ଗଭୀର ମନସ୍ତାପରେ ଭାରତୀୟ ଜିମ୍ନାଷ୍ଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ବାକୁ ଓ ଦୋହାରେ ହେବାକୁ ଥିବା ଜିମ୍ନାଷ୍ଟିକ ବିଶ୍ୱକପ୍ରେ ଭାଗନେବା ପାଇଁ ଭାରତୀୟ ଖେଳାଳିମାନଙ୍କୁ ଏଯାଏଁ ସାଇ ମଞ୍ଜୁରୀ ପ୍ରଦାନ କରିନାହିଁ ବୋଲି ଭାରତୀୟ ଜିମ୍ନାଷ୍ଟିକ୍ ମହାସଂଘ(ଜିଏଫ୍ଆଇ)ର ଜଣେ ଅଧିକାରୀ କହିଛନ୍ତି । ମାର୍ଚ୍ଚ ୧୪ରୁ ୧୭ ଅଜରବାଇଜାନ୍ ଓ ୨୦ରୁ ୨୩ ମଧ୍ୟରେ କାତାର ଠାରେ ହେବାକୁ ଥିବା ଲଗାତାର ଦୁଇଟି ବିଶ୍ୱକପ୍ ପାଇଁ ଦୀପାଙ୍କର ନାମ ପଞ୍ଜିକରଣ କରାଯାଇଛି ତା ସହ ଦୋହାଠାରେ ହେବାକୁ ଥିବା ପୁରୁଷ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ପାଇଁ ଯୋଗେଶ୍ୱର ଓ ଆଶିଷ କୁମାରଙ୍କ ନାମ ପଞ୍ଜିକରଣ କରାଯାଇଛି । ଆଉ ଦୁଇ ସପ୍ତାହ ପରେ ହେବାକୁ ଥିବା ଦୋହା ବିଶ୍ୱକପ୍ ପାଇଁ ସାଇ ଏଯାଏଁ ମଞ୍ଜୁରୀ ଦେଇ ନାହିଁ । ୨୦୨୦ ଅଲିମ୍ପିକ୍ ପାଇଁ ଏହି ବିଶ୍ୱକପ୍ରୁ ଟିକେଟ୍ ମିଳିବ । ଜିଏଫ୍ଆଇ ଉପାଧ୍ୟକ୍ଷ ରିୟାଜ ଭାଟି ଦଳ ସହ ଯିବା ପାଇଁ ନାମାଙ୍କରଣ କରିଛନ୍ତି । ହେଲେ ସାଇର ଜଣେ ଅଧିକାରୀ ଦଳ ସହ ଯିବା ପାଇଁ ଇଚ୍ଛୁକ ଥିବାରୁ ମଞ୍ଜୁରୀ ଦେଇ ନାହାଁନ୍ତି ବୋଲି ଜଣାପଡିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*