ଗୀତା ଜାଗରଣ ପରିଷଦ ତରଫରୁ ବୋଇତ ବନ୍ଦାଣ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଯାଜପୁର ଟାଉନ

ଯାଜପୁରର ପବିତ୍ର ବୈତରଣୀ ନଦୀତଟସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପାଶ୍ୱର୍ସ୍ଥ ଦଶାଶ୍ୱମେଧ ଘାଟଠାରେ ବୋଇତ ବନ୍ଦାଣ ଉତ୍ସବ ସଭାପତି ପ୍ରତିମା କରଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ଗତ ଅଁଳା ନବମୀଠାରୁ ଆରମ୍ଭ ହୋଇଥିବା ଭାଗବତ କଥାମୃତ ଆଲୋଚନା, ପାଲା ପରିବେଷଣ, ଭଜନ ସମାରୋହ, ନୃତ୍ୟ, ସଙ୍ଗୀତ କାର୍ଯ୍ୟକ୍ରମ ଶେଷ ହୋଇଛି । ଉତ୍ସବକୁ ଯାଜପୁରର ତହସିଲଦାର ତଥା ଶ୍ରୀଜଗନ୍ନାଥ ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ମେହେର ଉଦ୍ଘାଟକ ଭାବେ ଯୋଗଦେଇ ଥିବା ବେଳେ ସାଧାରଣ ସମ୍ପାଦକ ଚନ୍ଦ୍ର ମହାନ୍ତି ଉତ୍ସବର ତାତ୍ପର୍ଯ୍ୟ ସମ୍ପର୍କରେ ବିଶଦ୍ ବିବରଣୀ ପାଠ କରିଥିଲେ । ଉଦ୍ଘାଟକ ଶ୍ରୀ ମେହେର ଗୀତା ଜାଗରଣ ପରିଷଦର ଏହି ରଚନାତ୍ମକ କାର୍ଯ୍ୟକ୍ରମ ତଥା ଉକ୍ରଳୀୟ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜିବୀତ କରି ରଖିବା ପାଇଁ ଯେଉଁ ଅଦମ୍ୟ ପ୍ରଚେଷ୍ଟା ଦୀର୍ଘ ୨୧ ବର୍ଷ ଧରି ଅବ୍ୟାହତ ରଖିଛନ୍ତି ତା’ର ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ସାହିତି୍ୟକ ଡ. ସୂର୍ଯ୍ୟମଣି ଖୁଣ୍ଟିଆ ଯୋଗଦେଇ ଉକ୍ରଳ କଳା ସଂସ୍କୃତିର କ୍ଷେତ୍ର, ଯାଜପୁର ଅତୀତରେ ଉକ୍ରଳର ରାଜଧାନୀ ଥିବା ହେତୁ ଏହି ଚେତନାକୁ ସମୃଦ୍ଧ କରିଥିଲା ବୋଲି ଉଲ୍ଲେଖ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*