ଗାଁକୁ ନାହିଁ ପକ୍କା ରାସ୍ତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ନୟାହାଟ

ଦେଶ ସ୍ୱାଧୀନ ହେବା ୭୨ ବର୍ଷ ବିତିଯାଇ ଥିଲେ ସୁଦ୍ଧା ଅନେକ ଗ୍ରାମକୁ ଅଦ୍ୟାବଧି ପକ୍କା ରାସ୍ତା ନଥିବାବେଳେ ବର୍ତ୍ତମାନ ସରକାରଙ୍କ ସମୟରେ ବିଭିନ୍ନ ପଞ୍ଚାୟତରେ ଗାଁ ଗହଳିକୁ ପକ୍କା କଂକି୍ରଟ ରାସ୍ତା ନିର୍ମାଣ କରାଯାଉଥିବାବେଳେ ଗୋପୀକାନ୍ତପୁର ଶାସନ ଗ୍ରାମକୁ ପକ୍କା ରାସ୍ତା ନାହିଁ । ପ୍ରକାଶ ଯେ, ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ସୁହାଣପୁର ପଞ୍ଚାୟତର ଗୋପୀକାନ୍ତୁପୁର ଶାସନ ଗ୍ରାମକୁ ମାଟିରାସ୍ତା ଓ କଚ୍ଚା ରାସ୍ତା ଥିବାବେଳେ ଏହି ରାସ୍ତା ଉପରେ କୁମାର ଦିଅ, ଗୋପୀକାନ୍ତପୁର ଗ୍ରାମର ପ୍ରାୟ ୧୦୦୦ରୁ ଅଧିକ ଲୋକ ଯାତାୟାତ କରୁଥିବାବେଳେ ବର୍ଷା ଦିନରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । କାଦୁଅର ରାସ୍ତାରେ ମଧ୍ୟ ପିଲାମାନେ ପାଠପଢ଼ିବାକୁ ନିକଟସ୍ଥ ବିଦ୍ୟାଳୟକୁ ଯାଇଥାନ୍ତି । ଏହି ରାସ୍ତାକୁ କଂକି୍ରଟ କରିବା ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲେ ମଧ୍ୟ କାକଟପୁର ବ୍ଲକ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଉନଥିବା ସାଧାରଣରେ ଅଭିଯୋଗ ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*