ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ପାଇଁ ଦେଶ ଉତ୍ସବ ମୁଖର ଖୋଲା ଶୌଚ ମୁକ୍ତ ଭାରତର ଘୋଷଣା କରିବେ ମୋଦୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଜାତୀୟ ପିତାଙ୍କ ୧୫୦ତମ ଜନ୍ମଜୟନ୍ତୀଙ୍କୁ ପୁରା ଦେଶ ବୁଧବାର ପାଳିବ । ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ଅନୁଷ୍ଠାନ, ସାଧାରଣ ଲୋକଠାରୁ ଆରମ୍ଭ କରି ରାଜନେତାମାନେ କିଛି କିଛି ନିଆରା କାର୍ଯ୍ୟକ୍ରମ ଦ୍ୱାରା ବାପୁଙ୍କ ସ୍ମୃତିଚାରଣ କରିବେ । ଏଥିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବାଦ୍‌ ପଡିନାହାନ୍ତି । ପୂର୍ବରୁ ବାପୁଙ୍କ ଜନ୍ମ ଜୟନ୍ତୀରୁ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ଏଥର ଦେଶକୁ ସିଙ୍ଗଲ୍‌ ୟୁଜ୍‌ ପ୍ଳାଷ୍ଟିକ୍‌ ମୁକ୍ତ କରିବା ଉପରେ ଜୋର୍‌ ଦେବେ । ଗାନ୍ଧିଜୀଙ୍କ ୧୫୦ତମ ଜନ୍ମଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସାବରମତୀ ଆଶ୍ରମ ଯିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସାବରମତୀ ନଦୀ ତଟରେ ଏକ ଜନସଭାକୁ ସମ୍ବୋଧିତ କରିବେ । ଏହି ଅବସରରେ ସେ ଦେଶ ‘ଖୋଲା ଶୌଚ ମୁକ୍ତ’ ହୋଇଥିବା କଥା ଘୋଷଣା କରିବେ ବୋଲି ରାଜ୍ୟ ଭାଜପା ଅଧ୍ୟକ୍ଷ ଜିତୁ ବାଘାନି ସୂଚନା ଦେଇଛନ୍ତି । ବାପୁଙ୍କ ଜନ୍ମସ୍ଥାନ ଗୁଜରାଟରେ ଜନ୍ମଜୟନ୍ତୀ ପାଳନ ପାଇଁ ବହୁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା କଥା ସେ କହିଛନ୍ତି ।
ସାବରମତି ଆଶ୍ରମରୁ ପ୍ରଧାନମନ୍ତ୍ରୀ ସାବରମତି ନଦୀ ତଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଅନୂ୍ୟନ ୨୦ହଜାର ଗ୍ରାମ ମୁଖିଆଙ୍କ ଉପସ୍ଥିତିରେ ସେ ଦେଶ ଖୋଲା ଶୌଚ ମୁକ୍ତ ହୋଇଥିବା କଥା ଘୋଷଣା କରିବେ । ଏହି କାର୍ଯ୍ୟକ୍ରମକୁ ଗାନ୍ଧୀବାଦୀ ଅନୁଷ୍ଠାନ ସହ ଜଡିତ ଲୋକଙ୍କୁ, ହାଇକୋର୍ଟ ବିଚାରପତି, ପଦ୍ମ ବିଜେତା, ଛାତ୍ରଛାତ୍ରୀ, ଶିକ୍ଷାବିତ୍‌ ଏବଂ ଗ୍ରାମାଞ୍ଚଳରେ ପରିବେଶ ପରିଚ୍ଛନ୍ନ ରଖିବା ସକାଶେ କାର୍ଯ୍ୟ କରୁଥିବା କର୍ମୀଙ୍କୁ ନିମନ୍ତ୍ରଣ କରାଯାଇଛି । ଏତଦବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ଜିଏମଡିସି ପଡିଆରେ ଆୟୋଜିତ ରାଜ୍ୟସ୍ତରୀୟ ନବରାତ୍ରି ଉତ୍ସବରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେଠାରେ କିଛି ସମୟ ଅତିବାହିତ ପରେ ମୋଦୀ ଦିଲ୍ଲୀ ଫେରିଯିବେ ବୋଲି ବାଘାନୀ କହିଛନ୍ତି ।
ସେହିପରି ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମ ପାଇଁ ଯେଉଁ ଲୋକମାନେ ସାବରମତିଠାକୁ ଆସିଥିବେ, ସେମାନଙ୍କୁ ମାହାତ୍ମା ଗାନ୍ଧୀ ଜଡିତ ଥିବା ବିଭିନ୍ନ ସ୍ଥାନ ଯଥା- ଦାନ୍ଦିସ୍ଥିତ ମେମୋରିଆଲ, ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରକୁ ବୁଲାଇ ନିଆଯିବାର କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁଯାୟୀ, ଗାନ୍ଧୀ ଜୟନ୍ତୀ ଅବସରରେ ଦାନ୍ଦି ବିଚ୍‌ରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫ଶହ ଲୋକ ଯୋଗ ଦେବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*