ଗୁଜରାଟରେ ବସ୍‌ ଦୁର୍ଘଟଣା, ୨୧ ମୃତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଅହମ୍ମଦାବାଦ

ଗୁଜରାଟର ବନାସକାଣ୍ଟା ଜିଲ୍ଲାରେ ସୋମବାର ଏକ ହୃଦୟ ବିଦାରକ ସଡକ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍‌ ଓଲଟି ଯିବାରୁ ଅନୂ୍ୟନ ୨୧ ଜଣ ଲୋକ ପ୍ରାଣ ହରାଇବା ସହ ୩୦ ଜଣ ଆହତ ହୋଇଥିବା ଜଣାପଡିଛି । କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ମଧ୍ୟ ସମ୍ଭାବନା ରହିଛି । ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣାର ଶିକାର ହୋଇଥିବା ଲୋକେ ନବରାତ୍ରି ଅବସରରେ ପ୍ରସିଦ୍ଧ ଅମ୍ବାଜୀ ମନ୍ଦିରରେ ଦର୍ଶନ ସାରି ବସ୍‌େରେ ଫେରୁଥିଲେ । ଫେରିବା ବାଟରେ ବର୍ଷା କାରଣରୁ ନିୟନ୍ତ୍ରଣ ହରାଇ ବସ୍‌ଟି ସ୍ଥାନୀୟ ତ୍ରୀସୂଳିଆ ଘାଟ ନିକଟରେ ଓଲଟି ପଡିଥିଲା । ଅପରାହ୍ନ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ବିଷୟ ଜଣାପଡିବା ପରେ ଏନଡିଆରଏଫ ବାହିନୀ ଏବଂ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚô ବସ୍‌ ମଧ୍ୟରୁ ମୃତାହତଙ୍କୁ ଉଦ୍ଧାର କରି ହସପିଟାଲରେ ପହଞ୍ଚାଇଥିଲେ । ଏହାଛଡା ବାନସକଣ୍ଟା ଜିଲ୍ଲାର ବହୁ ପ୍ରଶାସନିକ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ।ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଦୁର୍ଘଟଣା ପରେ ଜିଲାପାଳଙ୍କୁ ତୁରନ୍ତ ଦୁର୍ଘଟଣାରେ ଆହତଙ୍କୁ ସବୁପ୍ରକାର ସହାୟତା ଯୋଗାଇ ଦେବାକୁ ନିଦେ୍ର୍ଦଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ୍‌ ଶାହା ଦୁର୍ଘଟଣା ନେଇ ଶୋକବ୍ୟକ୍ତ କରିଛନ୍ତି ।
ବାନସକଣ୍ଟା ଏସପି ଅଜିତ୍‌ ରାୟଜନ ଦୁର୍ଘଟଣାରେ ୨୧ ଜଣ ଲୋକ ପ୍ରାଣ ହରାଇଥିବାର ସୂଚନା ଦେଇଛନ୍ତି । ଏହି ଘଟଣାରେ ଆଉ କିଛି ଲୋକ ଆହତ ହୋଇଥିବା ବିଷୟରେ ମଧ୍ୟ ସେ କହିବା ସହ ସେମାନଙ୍କର ଚିକିତ୍ସା କରାଯାଉଛି ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍‌ କରିଥିଲେ ଯେ, ବାନସକଣ୍ଟାଠାରେ ଏକ ହୃଦୟ ବିଦାରକ ଦୁର୍ଘଟଣାର ଖବର ମିଳିଛି । ଏହି ଦୁର୍ଘଟଣାରେ ହୋଇଥିବା ଜୀବନହାନୀ ପାଇଁ ଖୁବ୍‌ ଦୁଃଖିତ । ଏପରି ଏକ ଦୁଃଖର ସମୟରେ ମୋର ସମବେଦନା ପୀଡିତଙ୍କ ପରିବାର ସହ ରହିଛି । ସ୍ଥାନୀୟ ପ୍ରଶାସନ ଆହତଙ୍କୁ ସବୁପ୍ରକାର ସହାୟତା ଦେବାରେ ଲାଗିଛି । ଆହତମାନେ ଶୀଘ୍ର ଆରୋଗ୍ୟଲାଭ କରନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*