ଗାଁସାଥୀଙ୍କ ଗଣଧାରଣା ଅବ୍ୟାହତ ଖୁବ୍ ଶୀଘ୍ର ପୁନର୍ବାର ଏକ ବିଶାଳ ରାଲିର ଯୋଜନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଚଳିତ ମାସ ୪ ତାରିଖରେ ରାମ ମନ୍ଦିର ପଛପାଖରୁ ୧୦ ହଜାରରୁ ଊଦ୍ଧ୍ୱର୍ ସଂଖ୍ୟାରେ ଗାାଁସାଥୀ ଏକ ବିଶାଳ ରାଲି କରି ୫ ଦଫା ଦାବି ଉପସ୍ଥାପନ କରିଥିଲେ । ପର୍ଯ୍ୟାୟକ୍ରମେ ସ୍ଥାୟୀ ନିଯୁକ୍ତି, ମାସିକ ୬ ହଜାରରୁ ଉଦ୍ଧ୍ୱର୍ ପ୍ରୋତ୍ସାହନ ରାଶି ପ୍ରଦାନ, ପଞ୍ଚାୟତିରାଜ ବିଭାଗ ଚିଠି ନଂ-୧୭୧୩୭କୁ ସମ୍ପୂର୍ଣ୍ଣ ବାତିଲ୍, କାର୍ଯ୍ୟ ପାଉନଥିବା ଗାଁସାଥୀ (ମେଟ୍)ଙ୍କ କ୍ଷତିପୂରଣ ଦେବା ଲାଗି ସ୍ୱତନ୍ତ୍ର କର୍ପସ ପାଣ୍ଠି ଗଠନ ଓ ୩ଟି ଗାଁସାଥୀ (ମେଟ୍) ବିରୋଧୀ ଚିଠିର ଆବଶ୍ୟକୀୟ ପରିବର୍ତ୍ତନ ଦାବିରେ ନଭେମ୍ବର ୪ ତାରିଖରୁ ଆଜି ପର୍ଯ୍ୟନ୍ତ ଭୁବନେଶ୍ୱର ଧାରଣାସ୍ଥଳରେ ଥିବା ୧୧ (କ) ନମ୍ବର ଟେଣ୍ଟରେ ଅହୋରାତ୍ର ଗଣଧାରଣା ଅବ୍ୟାହତ ରହିଛି ବୋଲି ସ୍ୱତନ୍ତ୍ର ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳ ଗଣମାଧ୍ୟମକୁ ଜଣାଇଛନ୍ତି । ସେହି ଟେଣ୍ଟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ସାରା ଓଡ଼ିଶାର ଗାଁସାଥୀ (ମେଟ୍) ସଂଘର ରାଜ୍ୟ, ଜିଲ୍ଲା ଓ ବ୍ଲକ କମିଟିର ସଭ୍ୟସଭ୍ୟାମାନେ ଆସନ୍ତା ୧୮ ତାରିଖ ସକାଳ ୯ ଘଟିକାରେ ଭୁବନେଶ୍ୱର ଧାରଣାସ୍ଥଳରେ ଥିବା ଗାଁସାଥୀ ସଂଘ ଟେଣ୍ଟରେ ଏକତ୍ରିତ ହେବା ଲାଗି ରାଜ୍ୟ ସଂଘ ଆହ୍ୱାନ ଜଣାଇଛି । ସେଠାରେ ପୁର୍ନବାର ନଭେମ୍ବର ଶେଷ ସୁଦ୍ଧା ଏକ ବିଶାଳ ରାଲିର ଯୋଜନା କରାଯାଇ ବ୍ୟାପକ ଆନେ୍ଦାଳନର ଯୋଜନା ହେବ ବୋଲି ଶ୍ରୀ ବିଶ୍ୱାଳ ଗଣମାଧ୍ୟମକୁ ଜଣାଇଛନ୍ତି । ଏଣୁ ତା ପୂର୍ବରୁ ଗାଁସାଥୀ (ମେଟ୍)ମାନଙ୍କ ସମସ୍ୟାର ଆଶୁ ସମାଧାନ ଲାଗି ମୁଖ୍ୟମନ୍ତ୍ରୀ ଓ ସଚିବ ୫-ଟି ଙ୍କର ପ୍ରତ୍ୟକ୍ଷ ହସ୍ତକ୍ଷେପ ଲୋଡ଼ିଛନ୍ତି ସଂଘର କର୍ମକର୍ତ୍ତାଗଣ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*