ଗଣତାନ୍ତ୍ରିକ ମହିଳା ସମିତିର ଆଲୋଚନାଚକ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଭଦ୍ରକ

ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଗଣତାନ୍ତ୍ରିକ ମହିଳା ସମିତି ଭଦ୍ରକ ଜିଲ୍ଲା କମିଟି ଆନୁକୂଲ୍ୟରେ ‘ସାମ୍ପ୍ରତିକ ପରିସ୍ଥିତିରେ ନାରୀ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସଭ୍ୟତା ଆରମ୍ଭରୁ ମହିଳାମାନଙ୍କର ଭୂମିକା ସମାଜ ବିକାଶରେ ଅତ୍ୟତ୍ର ଗୁରୁତ୍ୱପୂର୍ଣ୍ଣ । ସମୟର ପରିବର୍ତ୍ତନରେ ବିଭିନ୍ନ ବାଧାବିଘ୍ନକୁ ଅତିକ୍ରମ କରି ତାର ସ୍ଥିତି ବଜାଇ ରଖିବାକୁ ଚେଷ୍ଟା କରିଛି । କିନ୍ତୁ ସମାଜର ଆଭିମୁଖ୍ୟ ସାମାଜିକ, ରାଜନୈତିକ, ଅର୍ଥନୈତିକ କ୍ଷେତ୍ରରେ ଅନେକ ବାଧା ସୃଷ୍ଟି ହେଉଛି । ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଗଣତାନ୍ତ୍ରିକ ମହିଳା ସମିତିର ସର୍ବଭାରତୀୟ ଉପସଭାନେତ୍ରୀ ତଥା ନାରୀ ଆନେ୍ଦାଳନର ଅନ୍ୟତମ ପୁରୋଧା ସୁଭାସିନୀ ଅଲ୍ଲୀ, ଜାତୀୟ ସଂହତି, ସମ୍ବିଧାନ ଓ ଅଧିକାରଙ୍କୁ ରକ୍ଷା କରିବା ପାଇଁ ଆହ୍ୱାନ ଆସିଛି । ସେ ଆହ୍ୱାନକୁ ପରିବର୍ତ୍ତନ ରୂପେ ଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସର୍ବଭାରତୀୟ ନେତ୍ରୀ ସୁହାସିନୀ ଅଲ୍ଲୀଙ୍କୁ ବିଭିନ୍ନ ସଂଗଠନ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ଭଦ୍ରକ ମାଟିରେ ପ୍ରତିଦିନ ମହିଳା ଓ ଅବହେଳିତ ବର୍ଗର ମଣିଷ ପାଇଁ ଲଢ଼େଇ କରୁଥିବା ସୁରଜିତା ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*