ଗାନ୍ଧୀ ପରିବାରକୁ ଆଉ ମିଳିବନି ଏସ୍‌ପିଜି ସୁରକ୍ଷା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଗାନ୍ଧୀ ପରିବାରକୁ ମିଳିଥିବା ଏସ୍‌ପିଜି ସୁରକ୍ଷା ଖୁବ୍‌ଶୀଘ୍ର ହଟିବାକୁ ଯାଉଛି । ଏନେଇ କେନ୍ଦ୍ର ସରକାର ଶୁକ୍ରବାର ନିଷ୍ପିତ୍ତି ନେଇଛନ୍ତି । ରିପୋର୍ଟ ମୁତାବକ, ଗାନ୍ଧୀ ପରିବାରର ସଦସ୍ୟ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଏସ୍‌ପିଜି ସୁରକ୍ଷା ପରିବର୍ତ୍ତେ ଏବେ ଜେଡ୍‌ପ୍ଳସ୍‌ ସୁରକ୍ଷା ପ୍ରଦାନ କରାଯିବ । ଏଥିସହିତ ଏବେ ଗାନ୍ଧୀ ପରିବାରର ସୁରକ୍ଷାର ଦାୟିତ୍ୱରେ ସିଆର୍‌ପିିଏଫ୍‌ କମାନେ୍ଦା ମୁତୟନ ହେବେ । ଗୃହ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସଂପର୍କରେ କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏହି ନିଷ୍ପତ୍ତିର ପ୍ରତିକ୍ରିୟାରେ କଂଗ୍ରେସ ନେତା ଭେନୁଗୋପାଳ କେଉଁ ଆଧାରରେ ଗାନ୍ଧୀ ପରିବାରର ସଦସ୍ୟଙ୍କଠାରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରାଯାଇଛି । ଏପରି କରି ସରକାର ସୋନିଆ, ରାହୁଲ ଏବଂ ପ୍ରିୟଙ୍କାଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ବୋଲି ସେ କହିଛନ୍ତି ।
ଏସ୍‌ପିଜି ସୁରକ୍ଷା ହଟିଯିବା ପରେ ସିଆର୍‌ପିଏଫ୍‌ର ପ୍ରଶିକ୍ଷକ କମାନେ୍ଦା ଗାନ୍ଧୀ ପରିବାରର ସୁରକ୍ଷା ଦାୟିତ୍ୱ ନେବେ । ଏଇ ନିକଟରେ ସମସ୍ତ ଏଜେନ୍ସୀରୁ ଗାନ୍ଧୀ ପରିବାର ପ୍ରତି ଥିବା ବିପଦର ଆଶଙ୍କା ଆକଳନ କରିବା ପରେ କେନ୍ଦ୍ର ସରକାର ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ସମେତ ଗାନ୍ଧୀ ପରିବାରର ୩ ସଦସ୍ୟଙ୍କୁ ଏସପିଜି ସୁରକ୍ଷା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଆସୁଥିଲା । ଏହାଛଡା ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସିକୁ୍ୟରିଟି କଭରର ରିଭୁ୍ୟ ସମୟ ସମୟରେ କରାଯାଇଥାଏ ଏବଂ ଆବଶ୍ୟକତା ପଡ଼ିଲେ ଏହାକୁ ହ୍ରାସ ମଧ୍ୟ କରାଯାଇପାରେ । ଏହି କ୍ରମରେ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ପ୍ରଦାନ କରାଯାଇଥିବା ଏସ୍‌ପିଜି ସୁରକ୍ଷା ମଧ୍ୟ ହଟାଇ ଦିଆଯାଇ ଜେଡ୍‌ପ୍ଳସ୍‌ ଶ୍ରେଣୀୟ ସୁରକ୍ଷା ଦିଆଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*