ଗନ୍ଥାଗାରକୁ ଟ୍ରଷ୍ଟ ବୋର୍ଡକୁ ହସ୍ତାନ୍ତର ଦାବି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ନିଶ୍ଚିନ୍ତକୋଇଲି

ଭବିଷ୍ୟତ ମାଳିକାକାର ମହାପୁରୁଷ ଅଚୁ୍ୟତାନନ୍ଦଙ୍କ ଗ୍ରନ୍ଥାବଳୀକୁ ଏକଜୁଟ କରି ସର୍ବସାଧାରଣଙ୍କ ପାଠ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୩୦ ଲକ୍ଷ ଟଙ୍କା ବ୍ୟୟରେ ନେମାଳରେ ଏକ ଗ୍ରନ୍ଥାଗାର ନିର୍ମାଣ କରାଯାଇଥିଲା । ଏହି ଗ୍ରନ୍ଥାଗାରରେ ମହାପୁରୁଷ ଅଚୁ୍ୟତାନନ୍ଦଙ୍କ ପୀଠକୁ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ଆଶ୍ରୟ ନେବା ସହ ଆଧ୍ୟାତ୍ମିକ ଚେତନାଧାରୀ ବ୍ୟକ୍ତିମାନେ ମଧ୍ୟ ଆଶ୍ରୟ ନେଇ ଭବିଷ୍ୟତ ମାଳିକାକାର ମହାପୁରୁଷ ଅଚୁ୍ୟତାନନ୍ଦଙ୍କୁ ଗ୍ରନ୍ଥ ଓ ପୋଥିକୁ ପଢିବା ପାଇଁ ଗତ ୧୧.୯.୨୦୧୫ ମସିହାରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପନ୍ଦା, କଟକ ସାଂସଦ ଭର୍ତ୍ତୃହରି ମହତାବ, କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା, ପର୍ଯ୍ୟଟନ ବିଭାଗ ଅଧ୍ୟକ୍ଷ ନରେନ୍ଦ୍ର କୁମାର ସ୍ୱାଇଁ, ଗିରୀଶ ରଞ୍ଜନ ମହାପାତ୍ର, ଅଚୁ୍ୟତାନନ୍ଦ ଦାସ ଅତିଥି ଭାବେ ଯୋଗଦେଇ ଏହି ଗ୍ରନ୍ଥାଗାର ବା ବିଶ୍ରାମାଗାରକୁ ଉଦ୍ଘାଟନ କରିଥିଲେ । ମାତ୍ର ପରିତାପର ବିଷୟ ଦୀର୍ଘ ଚାରି ବର୍ଷ ହେବ ଲକ୍ଷାଧିକ ଟଙ୍କାରେ ନିର୍ମିତ ଏହି ଘରର ଚାବି ମହାପୁରୁଷ ଅଚୁ୍ୟତାନନ୍ଦଙ୍କ ଟ୍ରଷ୍ଟ ବୋର୍ଡକୁ ହସ୍ତାନ୍ତର କରାଯାଇନଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ମହାପୁରୁଷଙ୍କ ତାତ୍ପର୍ଯ୍ୟ ସଂକ୍ରାନ୍ତରେ ଜାଣିବା ପାଇଁ ସୁଯୋଗ ପାଇପାରୁନାହାଁନ୍ତି । ରାଜ୍ୟ ପର୍ଯ୍ୟଟନ ବିଭାଗ କଟକ ଜିଲ୍ଲାପାଳ, ସର୍ବୋପରି ମହାପୁରୁଷ ଅଚୁ୍ୟତାନନ୍ଦ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ଗ୍ରନ୍ଥାଗାରକୁ ହାତକୁ ନିଆଯାଇ ମାଳିକା ରଖାଗଲେ ମହାପୁରୁଷ ଅଚୁ୍ୟତାନନ୍ଦଙ୍କର କଥା ସାଧାରଣରେ ପରିପ୍ରକାଶ ହୋଇପାରିବ ବୋଲି ଶ୍ରଦ୍ଧାଳୁମାନେ ମତ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*