନା ନିଦେ୍ର୍ଦଶକ ଅଛନ୍ତି ।
ମାମଲା: ପଞ୍ଜାବ ଆନ୍ଦ୍‌ ମହାରାଷ୍ଟ୍ର କୋ-ଅପରେଟିଭ୍‌ ବ୍ୟାଙ୍କ ଘୋଟାଲା ପରେ ମହାରାଷ୍ଟ୍ରରେ ଆଉ ଏକ ବଡ ଘୋଟାଲାର ସମ୍ଭାବନା ଦେଖାଦେଇଛି । ଏହି ଗୁଡୱିନ୍‌ ଜୁଏଲର୍ସର ଷ୍ଟୋର ବନ୍ଦ ହେବା କାରଣରୁ ହଜାର ହଜାର ନିବେଶକ ହତାଶ ଅଛନ୍ତି । ଏହି ଷ୍ଟୋରରେ ନିବେଶକମାନେ ଫିକ୍ସ ଡିପୋଜିଟ୍‌ ତଥା ଗୋଲ୍ଡ ସ୍କିମରେ ବଡ ପରିମାଣର ଅର୍ଥ ନିବେଶ କରିଛନ୍ତି । ତେବେ ଏହାର ମାଲିକ କିଛି ଦିନ ହେବ ଫେରାର ଅଛନ୍ତି । ପୁଲିସ ସେମାନଙ୍କ ଘରେ ପହଞ୍ଚôଥିଲାବେଳେ ସେମାନେ ନଥିବା ଜଣାପଡିଥିଲା । ପରେ ସୋରୁମକୁ ସିଲ୍‌ କରାଯାଇଛି । ଅନେକ ନିବେଶକ ଏଥିରେ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିଛନ୍ତି । ଷ୍ଟୋର ପକ୍ଷରୁ ବିଭିନ୍ନ ସ୍କିମ୍‌ ଅନ୍ତର୍ଗତ ଫିକ୍ସ ଡିପୋଜିଟ୍‌ ଉପରେ ୧୬ପ୍ରତିଶତ ସୁଧର ଘୋଷଣା କରାଯାଇଥିଲା । ଅନ୍ୟ ଏକ ସ୍କିମରେ ଜମାର ଗୋଟିଏ ବର୍ଷ ପରେ ସୁନା ଗହଣା ଦେବାର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*