ଗରିବଙ୍କ ପାଇଁ ଆବାସ ଯୋଜନା ସପନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ଧର୍ମଗଡ଼

ରାଜ୍ୟ ଓ କେନ୍ଦ୍ର ସରକାର ଗରିବ, ବାସହୀନ ଓ ନିରାଶ୍ରୟଙ୍କ ପାଇଁ ଆବାସ ଯୋଜନା କରି କୋଟି କୋଟି ଟଙ୍କାର ବ୍ୟୟବରାଦ କରୁଛନ୍ତି । ହେଲେ ଉକ୍ତ ଯୋଜନାର ପ୍ରକୃତ ରୂପାୟନ ହୋଇପାରୁ ନାହିଁ । ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାନ୍ଦି ଜିଲ୍ଲା ଧର୍ମଗଡ଼ ବ୍ଲକ ଅଧିନସ୍ଥ ଇଚ୍ଛାପୁର ଗ୍ରାମ ପଞ୍ଚାୟତରେ । ମରା ବାଗ (୫୦) ଭଙ୍ଗାଦଦରା ଚାଳ ଘରେ ଦୟନୀୟ ଅବସ୍ଥାରେ ରହି ଆସୁଥିଲେ ବି ଉକ୍ତ ଯୋଜନାରେ ସାମିଲ ହେଉନଥିବା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁସାରେ ଦୟନୀୟ ସ୍ଥିତିରେ ରହୁଥିବା ଦେଖି ଗ୍ରାମବାସୀମାନେ ବିଭିନ୍ନ ସମୟରେ ହୋଇଥିବା ପଲ୍ଲୀସଭାରେ ଉକ୍ତ ପରିବାରର ନାମ ଲେଖାଇଥିଲେ । ହେଲେ ସରକାରୀ କର୍ମଚାରୀ ଓ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଲାଭଖୋର ମନୋଭାବ ଓ ଗରିବମାରଣ ନୀତି ଯୋଗୁଁ ଏହି ପରିବାର ପାଇଁ ଉକ୍ତ ଯୋଜନା ସାତସପନ ହୋଇଛି । ଅନ୍ୟପଟେ ଏହି ଗ୍ରାମପଞ୍ଚାୟତରେ ଆର୍ଥôକ ସ୍ୱଚ୍ଛଳ ଥିବା ବ୍ୟକ୍ତିମାନଙ୍କ ଠାରୁ ଉକ୍ରୋଚ ନେଇ ଆବାସ ଯୋଜନାରେ ସାମିଲ କରାଯାଉଥିବାରୁ ଏଭଳି ପରିବାର ଇନ୍ଦିରାଆବାସ, ମୋ କୁଡିଆ, ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚôତ ହେଉଛନ୍ତି । ଉକ୍ତ ପରିବାରକୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ଦାବି ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*